Hindi News >>Home >>Odisha Trending

ଗରିବ ଥିଲେ ବୋଲି ଉଚ୍ଚ ଶିକ୍ଷା କରିପାରିନଥିଲେ: ଏବେ ୨୫ ବର୍ଷ ବୟସରେ କୋଟିପତି

ସଫଳତା ସହିତ ଜଡିତ ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, ଯାହାକୁ ଦେଖିବା ବା ଶୁଣିବା ପରେ ଲୋକମାନେ ମଧ୍ୟ ଅନୁପ୍ରାଣିତ ହୋଇଥାଆନ୍ତି । ଏହିପରି ଗୋଟିଏ କାହାଣୀ ମନୋଜ ସାରୁଙ୍କର । ମନୋଜ କହିଛନ୍ତି, ଏକ ଭଡା ଘରୁ (Rent house) ସେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ବହୁତ ଟଙ୍କା ରୋଜଗାର କରୁଛନ୍ତି। ସେ ମାତ୍ର ୨୫ ବର୍ଷ

Advertisement
ଗରିବ ଥିଲେ ବୋଲି ଉଚ୍ଚ ଶିକ୍ଷା କରିପାରିନଥିଲେ: ଏବେ ୨୫ ବର୍ଷ ବୟସରେ କୋଟିପତି
Stop
Soubhagya Ranjan Mishra|Updated: Jun 18, 2023, 12:47 PM IST

Success Story: ସଫଳତା ସହିତ ଜଡିତ ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, ଯାହାକୁ ଦେଖିବା ବା ଶୁଣିବା ପରେ ଲୋକମାନେ ମଧ୍ୟ ଅନୁପ୍ରାଣିତ ହୋଇଥାଆନ୍ତି । ଏହିପରି ଗୋଟିଏ କାହାଣୀ ମନୋଜ ସାରୁଙ୍କର । ମନୋଜ କହିଛନ୍ତି, ଏକ ଭଡା ଘରୁ (Rent house) ସେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ବହୁତ ଟଙ୍କା ରୋଜଗାର କରୁଛନ୍ତି। ସେ ମାତ୍ର ୨୫ ବର୍ଷ ବୟସରେ କୋଟିପତି ହୋଇଥିଲେ। ସେ କହିଛନ୍ତି ଯେ ତାଙ୍କୁ ବି.ଟେକ୍ (B Tech) କରିବାକୁ ବହୁତ ଇଛା ଥିଲା , କିନ୍ତୁ କଲେଜ ଦେୟ ଏକ ଲକ୍ଷ ଟଙ୍କା ଥିଲା। ଯାହା ତାଙ୍କ ସମର୍ଥ ବାହାରେ ଥିଲା । ସେ କମ୍ପ୍ୟୁଟର (Computer) ପ୍ରତି ମଧ୍ୟ ବହୁତ ଆଗ୍ରହୀ ଥିଲେ । କିନ୍ତୁ କଲେଜରେ ଆଡମିଶନ ପାଇପାରି ନଥିଲେ । ସେ ଏକ ବର୍ଷ ବ୍ୟବଧାନ ନେବାକୁ ସ୍ଥିର କଲେ ।

