Hindi News >>Home >>Odisha Trending

Cardamom Farming: ବର୍ଷା ଋତୁରେ କରନ୍ତୁ ଏହି ଚାଷ: ମିଳିବ ପ୍ରବଳ ଫାଇଦା

Cardamom Farming: କମ ଖର୍ଚ୍ଚରେ ଅଧିକ ଲାଭଜନକ ଫସଲ ଉତ୍ପାଦନ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ଫସଲ ଦ୍ୱାରା ହିଁ ଆପଣ ହୋଇପାରିବେ ଲାଭବାନ ।

Advertisement
Cardamom Farming: ବର୍ଷା ଋତୁରେ କରନ୍ତୁ ଏହି ଚାଷ: ମିଳିବ ପ୍ରବଳ ଫାଇଦା
Stop
Soubhagya Ranjan Mishra|Updated: Jul 14, 2023, 08:24 PM IST

Cardamom Farming: ସମଗ୍ର ବିଶ୍ୱରେ ଅଳେଇଚର ଚାହିଦା ରହିଛି । ପ୍ରତିଟି ଘରେ (Home) ଏହାକୁ ବ୍ୟବହାର କରାଯାଇଥାଏ । ବିଶେଷ କରି ମସଲା ଭାବରେ ଅଳେଇଚ ଅଧିକ ମାତ୍ରାରେ ବ୍ୟବହୃତ ହୋଇଥାଏ । ଖାଦ୍ୟ, ପାନୀୟକୁ ସୁଗନ୍ଧିତ କରିବା ପାଇଁ ଅଳେଇଚର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିସହ ଏଥିରେ ବ୍ୟାପକ ପରିମାଣରେ ଔଷଧୀୟ ଗୁଣ ମଧ୍ୟ ରହିଛି ଯେଉଁଥିପାଇଁ ଅନେକ ବ୍ୟକ୍ତି ଏହାକୁ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଏହି ଚାଷରେ ଅଧିକ ଲାଭ ମିଳୁଥିବାରୁ ଅନେକ ଚାଷୀ ନିଜ ତରଫରୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଥାଏ ।ଭାରତରେ ମଧ୍ୟ ଅଳେଇଚ ଚାଷ ବହୁ ପରିମାଣରେ ଚାଷ କରାଯାଏ । ବିଶେଷ କରି କର୍ଣ୍ଣାଟକ, କେରଳ (Kerala), ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଏହି ଚାଷ ବ୍ୟାପକ ଭାବରେ କରାଯାଇଥାଏ । କେବଳ ସେତିକି ନୁହେଁ ବର୍ତ୍ତମାନ ୟୁପି ଏବଂ ବିହାରର ଅନେକ କୃଷକ (Farmer) ମଧ୍ୟ ଏହି ଚାଷକୁ ସଫଳତାର ସହିତ କରି ଲାଭାନ୍ୱିତ ହୋଇଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ଆପଣ କିପରି ଏହି ଚାଷ କରିବା ସହ ଲାଭାନ୍ୱିତ ହୋଇପାରିବେ ।

ଅଳେଇଚ ଚାଷ ପାଇଁ ପାଣିପାଗ
ଅଳେଇଚ ଚାଷ ପାଇଁ ଲୋମି ମାଟି ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ । ଲାଟେରାଇଟ୍ ମାଟି ଏବଂ କଳା ମାଟିରେ ମଧ୍ୟ ଚାଷୀମାନେ ଅଳେଇଚ ଚାଷ କରିପାରିବେ । ଜଳ ନିଷ୍କାସନ ପାଇଁ ଅଳେଇଚ କ୍ଷେତରେ ଖୁବ୍ ଭଲ ଡ୍ରେନେଜ ବ୍ୟବସ୍ଥା ରହିବା ଉଚିତ । ବାଲି ତଥା ପଟ୍ଟୁ ମାଟିରେ ଅଳେଇଚ ଚାଷ କରିବା ଉଚିତ ନୁହେଁ କାରଣ ଏହା ନଷ୍ଟ ହୋଇପାରେ । ଏହା ବ୍ୟତୀତ ଅଳେଇଚ ଚାଷ ପାଇଁ ସର୍ବନିମ୍ନ ୧୦ ଡିଗ୍ରୀରୁ ୩୫ ଡିଗ୍ରୀ ତାପମାତ୍ରା ଖୁବ ଭଲ ହୋଇଥାଏ ବୋଲି ବିବେଚନା କରାଯାଏ ।

