Hindi News >>Home >>Odisha Trending

Cyclone Mocha: ଆରମ୍ଭ ହୋଇଗଲା 'ମୋଚା' ତାଣ୍ଡବ, ବିପଦରେ ୧୦ ଲକ୍ଷ ରୋହିଙ୍ଗ୍ୟାଙ୍କ ଜୀବନ

Cyclone Mocha News: ସାମୁଦ୍ରିକ ଝଡ଼ "ମୋଚା" ବାଂଲାଦେଶର ଦକ୍ଷିଣ-ପୂର୍ବ ସୀମାରେ ଅବସ୍ଥିତ କୋକ୍ସ ବଜାର ଜିଲ୍ଲା ଉପରେ ଅଧିକ ପ୍ରଭାବ ପକାଇପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋକ୍ସ ବଜାର ଜିଲ୍ଲାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ବସବାସ କରୁଛନ୍ତି।  

Advertisement
Cyclone Mocha: ଆରମ୍ଭ ହୋଇଗଲା 'ମୋଚା' ତାଣ୍ଡବ, ବିପଦରେ ୧୦ ଲକ୍ଷ ରୋହିଙ୍ଗ୍ୟାଙ୍କ ଜୀବନ
Stop
Zee Odisha Desk|Updated: May 14, 2023, 10:44 PM IST

Mocha Cyclone Update: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ "ମୋଚା" ବାଂଲାଦେଶ-ମିଆଁମାର ଉପକୂଳରେ ହଇଚଇ ସୃଷ୍ଟି କରିଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ଭାବରେ ଉଭା ହୋଇଛି "ମୋଚା"। ବିଗତ ୨୦ ବର୍ଷ ମଧ୍ୟରେ ବାଂଲାଦେଶକୁ କୌଣସି ବିପଜ୍ଜନକ ଘୂର୍ଣ୍ଣିବଳୟ ଆସିନାହିଁ। ସଦ୍ୟତମ ଖବର ଅନୁଯାୟୀ ବାଂଲାଦେଶ ସହ ମିଆଁମାର ଉପକୂଳ ଆଡ଼କୁ 'ମୋଚା' ମୁହାଁଇବା ଆରମ୍ଭ କରିଛି। ପୂର୍ବରୁ ଏହା ସକ୍ରିୟ ହୋଇ ପଞ୍ଚମ ବର୍ଗ ଝଡ଼ରେ ପରିଣତ ହୋଇଥିଲା। ଘୂର୍ଣ୍ଣୀବଳୟ କାରଣରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଏହା ବ୍ୟତୀତ ୧୯୫ କିଲୋମିଟର ବେଗରେ ପବନ ବହୁଛି। ଅନୁମାନ କରାଯାଉଛି ଯେ ଏହି କାରଣରୁ ବଙ୍ଗୋପ ସାଗର ଆଖପାଖ ଅଞ୍ଚଳରେ ବିପଜ୍ଜନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ଏହି ଅଞ୍ଚଳରେ କରିପାରେ ତାଣ୍ଡବ 
ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ 'ମୋଚା' ବାଂଲାଦେଶର ଦକ୍ଷିଣ-ପୂର୍ବ ସୀମାରେ ଅବସ୍ଥିତ କୋକ୍ସ ବଜାର ଜିଲ୍ଲା ଉପରେ ପ୍ରଭାବ ପକାଇପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋକ୍ସ ବଜାର ଜିଲ୍ଲାରେ ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ବସବାସ କରୁଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଘୂର୍ଣ୍ଣିବଳୟ କୋକ୍ସ ବଜାର ଜିଲ୍ଲା ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଏବଂ ଏହା ବର୍ତ୍ତମାନ ଉପକୂଳ ଅତିକ୍ରମ କରୁଛି। ଏକ ଆକଳନ ଅନୁଯାୟୀ ଏହି ସାମୁଦ୍ରିକ ଝଡ଼ କାରଣରୁ ପ୍ରବଳ ପବନ ବହିବା ହେତୁ ୮-୧୨ ଫୁଟ ଉଚ୍ଚର ସାମୁଦ୍ରିକ ତରଙ୍ଗ ସୃଷ୍ଟି ହୋଇପାରେ। ଏହି କାରଣରୁ କୋକ୍ସ ବଜାର ଏବଂ ଚଟ୍ଟଗାଓଁ ଅଞ୍ଚଳର ନିମ୍ନ ସ୍ଥାନରେ ପାଣି ଭରିଯିବ। ଏହା ସହିତ ପ୍ରାୟ ୫-୭ ଫୁଟ ଉଚ୍ଚର ତରଙ୍ଗ ସୃଷ୍ଟି ହେବା କାରଣରୁ ଫେନି, ନୋୟାଖଲୀ, ଲକ୍ଷ୍ମପୁର, ଚାନ୍ଦପୁର ଏବଂ ଭୋଲା ଭଳି ସ୍ଥାନର ନିମ୍ନର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆସିଲା ବିପଦର ଝଡ଼
ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ବାଂଲାଦେଶକୁ ଆସିଥିବା ବାତ୍ୟା ମଧ୍ୟରେ 'ମୋଚା' ହେଉଛି ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼। ବର୍ତ୍ତମାନ ଏହି ଝଡ଼ ଚତୁର୍ଥ ଏବଂ ପଞ୍ଚମ ବର୍ଗର ଝଡ଼ ଭଳି ତୀବ୍ର ହେବାରା ଲାଗିଛି। ଏହାର ତାଣ୍ଡବକୁ ନଜରରେ ରଖି ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏହି ବାତ୍ୟାର ମୁକାବିଲା କରିବା ପାଇଁ ବାଂଲାଦେଶ ପ୍ରଭାବିତ ଅଞ୍ଚଳ ନିକଟରେ ରହିଥିବା ବିମାନ ବନ୍ଦରକୁ ବନ୍ଦ କରିଦେଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଜାତିସଂଘ ଏଜେନ୍ସି ଏବଂ ସହାୟତା କର୍ମଚାରୀଙ୍କ ସହଯୋଗରେ ସରକାର ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଛନ୍ତି।  ରୋହିଙ୍ଗ୍ୟା ଶରଣାର୍ଥୀ ବସବାସ କରୁଥିବା ଶିବିରରେ ୧୦ ହଜାର ଆମ୍ବୁଲାନ୍ସ ଏବଂ ମୋବାଇଲ୍ ମେଡିକାଲ୍ ଟିମ୍ ଆଲର୍ଟ ମୋଡ଼ ରେ ରଖାଯାଇଛି। ଏ ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 

