Hindi News >>Home >>Odisha Trending

Coronavirus New Wave: ହୋଇଯାଆନ୍ତୁ ସତର୍କ, ଆସୁଛି କୋରୋନାର ଆଉ ଏକ ଲହର!

Coronavirus New Wave: କୋରୋନାର ନୂଆ ଭାରିଆଣ୍ଟ ସାରା ଦୁନିଆକୁ ଚିନ୍ତାର ପକାଉଛି । ଏଥିରୁ ଜଣାପଡ଼ୁଛି ଯେ କୋରୋନା ମହାମାରୀରୁ ଏତେ ଶୀଘ୍ର ମୁକ୍ତି ମିଳିବ ନାହିଁ । ବାରମ୍ୱାର ଅନେକ ରିପୋର୍ଟରେ କୋରୋନାର ଭାରିଆଣ୍ଟ ଓ ସବ୍ ଭାରିଆଣ୍ଟ ବିଷୟରେ ଅନେକ ଦାବି କରାଯାଇଛି ।

Advertisement
Coronavirus New Wave: ହୋଇଯାଆନ୍ତୁ ସତର୍କ, ଆସୁଛି କୋରୋନାର ଆଉ ଏକ ଲହର!
Stop
Zee Odisha Desk|Updated: Oct 27, 2022, 08:07 AM IST

Coronavirus New Wave: କୋରୋନା ଭୂତାଣୁ (COVID19) ଯୋଗୁଁ ସାରା ଦୁନିଆ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ସଙ୍କଟ ମଧ୍ୟ ଦେଇ ଗତି କରୁଛି । କୋରୋନା ଭୂତାଣୁ (Coronavirus) ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ସହ କୋଟି କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ଏବେବି ଏହାର ପ୍ରଭାବ କମ୍ ହେବାର ନାମ ନେଉନାହିଁ । କ୍ରମାଗତ କୋରୋନାର ନୂଆ ଭାରିଆଣ୍ଟ (New Variant) ସାରା ଦୁନିଆକୁ ଚିନ୍ତାର ପକାଉଛି । ଏଥିରୁ ଜଣାପଡ଼ୁଛି ଯେ କୋରୋନା ମହାମାରୀରୁ ଏତେ ଶୀଘ୍ର ମୁକ୍ତି ମିଳିବ ନାହିଁ । ବାରମ୍ୱାର ଅନେକ ରିପୋର୍ଟରେ କୋରୋନାର ଭାରିଆଣ୍ଟ ଓ ସବ୍ ଭାରିଆଣ୍ଟ (Sub Variant) ବିଷୟରେ ଅନେକ ଦାବି କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଓମିକ୍ରନ (Omicron) ର ସବ୍-ଭାରିଆଣ୍ଟ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । 

ଏହି ସମୟରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ଏକ ବିଶ୍ଳେଷଣରେ କହିଛି ଯେ, COVID-19 ସଂକ୍ରମଣର ଦୈନିକ ମାମଲା ଫେବୃଆରୀ ସୁଦ୍ଧା ଧୀରେ ଧୀରେ ବୃଦ୍ଧି ଘଟି ୧୮.୭ ମିଲିୟନକୁ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଯାହା ବର୍ତ୍ତମାନ ୧୬.୭ ମିଲିୟନରେ ଅଛି । ଏହି ରିପୋର୍ଟ ଆସିବା ପରେ ସାରା ଦୁନିଆରେ ପୁଣି ଥରେ କୋରୋନା ମାମଲା (Coronavirus Cases) ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ, ଏହି ନୂତନ ଆନୁମାନିକ ହାରାହାରି ପୂର୍ବ ଶୀତ ତୁଳନାରେ କମ୍ ରହିଛି । ଜାନୁଆରୀ ୨୦୨୨ରେ ଓମିକ୍ରନ୍ ଭାରିଆଣ୍ଟର ଶୀଘ୍ର ବିସ୍ତାର ହେବା ପରେ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା କିନ୍ତୁ ଏହା ସାଂଘାତିକ ପ୍ରମାଣିତ ହୋଇ ନଥିଲା ।

ଏହା ସହ ଏକ ରିହାତି ଖବର ଏହା ଯେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ (IHME) ମଧ୍ୟ କହିଛି ଯେ ମାମଲା ବୃଦ୍ଧି ଯୋଗୁଁ ମୃତ୍ୟୁ ମାମଲା ବଢ଼ିବ ନାହିଁ । ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ,  ଆସନ୍ତା ଫେବୃଆରୀରେ ଦୁନିଆର ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ୨,୭୪୮ ହେବ । ବର୍ତ୍ତମାନ ସମୟରେ ଏହା ପ୍ରାୟ ୧,୬୬୦ ରହିଛି । IHME ଆକଳନ କରିଛି ଯେ,  ଆମେରିକାରେ ଦୈନିକ ସଂକ୍ରମଣ ଏକ ତୃତୀୟାଂଶ ବଢ଼ି ୧୦ ଲକ୍ଷରୁ ଅଧିକ ହୋଇଯିବ । ଜର୍ମାନୀରେ କୋରୋନା ମାମଲାରେ ଏକ ଧରଣ ବୃଦ୍ଧି ଘଟିସାରିଛି । ଏନେଇ ଅକ୍ଟୋବର ୨୪ରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । 

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେବେ ରୋହିତ ଶର୍ମା? ଜାଣନ୍ତୁ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ

ଅଧିକ ପଢ଼ନ୍ତୁ:-ଦିନ ୧.୩୦ରୁ ଖେଳାଯିବ ନାହିଁ ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ

ଅଧିକ ପଢ଼ନ୍ତୁ:-ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ନିଜ ଲୋକଠୁ ମିଳିଲା ଧୋକା, ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଲେ 'ଖେଳ'

 

 

ରିପୋର୍ଟରେ କୁହାଯାଇଛି ଯେ, ଜର୍ମାନୀରେ ବର୍ତ୍ତମାନ COVID ବୃଦ୍ଧି ଓମିକ୍ରନ୍ ସବଭାରିଆଣ୍ଟ BQ.1 କିମ୍ବା BQ.1.1 ଯୋଗୁଁ ହୋଇପାରେ । ଆହୁରି ମଧ୍ୟ ଆଗାମୀ ସପ୍ତାହରେ ଏହା ୟୁରୋପର ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳିପାରେ । ଜର୍ମାନୀରେ ୨୦୨୦ ପରଠାରୁ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହେବା ସଂଖ୍ୟା ଅଧିକ ଦେଖାଯାଉଛି । ଯାହା ଚିନ୍ତାର ବିଷୟ । IHME ଅନୁଯାୟୀ, ଓମିକ୍ରନର ସବ-ଭାରିଆଣ୍ଟ XBB ମଧ୍ୟ ସିଙ୍ଗାପୁରରେ ଦ୍ରୁତ ଗତିରେ ବ୍ୟାପିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଏହା ଦ୍ରୁତ ଗତିରେ ବ୍ୟାପୁଛି କିନ୍ତୁ କମ୍ ଗମ୍ଭୀର ବୋଲି କୁହାଯାଉଛି ।

Read More
{}{}