Hindi News >>Home >>Odisha Trending

Citizenship: ଗତ ୫ ବର୍ଷରେ କେତେ ଜଣ ଭାରତୀୟ ନେଇଛନ୍ତି ପାକିସ୍ତାନର ନାଗରିକତା? ଦେଖନ୍ତୁ ପୂରା ତାଲିକା

Citizenship: ଗତ ପାଞ୍ଚ ବର୍ଷ ମଧ୍ୟରେ ତିନିଜଣ ଚୀନ୍ ନାଗରିକଙ୍କୁ ପାକିସ୍ତାନୀ ନାଗରିକତା ପ୍ରଦାନ କରାଯାଇଥିବାବେଳେ ଚାରିଜଣ ବାଂଲାଦେଶୀ, ଜଣେ ଇଟାଲୀୟ, ଜଣେ ସ୍ୱିସ୍, ତିନି ଜଣ ଆମେରିକୀୟ, ଦୁଇ ଜଣ କାନାଡିୟ ଓ ଚାରି ଜଣ ବ୍ରିଟିଶ ନାଗରିକଙ୍କୁ ଏହି ସମୟ ମଧ୍ୟରେ ପାକିସ୍ତାନୀ ନାଗରିକତା ପ୍ରଦାନ କରାଯାଇଥିଲା ।

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Feb 26, 2023, 04:20 PM IST

Pakistan Citizenship: ଗତ ପାଞ୍ଚ ବର୍ଷ ମଧ୍ୟରେ ୨୧୪ ଜଣ ବିଦେଶୀଙ୍କ ମଧ୍ୟରୁ ୧୫୯ ଜଣ ଭାରତୀୟଙ୍କୁ (Indian) ପାକିସ୍ତାନ 'ପାକିସ୍ତାନୀ ନାଗରିକତା' ପ୍ରଦାନ କରିଛି । ବିବାହ, ପାରିବାରିକ ସମ୍ପର୍କ ଇତ୍ୟାଦି ବିଭିନ୍ନ କାରଣରୁ ଗୃହ ମନ୍ତ୍ରଣାଳୟ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୧୪ ଜଣ ବିଦେଶୀଙ୍କୁ ପାକିସ୍ତାନୀ ନାଗରିକତା (Pakistan Citizenship) ପ୍ରଦାନ କରିଛି । ସରକାରୀ ଦଲିଲରୁ ଜଣାପଡିଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୧୪ ଜଣ ବିଦେଶୀଙ୍କୁ ପାକିସ୍ତାନୀ ନାଗରିକତା ଦିଆଯାଇଛି । ଦଲିଲ ଅନୁଯାୟୀ, ଅନ୍ୟ ଦେଶର ୫୫ ନାଗରିକଙ୍କ ସହ ୧୫୯ ଜଣ ଭାରତୀୟଙ୍କୁ ପାକିସ୍ତାନୀ ନାଗରିକତା ପ୍ରଦାନ କରାଯାଇଛି ।

ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଗତ ମାସରେ ଦୁଇ ଜଣ ଭାରତୀୟଙ୍କୁ ପାକିସ୍ତାନୀ ନାଗରିକତା ଦିଆଯାଇଥିବାବେଳେ ୨୦୧୯ ରେ ୫୫, ୨୦୧୮ ରେ ୪୩, ୨୦୨୦ ରେ ୨୭ ଓ ୨୦୨୧ ଓ ଗତ ବର୍ଷ ୧୮ ଜଣଙ୍କୁ ପାକିସ୍ତାନୀ ନାଗରିକତା ଦିଆଯାଇଛି । ଏଥିସହ ଏହା ପ୍ରକାଶ ହୋଇଛି ଯେ ହଜାର ହଜାର ଆବେଦନ ମଞ୍ଜୁରୀ ପାଇଁ ବିଚାରାଧୀନ ଅଛି । ଅଧିକାରୀ କହିଛନ୍ତି ଯେ ବିବାହ, ପାରିବାରିକ ସମ୍ପର୍କ, ବୃତ୍ତି କିମ୍ବା ପାକିସ୍ତାନରେ ଦୀର୍ଘ ସମୟ ରହିବା ଆଧାରରେ ନାଗରିକତା ପ୍ରଦାନ କରାଯାଇଛି ।

