Hindi News >>Home >>Odisha Trending

ସତରେ ପ୍ରେମ ଅନ୍ଧ ! ପାକିସ୍ତାନୀ ଯୁବତୀକୁ ଅନଲାଇନରେ ବିବାହ କଲେ ରାଜସ୍ଥାନ ଯୁବକ

Cross border virtual Wedding: କିଛି ମାସ ପୂର୍ବରୁ ଭାରତ ଓ ପାକିସ୍ଥାନର ସୀମା ପାର ଦୁଇଟି ପ୍ରେମ କାହାଣୀ ପୂରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଏହି କାହାଣୀ ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ଜଣେ ପାକିସ୍ତାନୀ ମହିଳା ସୀମା ହାଇଦର ନିଜର ଚାରି ସନ୍ତାନଙ୍କୁ ନେଇ ଭାରତରେ ରହୁଥିବା ନିଜ ପ୍ରେମିକ ସଚିନ୍ ମୀନାଙ୍କ ପାଖରେ ପହଁଞ୍ଚିଥିଲେ । ଏତିକି ନୁହେଁ, ରାଜସ୍ତାନର ୩୫ ବର୍ଷିୟ ଅଞ୍ଜୁ ନିଜର ପାକିସ୍ତାନୀ ପ୍ରେମିକା ନାସରୁଲ୍ଲାଙ୍କୁ ଭେଟିବା ଲାଗି ଦେଶ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ। ସେଠାରେ ଅଞ୍ଜୁ ଧର୍ମ ପରିବର୍ତ୍ତନ କରି ପ୍ରେମିକଙ୍କୁ ବିବାହ କରିଥିଲେ । ​  

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 06, 2023, 12:17 PM IST

Ameena arbaaz Marriage​: ନେପାଳ ରାସ୍ତା ଦେଇ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର (Seema haider love story) ଓ ପ୍ରେମିକ ପାଇଁ ଭାରତରୁ ସୁଦୂର ପାକିସ୍ଥାନକୁ ଯାଇଥିବା ଅଞ୍ଜୁଙ୍କ ପ୍ରେମ କାହାଣୀକୁ (Anju pakistan love story) ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ ଆସିଛି । କିନ୍ତୁ ଏହି କାହାଣୀ ସାମାନ୍ୟ ଭିନ୍ନ ଅଟେ । ଏଥିର କିନ୍ତୁ ପ୍ରେମ ସୀମା ପାର କରିନାହିଁ ବରଂ ଅନଲାଇନ ବିବାହରେ ଶେଷ ହୋଇଛି । କରାଚି ବାସିନ୍ଦା ଅମିନା ଯୋଧପୁରର ବାସିନ୍ଦା ତଥା ପ୍ରେମିକା ଅରବାଜଙ୍କୁ ଅନଲାଇନ ବିବାହ କରିଛନ୍ତି ଏହି ଘଟଣାଟି ରାଜସ୍ଥାନରୁ (Rajasthan) ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଅମିନାଙ୍କୁ ଭାରତ ଆସିବା ପାଇଁ ଭିସା ମିଳିନଥିଲା ଫଳରେ ଦୁହେଁ ଅନଲାଇନ ବିବାହ କରିବା ନେଇ ସ୍ଥିର କରିଥିଲେ।

ଅରବାଜ ଆମେନାଙ୍କ କାହାଣୀ?