କଲେଜ ଫି ପାଇଁ ଟଙ୍କା ନଥିଲା 

ମନୋଜ ଏକ ଗରିବ (Poor) ପରିବାରର ଥିଲେ। ଏପରିକି ତାଙ୍କ ପୂରା ପରିବାରର ରୋଜଗାର ମିଶିଲେ ମଧ୍ୟ କଲେଜ ଦେୟ (college fees) ଦେବା ସମ୍ଭବ ନଥିଲା । ଯେତେବେଳେ ସେ କଲେଜରେ ଆଡମିଶନ ନେଇପାରିନଥିଲେ, ସେତେବେଳେ ସେ ତିନି ଦିନ କାନ୍ଦିଥିଲେ। ସେହି ସମୟରେ ସେ ଏକ ଆର୍ଟିକିଲ ପଢିଥିଲେ, ଯେଉଁଥିରେ ଲେଖାଥିଲା ଯେ ଆପଣ ଘରେ ବସି ମାସକୁ ୧୦-୧୮ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ସେ ଏହି ଲେଖା ଦ୍ୱାରା ବହୁତ ଅନୁପ୍ରାଣିତ ହୋଇଥିଲେ । ଏହା ସେହି ସମୟ ଥିଲା, ଯେତେବେଳେ ଜିଓ ବଜାରକୁ ଆସିଲା । ଲୋକଙ୍କ ମଧ୍ୟରେ ଇଣ୍ଟରନେଟ୍ କ୍ରେଜ୍ (Internet craze) ବୃଦ୍ଧି ପାଉଥିଲା । ଏହା ପରେ ସେ ଗୁଗୁଲ (Google)ରେ ଟଙ୍କା ରୋଜଗାରର ଉପାୟ ଖୋଜିବା ଆରମ୍ଭ କଲେ । ପ୍ରାରମ୍ଭରେ, ସେ ୟୁଟ୍ୟୁବ (Youtube)ରେ କିଛି ଟେକ୍ନୋଲୋଜି ଜାଣିବା ପରେ ଏକ ଚ୍ୟାନେଲ ସୃଷ୍ଟି କରିଥିଲେ । ତାଙ୍କର ୨୫ ରୁ ୨୬  ହଜାର ସସ୍କ୍ରାଇବର୍ସ ହୋଇଗଲା, ଗୋଟିଏରୁ ଦୁଇଟି ଭିଡିଓ ଭାଇରାଲ ହେଲା,  କିନ୍ତୁ ସେ ୟୁଟ୍ୟୁବ କମ୍ୟୁନିଟି ନିର୍ଦ୍ଦେଶାବଳୀ ବିଷୟରେ ଜାଣି ନଥିଲେ, ଆଉ ଦିନେ ଚ୍ୟାନେଲ ଡିଲିଟ ହୋଇଗଲା ।

୧୭-୧୮ ଘଣ୍ଟା ଯାଏଁ କାମ କଲେ 

ଏହା ପରେ ସେ ଅନ୍ୟ ଏକ ଚ୍ୟାନେଲ କଲେ ଓ ସେଥିରେ କ୍ରମାଗତ ଭାବରେ ଭିଡିଓ ଅପଲୋଡ୍ କରି ଚାଲିଥିଲେ । ସେ ଏହାର ନାମ ଟେକ୍ନୋଲୋଜି ନଲେଜ୍ ରଖିଲେ । ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଦେୟ ପାଇଲେ । ଯାହା ୨୫୦ ଡଲାର ଥିଲା । ସେ ଏଥିରେ ବହୁତ ଖୁସି ଥିଲେ । ସେ ପୁନର୍ବାର ଏଥିରେ କଠିନ ପରିଶ୍ରମ କରିବା ଆରମ୍ଭ କଲେ । ସେ ପ୍ରଥମ ପେମେଣ୍ଟକୁ ଏକ ନିବେଶ ଭାବରେ ବ୍ୟବହାର କରିଥିଲେ । ୱେବ୍ ବୁଷ୍ଟିଂ ଓ ଡୋମେନ୍ କିଣିବା ପାଇଁ ସେ ଟଙ୍କା ବିନିଯୋଗ କରିଥିଲେ । ସେ କହିଛନ୍ତି ଯେ, ସେ ତାଙ୍କ କଲେଜ ପାଠପଢ଼ା ସହିତ କମ୍ପ୍ୟୁଟରରେ ୧୭-୧୮ ଘଣ୍ଟା କାମ କରୁଥିଲେ । ସେ ଏହି କାମଟି ଏକ ଛୋଟ କୋଠରୀରୁ ଆରମ୍ଭ କଲେ । ଚାରିଆଡେ ଶବ୍ଦ ହେଉଥିଲା, ସେଥିପାଇଁ ସେ ରାତି ୧-୨ ଟା ଓ ବେଳେବେଳେ ୩ ଟା ପର୍ଯ୍ୟନ୍ତ ଭିଡିଓ ତିଆରି (Video making) କରୁଥିଲେ । ପୂରା ଦିନ ବିଷୟବସ୍ତୁ ଲେଖିବା ଓ ବ୍ଲଗିଂ କରିବାକୁ ଯାଆନ୍ତି।  ଏହା ପରେ ତାଙ୍କୁ ଏଡିଟିଂ ମଧ୍ୟ କରିବାକୁ ପଡୁଥିଲା।