ଏହି ଦେଶର ନାଗରିକମାନେ ମଧ୍ୟ ପାଇଛନ୍ତି ପାକିସ୍ତାନର ନାଗରିକତା
ଦଲିଲଗୁଡ଼ିକ ଆହୁରି ପ୍ରକାଶ କରିଛି ଯେ ୨୦୨୨ ମସିହାରେ ପାକିସ୍ତାନୀ କର୍ତ୍ତୃପକ୍ଷ ଚାରିଜଣ ଆଫଗାନିସ୍ତାନକୁ, ୨୦୨୧ ରେ ଜଣକୁ, ୨୦୨୦ ରେ ୩ ଜଣକୁ, ୨୦୧୯ ରେ ଦୁଇ ଜଣକୁ ଓ ୨୦୧୮ ରେ ଜଣକୁ ନାଗରିକତା ପ୍ରଦାନ କରିଥିଲେ । ଗତ ପାଞ୍ଚ ବର୍ଷ ମଧ୍ୟରେ ତିନିଜଣ ଚୀନ୍ ନାଗରିକଙ୍କୁ ପାକିସ୍ତାନୀ ନାଗରିକତା ପ୍ରଦାନ କରାଯାଇଥିବାବେଳେ ଚାରିଜଣ ବାଂଲାଦେଶୀ, ଜଣେ ଇଟାଲୀୟ, ଜଣେ ସ୍ୱିସ୍, ତିନି ଜଣ ଆମେରିକୀୟ, ଦୁଇ ଜଣ କାନାଡିୟ ଓ ଚାରି ଜଣ ବ୍ରିଟିଶ ନାଗରିକଙ୍କୁ ଏହି ସମୟ ମଧ୍ୟରେ ପାକିସ୍ତାନୀ ନାଗରିକତା ପ୍ରଦାନ କରାଯାଇଥିଲା । ଏଥି ସହିତ ବର୍ମା, ଫିଲିପାଇନ୍ସ, ମୋଲଡୋଭା, କିର୍ଗିଜସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳର ୨୦ ରୁ ଅଧିକ ନାଗରିକ ମଧ୍ୟ ସମାନ ଅବଧିରେ ପାକିସ୍ତାନୀ ନାଗରିକତା ପାଇଛନ୍ତି ।

ଭାରତୀୟ ନାଗରିକତା ନେବାରେ ଆଗରେ ଅଛନ୍ତି ପାକିସ୍ତାନୀ
କହିରଖୁଛୁ ଯେ ଗତ ବର୍ଷ ଆରଟିଆଇ କାର୍ଯ୍ୟକର୍ତ୍ତା ଜିଶାନ ହାଇଦର କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଏକ ଆରଟିଆଇ ଦାଖଲ କରିଥିଲେ, ଯେଉଁଥିରେ ସେ ୨୦୧୫ ରୁ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଦେଶର କେତେଜଣ ନାଗରିକ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି ସେ ପଚାରିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଗୃହ ମନ୍ତ୍ରଣାଳୟର ବୈଦେଶିକ ବିଭାଗ କହିଛି ଯେ ୬ ବର୍ଷରେ ୫୬ଟି ଦେଶର ୧୯,୦୩୪ ନାଗରିକ ଭାରତର ନାଗରିକତା ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ସର୍ବାଧିକ ୨୮୩୮ ନାଗରିକ ପାକିସ୍ତାନର ଥିଲେ ।

ଏହା ବି ପଢ଼ନ୍ତୁ: ନାଗରିକତା ଛାଡିବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର, ଦେଲେ ଏହି ମୁଖ୍ୟ କାରଣ

Read More
{}{}