Hindi News >>Home >>Odisha Trending

Ukraine Army: ସୈନ୍ୟ ବାହିନୀରେ ନିଯୁକ୍ତିକୁ ନେଇ ତେଜିଲା ବିବାଦ; ଜାଣନ୍ତୁ ପୁରା ଘଟଣାକ୍ରମ

Ukraine Army Recruitment: ଦେଶର ସୈନ୍ୟ ବାହିନୀରେ ନିଯୁକ୍ତି ନେଇ ୟୁକ୍ରେନ ସଂସଦ ଏକ ଆଇନ ପାରିତ କରିଛି। ଯାହାକୁ ଦେଶର ଜନସାଧାରଣ ସହଜେ ଗ୍ରହଣ କରିପାରି ନାହାଁନ୍ତି।  

Advertisement
Ukraine Army: ସୈନ୍ୟ ବାହିନୀରେ ନିଯୁକ୍ତିକୁ ନେଇ ତେଜିଲା ବିବାଦ; ଜାଣନ୍ତୁ ପୁରା ଘଟଣାକ୍ରମ
Stop
Zee Odisha Desk|Updated: Apr 13, 2024, 12:13 AM IST

Ukraine Army Recruitment Controversy: ଋଷିଆ-ୟକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ ବର୍ଷ ପୂରଣ ହୋଇସାରିଛି। ହେଲେ ଏହି ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହୋଇନାହିଁ କିମ୍ବା ପରାଜୟ ବରଣ କରିନାହିଁ। ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ପୁଣି ଥରେ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଛି। ଏନେଇ ଦେଶର ସୈନ୍ୟବାହିନୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ୟୁକ୍ରେନ ସରକାର। ମାତ୍ର ଦେଶର ଜନସାଧାରଣ ସରକାରଙ୍କ ଏହି ଯୋଜନାକୁ ଅଧିକ ପସନ୍ଦ କରିନାହାଁନ୍ତି।

ୟୁକ୍ରେନ ସଂସଦ ଦେଶରେ ସୈନ୍ୟବାହିନୀରେ ନିଯୁକ୍ତିକୁ ନେଇ ଏକ ବିବାଦୀୟ ଆଇନ ପାରିତ କରିଛି। ଯେଉଁଥିରେ ବାଧ୍ୟତାମୂଳକ ସୈନ୍ୟ ସେବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ଆଇନ୍ ପାରିତ ହେବା ପୂର୍ବରୁ ଏହାର ପ୍ରାରମ୍ଭିକ ବିଧେୟକ ଅନେକ ମାସ ଧରି ବିଳମ୍ବ ହୋଇଥିଲା। ଏହି ଆଇନରେ ରହିଥିବା ବ୍ୟବସ୍ଥାକୁ କୋହଳ କରିବା ପାଇଁ ଅନେକ ସଂଶୋଧନ କରାଯାଇଥିଲା। ଦେଶର ସଂସଦ ମଧ୍ୟ ଦୀର୍ଘ ଦିନ ଧରି ଏହି ଆଇନ ପ୍ରତି ଉଦାସୀନ ମନୋଭାବ ପୋଷଣ କରିଥିଲା। କାରଣ ଏହା ଦ୍ୱାରା ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶା କରାଯାଉଥିଲା। 

ୟୁକ୍ରେନ ସେନାକୁ ଆବଶ୍ୟକ ୫ ଲକ୍ଷ ସୈନିକ 
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗତ ବର୍ଷ ଡିସେମ୍ବର ମାସରେ କହିଥିଲେ ଦେଶର ସୈନ୍ୟବାହିନୀର ଅନୁରୋଧ ହେତୁ ଏପରି ଆଇନ ଅଣାଯାଇଥିଲା। କାରଣ ସୈନ୍ୟବାହିନୀ ପାଇଁ ୫ ଲକ୍ଷରୁ ଅଧିକ ସୈନିକଙ୍କ  ଆବଶ୍ୟକତା ରହିଛି। ୟୁକ୍ରେନ ସେନାର ପୂର୍ବତନ କମାଣ୍ଡର ଭାଲେରୀ ଜାଲୁଝନିଙ୍କ ଅନୁରୋଧ କ୍ରମେ ଏପରି ଆଇନ ପ୍ରସ୍ତୁତ କରାଯାଇଛି। ଏନେଇ ମତ ରଖି ପୂର୍ବତନ ସେନା ଅଧିକାରୀ ଜଣଙ୍କ କହିଥିଲେ ଯେ ସୈନ୍ୟବାହିନୀରେ ବିଭିନ୍ନ ପଦ ପଦବୀକୁ ମଜବୁତ କରିବା ପାଇଁ ପ୍ରାୟ ୫ ଲକ୍ଷ ନୂତନ ନିଯୁକ୍ତି ଆବଶ୍ୟକ।