ଚାରା ଲଗାଇବା ପାଇଁ ବର୍ଷା ଋତୁ ସର୍ବୋତ୍ତମ
ଅଳେଇଚ ଚାଷ ଆରମ୍ଭ କରିବା ପାଇଁ ବର୍ଷା ଋତୁକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଇଥାଏ । ଆପଣ ଚାହିଁଲେ ଜୁଲାଇ ମାସରେ ଆପଣ କ୍ଷେତ ପ୍ରସ୍ତୁତ କରି ଅଳେଇଚ ଚାରା ଲଗାଇ ପାରିବେ । ଏହି ସମୟରେ ସଠିକ ବର୍ଷା ହେଉଥିବାରୁ ଜଳସେଚନର ଆବଶ୍ୟକତା କମ୍ ଥାଏ । ତେବେ ଆପଣ ଜାଣି ରଖନ୍ତୁ ଯେ, ଅଳେଇଚ ସବୁବେଳେ ଛାଇ ଯାଗାରେ ଲଗାଯିବା ଉଚିତ୍ । ଟାଣ ଖରା ତଥା ଗରମ ଅଧିକ ହେଲେ ଅଳେଇଚ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡିପାରେ । ଅଳେଇଚ ଗଛର ଷ୍ଟେମ୍ ୧ ରୁ ୨ ମିଟର ଲମ୍ବ ହୋଇଥାଏ । ଚାରା ଲଗାଇବା ସମୟରେ ଗଛକୁ ଗଛ ଦୂରତା ୨ ଫୁଟ ରଖି ଆପଣ ଫସଲ ଲଗାଇପାରିବେ ।

ବଜାର ଦର

ଅଳେଇଚ କ୍ଷେତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ପ୍ରାୟ ୩ରୁ ୪ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ । ସଠିକ ଭାବରେ ଉତ୍ପାଦନ ହେଲେ ହେକ୍ଟର ପିଛା ୧୩୫ ରୁ ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଆପଣ ଅଳେଇଚ ଉତ୍ପାଦନ କରିପାରିବେ । ଅମଳ ହେବା ପରେ କଞ୍ଚା ଅଳେଇଚକୁ କିଛିଦିନ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ଶୁଖାଯାଏ । ଗୋଟିଏ ଦିନ ଟାଣ ଖରାରେ ଶୁଖିବା ପରେ ଏହାକୁ ହାତ, କୋଇର ମ୍ୟାଟ୍ କିମ୍ବା ତାର ଜାଲିରେ ଘଷାଯାଇଥାଏ । ପରେ ଅଳେଇଚର ଆକାର ଓ ରଙ୍ଗ ହିସାବରେ ଅଲଗା ଅଲଗା ପ୍ୟାକ୍ କରାଯାଇଥାଏ । ବର୍ତ୍ତମାନ ବଜାରରେ କିଲୋ ପ୍ରତି ୧୧ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣ ଅଳେଇଚ ବିକ୍ରି କରିପାରିବେ । ତେଣୁ ଏହି ଚାଷ ଆପଣଙ୍କୁ ଲକ୍ଷାଧିକ ଟଙ୍କାର ଲାଭ ଦେବ । ଏଥିସହ ଆପଣ ପରବର୍ତ୍ତୀ ଫସଲ ଉତ୍ପାଦନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଆଗ୍ରହୀ ହେବେ ।

Also Read- Rich Tips: ୩୦ ହଜାର ପାଖାପାଖି ଦରମା ପାଉଛନ୍ତି କି ? ଏମିତି ବନନ୍ତୁ କୋଟିପତି !

Read More
{}{}