Hindi News >>Home >>Odisha Trending

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସିଖବର, ପୁଣି ଥରେ ବଢିବାକୁ ଯାଉଛି ମହଙ୍ଗା ଭତ୍ତା

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪, ୨୦୨୩ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ପ୍ରମୁଖ ନିଷ୍ପତ୍ତି ନେଇ ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହା ପରେ ରାଜସ୍ଥାନ, ଆସାମ, ହିମାଚ ପ୍ରଦେଶ, ବିହାର ପରି ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ । ବର୍ତ୍ତମାନ ଝାଡ଼ଖଣ୍ଡ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି ।

Advertisement
DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସିଖବର, ପୁଣି ଥରେ ବଢିବାକୁ ଯାଉଛି ମହଙ୍ଗା ଭତ୍ତା
Stop
Zee Odisha Desk|Updated: Apr 30, 2023, 03:53 PM IST

DA hike News: ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କୁ (Central Government Employee) ବହୁତ ବଡ଼ ଖୁସିଖବର ମିଳିବାକୁ ଯାଉଛି। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି। ପୁନର୍ବାର ତାଙ୍କ ବେତନରେ ଅବିଶ୍ୱସନୀୟ ବୃଦ୍ଧି ଘଟିବାକୁ ଯାଉଛି। ନିକଟରେ ତାଙ୍କର ମହଙ୍ଗା ଭତ୍ତା ((Dearness Allowance)  ବୃଦ୍ଧି ପାଇଥିଲା। ପୁନର୍ବାର ତାଙ୍କର ମହଙ୍ଗା ଭତ୍ତାରେ (Dearness Allowance) ତିନିରୁ ଚାରି ପ୍ରତିଶତ ବୃଦ୍ଧି ହେବାର ଆକଳନ କରାଯାଉଛି। ମୁଦ୍ରାସ୍ଫୀତିର ଆକଳନ ଅନୁଯାୟୀ ଆକଳନ କରାଯାଇଛି ଯେ ଡିଏ ୩ ରୁ ୪ ପ୍ରତିଶତ ବୃଦ୍ଧି ପାଇପାରେ।

ମିଡିଆ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସର୍ବୋଚ୍ଚ ସୀମାଠାରୁ ୫.୬୬ ପ୍ରତିଶତକୁ ଖସି ଆସିଛି। କିନ୍ତୁ ଏହା ୪ ପ୍ରତିଶତ ଲକ୍ଷ୍ୟଠାରୁ ବହୁ ଦୂରରେ। ଏଭଳି ପରିସ୍ଥିତିରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଡିଏରେ ୩ ରୁ ୪ ପ୍ରତିଶତ ବୃଦ୍ଧି ହୋଇପାରେ। ତେବେ ଜୁନ୍ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ତଥ୍ୟକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସେହିପରି ମହଙ୍ଗା ଭତ୍ତାର ପରବର୍ତ୍ତୀ ସମୀକ୍ଷା ଜୁଲାଇ ୨୦୨୩ ପାଇଁ ହେବ। ଏପରି ପରିସ୍ଥିତିରେ ଯଦି ଡିଏ ମଧ୍ୟ ୩ ପ୍ରତିଶତ ବୃଦ୍ଧି ହୁଏ, ତେବେ ମହଙ୍ଗା ଭତ୍ତା ୪୫ ପ୍ରତିଶତକୁ ବୃଦ୍ଧି ପାଇବ। ସମ୍ପ୍ରତି କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି କରାଯାଇଥିଲା। କର୍ମଚାରୀଙ୍କ ଡିଏ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଜାନୁଆରୀ ୨୦୨୩ରୁ ଏହା କାର୍ଯ୍ୟକାରୀ କରାଯାଇଥିଲା।

ଏଠାରେ କହି ରଖୁ କି ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ମହଙ୍ଗା ଭତ୍ତା ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇଛି। ଯାହା ଦ୍ୱାରା ସେମାନଙ୍କର ଜୀବନଶୈଳୀ ଉନ୍ନତ ରହିବ। ସରକାର ଜାନୁୟାରୀ ଏବଂ ଜୁଲାଇରେ ବର୍ଷକୁ ଦୁଇଥର ସମୀକ୍ଷା କରନ୍ତି। ଯଦିଓ, ଏହା କିଛି ସମୟ ପାଇଁ ବିଳମ୍ବ ହୋଇଛି, କିନ୍ତୁ ଏହା ଜାନୁଆରୀ ଏବଂ ଜୁଲାଇରୁ ବକେୟା ସହିତ କାର୍ଯ୍ୟକାରୀ ହୋଇଛି। 

ଯେଉଁଠାରେ କର୍ମଚାରୀମାନଙ୍କୁ ସରକାରଙ୍କ ଦ୍ୱାରା ମହଙ୍ଗା ଭତ୍ତା ଦିଆଯାଏ, ସେଠାରେ ପେନସନଭୋଗୀମାନଙ୍କୁ ସରକାର ମହଙ୍ଗା ପ୍ରଦାନ କରନ୍ତି। ବର୍ତ୍ତମାନ ଏହାକୁ ୪୨ ପ୍ରତିଶତ ହାରରେ ସରକାର ପ୍ରଦାନ କରୁଛନ୍ତି।

ସେହିପରି ଝାଡ଼ଖଣ୍ଡ ସରକାର ନିଜର କର୍ମଚାରୀ (State Government Employees) ଙ୍କୁ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି । ଗୁରୁବାର ଅର୍ଥାତ ଏପ୍ରିଲ ୨୭ରେ ଝାଡ଼ଖଣ୍ଡ ସରକାର (Jharkhand Government) ନିଜର କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା (DA Hike) ଚଳିତ ବର୍ଷ ଜାନୁଆରୀ ୧ରୁ ଲାଗୁ ହେବ । ଝାଡ଼ଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଫଳରେ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବୃଦ୍ଧି ହୋଇଯାଇଛି । 

ଝାଡ଼ଖଣ୍ଡ କ୍ୟାବିନେଟ ସଚିବ ବନ୍ଦନା ଡାଡେଲ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) ଙ୍କ ଅଧ୍ୟକ୍ଷତାରେ ଏଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କୁ ବେତନ ପ୍ରଦାନ ପାଇଁ ଅତିରିକ୍ତ ୪୪୧ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି (DA Hike) ପରେ ଏହା ବର୍ତ୍ତମାନ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି ।

ନିକଟ ଅତୀତରେ କେନ୍ଦ୍ର ସରକାର (Center Government)  ମହଙ୍ଗା ଭତ୍ତା ବୃଦ୍ଧି କରି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଉପହାର ଦେଇଥିଲେ । କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ ମହଙ୍ଗା ଭତ୍ତା (DA) ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ପହଞ୍ଚିଥିଲା । ସେହିପରି ମହଙ୍ଗା ରିଲିଫ୍ (DR) କୁ ୪୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି, ଯାହା ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେଉଛି । ଏହାପୂର୍ବରୁ ସରକାର କର୍ମଚାରୀମାନଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା ।

Also Read: Odisha News: ଓଡ଼ିଶା ପାଇଁ ଗର୍ବ, ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ବଡ଼ ଦାୟିତ୍ୱ

Also Read: Ludhiana Gas Leak : ଗ୍ୟାସ୍ ଲିକ୍ ଯୋଗୁଁ ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ, ଏକାଧିକ ଗୁରୁତର

 

Read More
{}{}