ଋଷିଆ ସହ ଯୁଦ୍ଧ ଜାରି ରହିବା ସମୟରେ ୟୁକ୍ରେନ ସେନାରେ ଆଗ ଧାଡିର ସୈନିକଙ୍କ ଅଭାବ ଦେଖାଦେଇଛି। ସେନା ବାହିନୀରେ ନିଯୁକ୍ତ ସମ୍ପର୍କରେ ଆଗତ ହୋଇଥିବା ଆଇନକୁ ନେଇ ୟୁକ୍ରେନ ଜନସାଧାରଣ ସେପରି ଅଧିକ ଆଗ୍ରହ ଦେଖାଇ ନାହାଁନ୍ତି। ଗୋଟିଏ ପଟେ ଋଷିଆ ପକ୍ଷରୁ ଦେଶର ବିଭିନ୍ନ ଭାଗରେ ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ସୈନ୍ୟବାହିନୀରେ ନିଯୁକ୍ତିକୁ ନେଇ ସଂସଦରେ ଏକ ବିବାଦୀୟ ଆଇନ ପାରିତ ହୋଇଛି। ଯେଉଁଥିରେ ବାଧ୍ୟତାମୂଳକ ସୈନ୍ୟ ସେବା ସମ୍ପର୍କରେ ଏପରି ନିଷ୍ପତ୍ତି ନିଆଯାଇଛି।

ଏହି ନିୟମ ପରେ ୟୁକ୍ରେନ କର୍ତ୍ତୃପକ୍ଷଙ୍କ ଶକ୍ତି ବୃଦ୍ଧି ପାଇବ। ଯାହା ବର୍ତ୍ତମାନର ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବ। ଏହି ବ୍ୟବସ୍ଥା ସୁନିଶ୍ଚିତ କରୁଛି ଯେ ଯୁଦ୍ଧରେ ୩୬ ମାସ ନିୟୋଜିତ ହେବା ପରେ ସୈନିକଙ୍କୁ ପୁନର୍ବାର ସେବାକୁ ପଠାଯାଇ ପାରିବ। ଏହି ବ୍ୟବସ୍ଥାକୁ ହଟାଇବା ଅନେକ ସାଂସଦଙ୍କୁ ଆଶ୍ଚର୍ଯ୍ୟ କରିଥିଲା।  ​​କାରଣ ଏହା ୟୁକ୍ରେନ ନେତୃତ୍ୱର ପ୍ରତିଶୃତି ଥିଲା। ବିଦାୟୀ ସେନା ମୁଖ୍ୟ ଆଲେକ୍ସଜାଣ୍ଡାର୍ ସିରସ୍କି ଏବଂ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଡିଟ୍ କରିବା ପରେ ଏନେଇ ହୋଇଥିବା ଆକଳନର ସମୀକ୍ଷା କରିଛନ୍ତି। ଏନେଇ କୁହାଯାଇଥିଲା ଯେ ଆବଶ୍ୟକ ସଂଖ୍ୟା ଅଧିକ ନାହିଁ। କାରଣ ସୈନିକଙ୍କୁ ଯୁକ୍ତିଯୁକ୍ତ ଉପାୟରେ ବ୍ୟବସ୍ଥିତ କରାଯାଇ ପାରିବ।

ଦେଶର ସୈନ୍ୟ ବାହିନୀରରେ ଅନିବାର୍ଯ୍ୟ ଭର୍ତ୍ତିକୁ ନେଇ ୟୁକ୍ରେନ ସେନାର ପୂର୍ବତନ କମାଣ୍ଡର ଭାଲେରୀ ଜାଲୁଝନିଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଥିଲା। ଖବର ଆସିଛି ଯେ ସଂସଦ ଆଗତ ହୋଇଥିବା ଏହି ଆଇନ ଉପରେ ମତଦାନ ହେବା ପୂର୍ବରୁ ପ୍ରତିରକ୍ଷା ବ୍ୟାପାର କମିଟି ମଙ୍ଗଳବାର ଏହାର ବିଧେୟକରୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ହଟାଇ ଦେଇଛି।

Read More
{}{}