ଧୀରେ ଧୀରେ ଦେୟ ବୃଦ୍ଧି ହେଲା 

ମନୋଜ କହିଛନ୍ତି ଯେ, ଏକ ସମୟରେ ଇ-ମେଲ (E mail) କରିବା ପରେ ମଧ୍ୟ ବ୍ରାଣ୍ଡ ତାଙ୍କୁ ପଚାରୁନଥିଲା । କିନ୍ତୁ ଆଜିର ସମୟରେ ବ୍ରାଣ୍ଡଗୁଡ଼ିକ ନିଜେ ତାଙ୍କ ନିକଟକୁ ଆସୁଛନ୍ତି । ସେ ଟ୍ୟୁଟୋରିଆଲ୍ ଭିଡିଓ ପ୍ରସ୍ତୁତ କରନ୍ତି । ଆଉ କିଛି ଦିନ ପରେ ସେ ମାସକୁ ୩୦-୪୦ ହଜାର ଟଙ୍କା ପାଇବା ଆରମ୍ଭ କଲେ । ଏହି ସମୟରେ ସେ ତାଙ୍କର ବିସିଏ ଅଧ୍ୟୟନ ସମାପ୍ତ କଲେ । ପାର୍ଟ ଟାଇମ୍ ସଫ୍ଟୱେୟାର ଇଞ୍ଜିନିୟରିଂ (Software Engineering)ରେ ଡିପ୍ଲୋମା ମଧ୍ୟ କରିଥିଲେ । ଏହା ପରେ ସେ ନିଜ କାମକୁ ପୁରା ସମୟ ଦେବା ଆରମ୍ଭ କଲେ ।

୨୦୧୮ ରୁ ୨୦୧୯ ରେ, ତାଙ୍କ ଚ୍ୟାନେଲକୁ ବୁଷ୍ଟ ମିଳିଲା 

କଣ୍ଟେଣ୍ଟ ଭାଇରାଲ ହେବା ଆରମ୍ଭ ହେଲା ତା’ପରେ ଦିନେ ସେ ୧ ମିଲିୟନ୍ ସବସ୍କ୍ରାଇବର (Subscriber) ଯାଏଁ ପହଞ୍ଚିଗଲେ । ଆଜି ତାଙ୍କର ୧୩.୧ ମିଲିୟନରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ସେ ଏକ ଚାରି କୋଠରୀ ବିଶିଷ୍ଟ ଫ୍ଲାଟ କିଣିଛନ୍ତି । ସେ ବର୍ତ୍ତମାନ ୨୭ ବର୍ଷ ବୟସର,  ୨୫ ବର୍ଷ ବୟସରେ ସେ କୋଟିପତି ହୋଇଥିଲେ। ତାଙ୍କର ମାସିକ ଆୟ ଲକ୍ଷ ଲକ୍ଷ ଟଙ୍କା ହେଉଛି । ମନୋଜ ଦେଶର ସବୁଠାରୁ ବଡ ୟୁଟ୍ୟୁବର୍ ମଧ୍ୟରେ ଗଣା ଯାଆନ୍ତି । ମନୋଜ ଏକ ଭିଡିଓ ମାଧ୍ୟମରେ ତାଙ୍କ କାହାଣୀ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

Also read- ଠାକୁରଙ୍କୁ ହେଉଛି ଗରମ: ସାମ୍ନାରେ କୁଲର ଲଗାଇଲେ ଭକ୍ତ !

Read More
{}{}