ରିପୋର୍ଟ ଅନୁଯାୟୀ, ଯୋଧପୁରରେ (Jodhpur) ରହୁଥିବା ଅରବାଜଙ୍କ ପରିବାର ପାକିସ୍ତାନୀ ଝିଅ ଅମିନାଙ୍କ (Pakistani Girl Ameena) ପରିବାର ପରସ୍ପର ସହ ଜଡିତ। ପୂର୍ବରୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ବିବାହ ପଡୋଶୀ ଦେଶର ଝିଅଙ୍କ ସହ ହୋଇସାରିଛି । ଅରବାଜଙ୍କ ପିତା ମହମ୍ମଦ ଅଫଜାଲ କହିଛନ୍ତି ଯେ, ମୋର ଜଣେ ନାତି ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଅଟନ୍ତି, ଯିଏ ପୂର୍ବରୁ ପାକିସ୍ତାନର ଜଣେ ଝିଅକୁ ବିବାହ କରିଛନ୍ତି। ଦୁହିଁଙ୍କୁ ଖୁସି ଦେଖି ଅମିନାଙ୍କ ପରିବାର ଲୋକେ ଅରବାଜଙ୍କ ସହ ଅମିନାଙ୍କ ବିବାହ ନେଇ ପ୍ରସ୍ତାବ ଦେଇଥିଲେ, ଯାହାକୁ ଆମେ ଗ୍ରହଣ କରିଥିଲୁ। ଖବର ଅନୁଯାୟୀ, ପରିବାର ଲୋକଙ୍କ ସହିତ ଅରବାଜ ବିବାହ ଲାଗି ଯୋଧପୁରର ବାଲ ସମାଜ ଭବନରେ ପହଞ୍ଚିଥିଲେ । ସେଠାରେ ଅମିନାଙ୍କ ସହ ଭୁର୍ଚୁଆଲ ବିବାହ (Virtual Marriage) ହୋଇଥିଲେ। ଏନେଇ ଅରବାଜ କହିଛନ୍ତି ଯେ, ବିବାହ ପରେ ଅମିନା ଭିସା (VISA) ପାଇଁ ଆବେଦନ କରିବେ। ମୁଁ ବିବାହ କରିବା ଲାଗି ପାକିସ୍ତାନ ଯାଇନଥିଲି, କାରଣ ସେଠାରେ ଏହା ସ୍ୱୀକୃତିପ୍ରାପ୍ତ ନୁହେଁ  । ପୁଣି ଭାରତରେ ପହଞ୍ଚିବା ପରେ ଆମକୁ ଆମକୁ ଆଉ ଥରେ ବିବାହ କରିବାକୁ ପଡ଼ିଥାଆନ୍ତା । ସେ ଆଉ ମଧ୍ଯ କହିଥିଲେ ଯେ, ପାକିସ୍ତାନୀ ଝିଅଙ୍କୁ ବିବାହ ପାଇଁ ଭାରତୀୟ ଭିସା ପାଆନ୍ତି ନାହିଁ। ତେଣୁ, ଆମେ ଅନଲାଇନରେ ବିବାହ କରିବା ପରେ ମୌଲବିଙ୍କଠାରୁ ଏକ ପ୍ରମାଣପତ୍ର ପାଇଛୁ ଯାହା ଆଇନଗତ ଅଟେ  ।

ବର୍ତ୍ତମାନ ଅମିନା ଓ ଅରବାଜଙ୍କ ଏହି ଅନଲାଇନ ବିବାହକୁ (Online Marriage) ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ପ୍ରକାଶ ଥାଉ କି, କିଛି ମାସ ପୂର୍ବରୁ ଭାରତ ଓ ପାକିସ୍ଥାନର ସୀମା ପାର ଦୁଇଟି ପ୍ରେମ କାହାଣୀ ପୂରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଏହି କାହାଣୀ ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ଜଣେ ପାକିସ୍ତାନୀ ମହିଳା ସୀମା ହାଇଦର ନିଜର ଚାରି ସନ୍ତାନଙ୍କୁ ନେଇ ଭାରତରେ ରହୁଥିବା ନିଜ ପ୍ରେମିକ ସଚିନ୍ ମୀନାଙ୍କ ପାଖରେ ପହଁଞ୍ଚିଥିଲେ । ଗତ ମେ ମାସରେ ସେ ନେପାଳ ରାସ୍ତା ଦେଇ ଭାରତ ପହଁଞ୍ଚି ପ୍ରେମିକ ସଚିନ୍ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଥିଲେ। ଖାଲି ଏତିକି ନୁହେଁ, ରାଜସ୍ତାନର ୩୫ ବର୍ଷିୟ ଅଞ୍ଜୁ ନିଜର ପାକିସ୍ତାନୀ ପ୍ରେମିକା ନାସରୁଲ୍ଲାଙ୍କୁ ଭେଟିବା ଲାଗି ଦେଶ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ। ସେଠାରେ ଅଞ୍ଜୁ ଧର୍ମ ପରିବର୍ତ୍ତନ କରି ପ୍ରେମିକଙ୍କୁ ବିବାହ କରିଥିଲେ ।

Also Read- ​QR Code: ଏଣିକି ସ୍କାନ୍ କରି ଜାଣିପାରିବେ ଆପଣ ଖାଉଥିବା ମେଡ଼ିସିନ ଅସଲି ନା ନକଲି?

 

Read More
{}{}