ଭୂସ୍ଖଳନ ହେବା ନେଇ ଜାରି ହେଲା ଚେତାବନୀ
ଅଧିକାରୀ ଭୟ କରୁଛନ୍ତି ଯେ "ମୋଚା" ହେତୁ ଉଚ୍ଚ ତରଙ୍ଗ ସୃଷ୍ଟି ହୋଇପାରେ। ଯାହା ଦ୍ୱାରା ବନ୍ୟା ଏବଂ ଭୂସ୍ଖଳନ ହୋଇପାରେ। ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଘଟିବ ବୋଲି ବିଶ୍ୱ ପାଣିପାଗ ବିଭାଗ ଚେତାବନୀ ଦେଇଛି। ହେଲେ ବାଂଲାଦେଶ ପାଣିପାଗ ବିଭାଗ ନିର୍ଦ୍ଦେଶକ ମହମ୍ମଦ ଅଜିଜ-ଉର-ରହମାନ କହିଛନ୍ତି ଯେ ବାଂଲାଦେଶ ପ୍ରତି ବିପଦ କମିଛି। ଅନ୍ୟପଟେ ମିଆଁମାର ଏବଂ ଏହାର ଦକ୍ଷିଣ ଅଞ୍ଚଳ ପାଇଁ ଅଧିକ ବିପଦ ରହିଛି। 

Read More
{}{}