Hindi News >>Home >>Odisha Trending

Cyclone Update: ବାତ୍ୟା 'ମିଗ୍‌ଜାଉଁ' ଆରମ୍ଭ କଲା ବିନାଶ! ଏହି ରାଜ୍ୟରେ ବନ୍ୟା ସ୍ଥିତି, ୨ ମୃତ୍ୟୁ, ୧୪୪ ଟ୍ରେନ ବାତିଲ୍ କଲା ରେଳବାଇ

Cyclone Michaung Update: ରବିବାର ଦିନ ପିଏମ୍ ମୋଦୀ ବାତ୍ୟା 'ମିଗ୍‌ଜାଉଁ'କୁ ନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ୍ ମୋହନ ରେଡ୍ଡୀଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ସମସ୍ତ ସାହାଯ୍ୟ ଦେବାକୁ ନେଇ ଆଶ୍ୱସନା ଦେଇଥିଲେ ।  

Advertisement
Cyclone Michaung Update
Stop
Jagdish Barik|Updated: Dec 04, 2023, 04:07 PM IST

Cyclone Michaung Update: ବର୍ତ୍ତମାନ ଦକ୍ଷିଣ ରାଜ୍ୟରେ ଏକ ନୂଆ ବାତ୍ୟା 'ମିଗ୍‌ଜାଉଁ''ର ଆଶଙ୍କା ଦେଖାଦେଇଛି । ଏହି ବାତ୍ୟା ସୋମବାର (୪ ଡିସେମ୍ବର) ତାମିଲନାଡୁର ଉପକୂଳ ଛୁଇଁପାରେ । ଏହା ସହିତ, ଏହି ବାତ୍ୟା ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହି ବାତ୍ୟାର ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ଅନେକ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ଏହି କାରଣରୁ ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାର ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚେନ୍ନାଇରେ ପ୍ରବଳ ବର୍ଷା ପରେ ଏକ ଘର ଭୁଶୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଜଣେ ବ୍ୟକ୍ତି ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଯାନବାହାନ ପାଣିରେ ଭାସି ଯାଇଛି । ତାମିଲନାଡୁ ଓ ପୁଡୁଚେରୀ ପାଇଁ ବର୍ଷା, ଝଡ ଓ ବଜ୍ରପାତ ପାଇଁ ପାଣିପାଗ ବିଭାଗ ଚେତାବନୀ ଦେଇଛି । ବେସରକାରୀ କମ୍ପାନୀମାନଙ୍କୁ ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରାଇବାକୁ ସରକାର କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ ବାତ୍ୟା 'ମିଗ୍‌ଜାଉଁ' ସମ୍ପର୍କରେ ସେ ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଏହି ବାତ୍ୟାକୁ ଦୃଷ୍ଟିରେ ରଖି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ୧୪୪ ଟ୍ରେନକୁ ବାତିଲ କରିଦେଇଛି ।

ଏସବୁ ରାଜ୍ୟ ସରକାରଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 
ପିଟିଆଇ ଏଜେନ୍ସି ଅନୁଯାୟୀ, ତାମିଲନାଡୁ, ପୁଡୁଚେରୀ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଜେପି କର୍ମୀଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଯୋଗଦେବାକୁ ଏବଂ ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ କରିଛନ୍ତି। ବିଜେପି ମୁଖ୍ୟାଳୟରେ ନିର୍ବାଚନ ବିଜୟ ସମ୍ପର୍କରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାତ୍ୟା 'ମିଗ୍‌ଜାଉଁ' ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପ୍ରଭାବ ପକାଇପାରେ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଓ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ରବିବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ୍ ମୋହନ ରେଡ୍ଡୀଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ସମସ୍ତ ସାହାଯ୍ୟ ଦେବାକୁ ନେଇ ଆଶ୍ୱସନା ଦେଇଥିଲେ ।

'ମିଗ୍‌ଜାଉଁ' ଶବ୍ଦର ଅର୍ଥ କ’ଣ?
ମିଆଁମାର ଏହି ବାତ୍ୟାର ନାମକୁ 'ମିଗ୍‌ଜାଉଁ' ଦେଇଛି, ଯାହାକୁ ଇଂରାଜୀରେ Michaung କୁହାଯାଏ । ଏହି ଶବ୍ଦର ଅର୍ଥ ଶକ୍ତି ଓ ଦୃଢ଼ତା । ଆଇଏମଡି ଅନୁଯାୟୀ, ବଙ୍ଗୋପସାଗରରେ ଥିବା ନିମ୍ନ ଚାପ ଅଞ୍ଚଳ ରବିବାର ଦିନ ବାତ୍ୟା  'ମିଗ୍‌ଜାଉଁ'ରେ ପରିଣତ ହୋଇଥିଲା । ଏହା ଉତ୍ତର ଦିଗକୁ ଗତି କରିବ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ସହିତ ସମାନ୍ତରାଳ ଭାବେ ଗତି କରିବ ଏବଂ ଡିସେମ୍ବର ୫ ତାରିଖ ଦିନ ନେଲୋର ଓ ମାସିଲିପାଟନମ୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହି ବାତ୍ୟା ଯୋଗୁଁ ପବନ ଘଣ୍ଟା ପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ବହିପାରେ ।

Read More
{}{}