Hindi News >>Home >>Odisha Trending

Oil Price: ଦୀର୍ଘ ଦିନ ପରେ ବଦଳିଲା ତୈଳଦର, ହୋଇଛି ବଡ଼ ପରିବର୍ତ୍ତନ

Oil Price: ଦେଶରେ ଶେଷ ଥର ପାଇଁ ଗତ ବର୍ଷ ମଇ ମାସରେ ତୈଳଦରରେ ପରିବର୍ତ୍ତନ ହୋଇଥିଲା। ପୁନର୍ବାର ୭ ମାସ ପରେ ତୈଳଦରରେ ବୃଦ୍ଧି ଘଟିଛି। ତେବେ ସେହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ଏକ୍ସସାଇଜ ଡ୍ୟୁଟି ଛାଡ଼ କରିଥିଲେ। 

Advertisement
Oil Price: ଦୀର୍ଘ ଦିନ ପରେ ବଦଳିଲା ତୈଳଦର, ହୋଇଛି ବଡ଼ ପରିବର୍ତ୍ତନ
Stop
Zee Odisha Desk|Updated: Mar 07, 2023, 09:08 AM IST

Oil Price: ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ (International Oil Price) ତୈଳ ଦରରେ (Oil Price) ପରିବର୍ତ୍ତନ ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ (International Oil Price) ଦରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ତୈଳଦରରେ ମୂଲ୍ୟ ବଢି ୮୬ ଡଲାର ଅତିକ୍ରମ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଅଶୋଧିତ ବ୍ୟାରେଲ ୦.୨୨ ଡଲାର ତଥା ୦.୨୬ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୬.୪୦ ଡଲାରରେ ପହଞ୍ଚିଛି। ସେହିପରି ଡବ୍ଲୁଟିଏଇ ବ୍ୟାରେଲ ପିଛା ୦.୧୫ ଡଲାର ତଥା ୦.୧୯ ପ୍ରତିଶତ ବୃଦ୍ଧି ପାଇ  ୮୦.୬୧ ଡଲାରରେ ପହଞ୍ଚିଛି। ତେବେ ଅଶୋଧିତ ତୈଳର ପରିବର୍ତ୍ତନର ପ୍ରଭାବ ଗତ କିଛି ମାସ ମଧ୍ୟରେ ଭାରତରେ ଦେଖାଯାଇ ନାହିଁ। ଆଜି ବି ମୂଲ୍ୟ ସମାନ ରହିଛି।

ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ୯୬.୭୨ ଟଙ୍କାରେ ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୬.୦୩ ଟଙ୍କା ଏବଂ ଗୋଟିଏ ଲିଟର ଡିଜେଲ ୯୨.୭୬ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୬.୩୧ ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୪.୨୭ ଟଙ୍କା ରହିଛି। ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୨.୬୩ ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୪.୨୪ ଟଙ୍କା ରହିଛି।

Also Read: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ମଙ୍ଗଳବାର

Also Read: Airtel 5G Plus: ହୋଲି ପୂର୍ବରୁ ଏୟାରଟେଲର ବଡ଼ ଧମାକା! ଏକାସାଙ୍ଗରେ ୧୨୫ଟି ସହରରେ ଆରମ୍ଭ ହେଲା 5G ସେବା, ଏଠାରେ ଚେକ୍ କରନ୍ତୁ ନିଜ ସହରର ନାମ

ସେହିପରି ଅନ୍ୟ ସହର ଗୁଡ଼ିକ ମଧ୍ୟରେ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୦୮ ଟଙ୍କା, ହାଇଦ୍ରାବାଦରେ ୧୦୯.୬୬, ପାଟନାରେ ୧୦୭.୨୪, ଲକ୍ଷ୍ନୌରେ ୯୬.୩୬ ଟଙ୍କା, ଚଣ୍ଡିଗଡ଼ରେ ୯୬.୨୦ ଟଙ୍କା, ବେଙ୍ଗାଲୁରୁରେ ୧୦୧.୯୪, ନୋଏଡ଼ାରେ ୯୬.୬୯ ଟଙ୍କା ଓ ଗୁରୁଗ୍ରାମରେ ୯୭.୧୦ ଟଙ୍କା ରହିଛି। ସେହିପରି ଜୟପୁରରେ ୯୩.୩୬ ଟଙ୍କାରେ ବିକ୍ରି ହେଉଛି। ସେହିପରି ହାଇଦ୍ରାବାଦରେ ୯୭.୮୨ ଟଙ୍କା, ପାଟନାରେ ୯୪.୦୪ ଟଙ୍କା, ଲକ୍ଷ୍ନୌରେ ୮୯.୫୬ ଟଙ୍କା, ଚଣ୍ଡିଗଡରେ ୮୪.୨୬ ଟଙ୍କା, ବେଙ୍ଗାଲୁରୁରେ ୮୭.୮୯ ଟଙ୍କା, ନୋଏଡ଼ାରେ ୮୯.୮୬ ଟଙ୍କା ଓ ଗୁରୁଗ୍ରାମରେ ୮୯.୯୬ ଟଙ୍କା ରହିଛି। 

ଏଠାରେ କହି ରଖୁ କି ଦେଶରେ ଶେଷ ଥର ପାଇଁ ଗତ ବର୍ଷ ମଇ ମାସରେ ତୈଳଦରରେ ପରିବର୍ତ୍ତନ ହୋଇଥିଲା। ପୁନର୍ବାର ୭ ମାସ ପରେ ତୈଳଦରରେ ବୃଦ୍ଧି ଘଟିଛି। ତେବେ ସେହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ଏକ୍ସସାଇଜ ଡ୍ୟୁଟି ଛାଡ଼ କରିଥିଲେ। 

Also Read: Legends League Cricket 2023: ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!

Read More
{}{}