Hindi News >>Home >>Odisha Trending

Daman: ବିବାଦରେ ଫସିଲା ଯୁଗାନ୍ତକାରୀ ସିନେମା ଦମନ, ପୋଷ୍ଟରରେ ବର୍ଷିଆନ କଳାକାରଙ୍କୁ ଦର୍ଶାଇଲା ମୃତ

ଗତକାଲି ଦମନ ସିନେମା ରିଲିଜ ହେବାପରେ ସାରା ଓଡ଼ିଶାରେ ସିନେମାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅନେକ ସ୍ଥାନରେ ସିନେମାଟି ହାଉସଫୁଲ ଭାବରେ ଚାଲିଛି । ଗତକାଲି ପ୍ରିମିୟର ଶୋରେ ବାବୁସାନ ନିଜ ପତ୍ନୀ ତୃପ୍ତି ଓ ମାଆଙ୍କ ସହ ସିନେମା ହଲରେ ପହଞ୍ଚି ସିନେମା ଦେଖିଛନ୍ତି।

Advertisement
Daman: ବିବାଦରେ ଫସିଲା ଯୁଗାନ୍ତକାରୀ ସିନେମା ଦମନ, ପୋଷ୍ଟରରେ ବର୍ଷିଆନ କଳାକାରଙ୍କୁ ଦର୍ଶାଇଲା ମୃତ
Stop
Zee Odisha Desk|Updated: Nov 05, 2022, 06:46 PM IST

Daman: ଭୁବନେଶ୍ୱର: ଶୁକ୍ରବାର ରିଲିଜ ହୋଇଛି ବହୁ ଚର୍ଚ୍ଚିତ ସିନେମା 'ଦମନ' ସିନେମାକୁ ନେଇ ସବୁଠି ଉତ୍ସବ ଲାଗିଥିବା ସମୟରେ ସିନେମାର ଏକ ପୋଷ୍ଟରକୁ ନେଇ ଏବେ ଦେଖାଦେଇଛି ବିବାଦ । ରବି ଟକିଜରେ ସିନେମାର ପିମିୟର ହେଉଥିବା ସମୟରେ ଓଲିଉଡ ମୃତ କଳାକାରଙ୍କୁ ସମ୍ମାନ ଦେବାପାଇଁ ଏକ ବିରାଟ ପୋଷ୍ଟର ହଲ୍ ବାହାରେ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ସେହି ପୋଷ୍ଟରଟିକୁ ପ୍ରସ୍ତୁତ କରିଥିବା ଟିମ୍ ଭୁଲରେ ଓଲିଉଡର ସୁନାମଧନ୍ୟ କଳାକାର ବାଙ୍କୁଙ୍କର ଫଟୋକୁ ମୃତ ଭାବ ସ୍ଥାନିତକରିଥିଲା। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ଉକ୍ତ ଫଟୋଟିକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ତେଜିବାରେ ଲାଗିଛି। 

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଜ୍ଞାନରଞ୍ଜନ ଏହି ପୋଷ୍ଟରଟିକୁ ପୋଷ୍ଟ କରି ଲେଖିଛନ୍ତି ଯେ, ଆସୁ ଆସୁ ବାଙ୍କୁ ଭାଇଙ୍କୁ ଦମନ କଲା ଚଳଚ୍ଚିତ୍ର 'ଦମନ'। ଦମନ ସହାୟତାରେ ଓଡ଼ିଆ ଚଳଚ୍ଚିତ୍ରର ନୂତନ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଇଛି। ଆମେ ଦମନ ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବୈପ୍ଲବିକ ପରିବର୍ତ୍ତନ ବି କହିପାରିବା କିନ୍ତୁ ଆୟୋଜକମାନଙ୍କ ଏଭଳି ପାଗଳାମୀ ପାଇଁ ବଞ୍ଚିଥିବା ବର୍ଷିଆନ କଳାକାରଟିକୁ ମାରିଦେଇଛି। ତାହା କେତେଦୁର ଠିକ୍ ବୋଲି ଜ୍ଞାନ ପ୍ରଶ୍ନ କରିବା ସହ ଅନେକ ହାସଟ୍ୟାଗ ବ୍ୟବହାର କରିଛନ୍ତି।

ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଜ୍ଞାନରଞ୍ଜନଙ୍କ ଏହି ପୋଷ୍ଟକୁ ଟ୍ୟାଗ କରି ଲେଖିଛନ୍ତି ଯେ, ଆସୁ ଆସୁ ବାଙ୍କୁ ଭାଇଙ୍କୁ ଦମନ କଲା ଚଳଚ୍ଚିତ୍ର ଦମନ । ଓଡ଼ିଆ ଚଳଚ୍ଚିତ୍ରର ନୂତନ ଯୁଗର ଆରମ୍ଭ ବୋଲି କୁହାଯାଇଛି। ଆମେ ଦମନ ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବୈପ୍ଲବିକ ପରିବର୍ତ୍ତନ ବି କହିପାରିବା କିନ୍ତୁ ଆୟୋଜକମାନଙ୍କ ଏଭଳି ଅସ୍ଥିରତା ଓ ପାଗଳାମୀ ବା ଉତଫୁଲିତ ମନ ପାଇଁ ବଞ୍ଚିଥିବା ବର୍ଷିଆନ କଳାକାରଟି ମରିଯାଇଛି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାହା କେତେଦୁର ଠିକ୍ ବୋଲି ଜ୍ଞାନ ପ୍ରଶ୍ନ କରିବା ସହ ଅନେକ ଟ୍ୟାଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଦମନ ସିନେମା ରିଲିଜ ହେବାପରେ ସାରା ଓଡ଼ିଶାରେ ସିନେମାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅନେକ ସ୍ଥାନରେ ସିନେମାଟି ହାଉସଫୁଲ ଭାବରେ ଚାଲିଛି । ଗତକାଲି ପ୍ରିମିୟର ଶୋରେ ବାବୁସାନ ନିଜ ପତ୍ନୀ ତୃପ୍ତି ଓ ମାଆଙ୍କ ସହ ସିନେମା ହଲରେ ପହଞ୍ଚି ସିନେମା ଦେଖିଛନ୍ତି । ପିମିୟରରେ ଓଲିଉଡର ଅନେକ କଳାକାର ମଧ୍ୟ ଯୋଗ ଦେଇଥିଲେ । ସିନେମା ସମ୍ପର୍କରେ ପୋଷ୍ଟର ସାମ୍ନାରେ ଛିଡା ହୋଇ ଗଣମାଧ୍ୟମକୁ ବାଇଟ୍ ଦେଉଥିଲେ। ସମସ୍ତେ ସିନେମାର ସଫଳତା ବିଷୟରେ ମତ ଦେଉଥିଲେ । କିପରି ଉପାନ୍ତ ଅଞ୍ଚଳର ବାସ୍ତବ କାହାଣୀକୁ ସ୍ଥାନିତ କରାଯାଇଛି ତାହା କହୁଥିଲେ । 

କିନ୍ତୁ ଯେଉଁ ପୋଷ୍ଟର ସାମ୍ନାରେ ଛିଡା ହୋଇଥିଲେ ତାହା ଉପରେ କାହାର ନଜର ପଡିନଥିଲା ।  କିନ୍ତୁ  ଜଣେ ବଞ୍ଚିଥିବା କଳାକାରଙ୍କୁ ସର୍ବସାଧାରଣରେ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏଥିପାଇଁ ଦାୟୀ କିଏ ? କାହାର ଭୁଲ୍ ? ବର୍ତ୍ତମାନ ଅଭିନେତା ବାଙ୍କୁଙ୍କର ମାନସିକ ସ୍ଥିତି କଣ ? ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ଖାମଖିଆଲି କାମ ପାଇଁ ଓଲିଉଡ ବଦନାମ ହେଉଛି ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି । ଏଥିସହ ଅନେକ ବ୍ୟକ୍ତି ଏହି ଘଟଣାକୁ ନିନ୍ଦା କରିବା ସହ ଆୟୋଜକ ସଂସ୍ଥା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି । ତେବେ ଘଟଣା ସମ୍ପର୍କରେ 'ଦମନ' ଟିମର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Read More
{}{}