Hindi News >>Home >>Odisha Trending

Lion City of China: ପାଣି ତଳେ ମହଜୁଦ ରହିଛି ୬୦୦ ବର୍ଷର ପୁରୁଣା ସହର

Ancient Underwater City in China: ନ୍ୟାସନାଲ୍ ଜିଓଗ୍ରାଫିକ୍ ପକ୍ଷରୁ ଗତ ୨୦୧୧ ବର୍ଷରେ ପାଣି ତଳେ ବୁଡ଼ି ରହିଥିବା ସହରର କିଛି ଫଟୋ ପ୍ରକାଶ କରିଥିଲା। 

Advertisement
Lion City of China: ପାଣି ତଳେ ମହଜୁଦ ରହିଛି ୬୦୦ ବର୍ଷର ପୁରୁଣା ସହର
Stop
Zee Odisha Desk|Updated: Dec 17, 2023, 07:31 PM IST

Underwater City In China: ପାଣି ତଳେ ମହଜୁଦ ରହିଛି ୬୦୦ ବର୍ଷର ପୁରୁଣା ସହର। ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଥିବେ। ହେଲେ ପାଣିରେ ବୁଡ଼ି ରହିଥିବା ସହର "ଲାୟନ ସିଟି ଅଫ୍ ଚାଇନା ନାମରେ ଜଣାଶୁଣା। ଦେଶର ରାଜକୀୟ ଅତୀତର ସ୍ମୃତି ଏହି ସହରରେ ମହଜୁଦ ରହିଛି। ନ୍ୟାସନାଲ୍ ଜିଓଗ୍ରାଫି ଅନୁଯାୟୀ ଝେଜିଆଙ୍ଗ୍ ପ୍ରଦେଶର ଶିଚେଙ୍ଗ୍ ସହରରେ ୧୯୫୯ ମସିହାରେ ଜିନାନ୍ ହାଇଡ୍ରୋ ଇଲେକ୍ଟ୍ରିକ୍ ଡ୍ୟାମ୍ ନିର୍ମାଣ ପାଇଁ ସୁଚିନ୍ତିତ ଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଏହି ବନ୍ୟା ପରେ ଲୋକେ ଦଶନ୍ଧି ଦଶନ୍ଧି ଧରି ଜଳ ବିଦ୍ୟୁତ ଡ୍ୟାମ ନିର୍ମାଣ ପାଇଁ କୃତ୍ରିମ ଉପାୟରେ କରାଯାଇଥିବା ବନ୍ୟା ଘଟଣାକୁ ଭୁଲି ଯାଇଥିଲେ। ପାଣିରେ ବୁଡ଼ି ରହିଥିବା କିଆନଦାଓ ହ୍ରଦ ପୃଷ୍ଠରୁ ୪୦ ମିଟର ତଳେ ଅବସ୍ଥିତ ରହିଛି। ଯାହା ବର୍ତ୍ତମାନ ପାଣିରେ ବୁଡ଼ି ରହିଥିବା ଏକ ଭିନ୍ନ ଦୁନିଆ ଭଳି ମହଜୁଦ ରହିଛି। ନ୍ୟାସନାଲ୍ ଜିଓଗ୍ରାଫିକ୍ ପକ୍ଷରୁ କୁହାଯାଇଛି ଯେ ସେତେବେଳେ ବନ୍ୟା ସମୟରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ପାଣିରେ ବୁଡି ରହିଛି ୬୦୦ ବର୍ଷର ସହର
ଚୀନ୍ ର ଝେଜିଆଙ୍ଗ୍ ପ୍ରଦେଶରେ (Zhejiang Province China) ଅବସ୍ଥିତ ଶିଚେଙ୍ଗ୍ ସହର (Shi Cheng City China) ପ୍ରତି ବିଶ୍ୱର ଆଗ୍ରହ ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ଗତ ୨୦୦୧ ମସିହାର ଏହାକୁ ପୁନର୍ବାର ଆବିଷ୍କୃତ କରାଯାଇଥିଲା। ପାଣିରେ ବୁଡ଼ି ରହିଥିବା ପ୍ରାୟ ୬୦୦ ବର୍ଷ ପୁରୁଣା ସହରର ଅବଶିଷ୍ଟାଂଶ ଦେଖିବାକୁ ଚୀନ୍ ସରକାର (Chinese Govt) ଏକ ଅଭିଯାନ ଦଳ ପଠାଇଥିଲେ। ସେଠାରେ ଯେଉଁ ଦୃଶ୍ୟ ଦେଖାଯାଇଥିଲା ତାହା ବହୁତ ପ୍ରଶଂସନୀୟ। ବ୍ରିଟିଶ ଗଣମାଧ୍ୟମ ବିବିସି ପକ୍ଷରୁ କୁହାଯାଇଛି ଯେ ପାଣିରେ ବୁଡି ରହିଥିବା ସହରରେ ମିଙ୍ଗ୍ ଏବଂ କିଙ୍ଗ୍ ରାଜବଂଶର (Ming and Qing Dynasty in China) ପଥର ସ୍ଥାପତ୍ୟ ରହିଛି। ଆପଣଙ୍କ କହିରଖୁଛୁ ଚୀନ ଇତିହାସ (History of China) ଅନୁଯାୟୀ ମିଙ୍ଗ୍ ଏବଂ କିଙ୍ଗ୍ ରାଜବଂଶ ୧୩୬୮ ମସିହାରୁ ୧୯୧୨ ପର୍ଯ୍ୟନ୍ତ ଶାସନ କରିଥିଲେ। ୱୁ ଶି ମାଉଣ୍ଟେନ୍‌ (Wu Shi Mountain China) ନିକଟତର ହୋଇଥିବାରୁ ଶିଚେଙ୍ଗ ସହର ସିଂହ ସହର (Lion City of China) ଭାବରେ ଜଣାଶୁଣା। ଚାନୀ ଭାଷାରେ ୱୁ ଶି ମାଉଣ୍ଟେନ୍ ଶବ୍ଦର ଅର୍ଥ ହେଉଛି ପାଞ୍ଚ ସିଂହର ପର୍ବତ (Five Lion Mountain China)। ଯାହା କିଆନଦାଓ ହ୍ରଦ (Qiandao Lake China) ପୃଷ୍ଠରୁ ୪୦ ମିଟର ତଳେ ଅବସ୍ଥିତ ରହିଛି।

ପ୍ରାଚୀନ ପଥର ଗଠନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ 
ଗତ ୨୦୧୧ ବର୍ଷରେ ନ୍ୟାସନାଲ୍ ଜିଓଗ୍ରାଫିକ୍ ପାଣି ତଳେ ବୁଡ଼ି ରହିଥିବା ସହରର କିଛି ଫଟୋ ପ୍ରକାଶ କରିଥିଲା। ଯାହା ପୂର୍ବରୁ କେବେ ପ୍ରଦର୍ଶିତ ହୋଇନଥିଲା। ଯାହାର ମାପ ପ୍ରାୟ ଅଧା ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ଫଟୋଗ୍ରାଫ୍ ଏବଂ ପାଣିରେ ବୁଡ଼ି ରହିଥିବା ସହର ଲାଗି ଅନ୍ୟାନ୍ୟ ଅଭିଯାନରୁ ଜଣାପଡିଛି ଯେ ସହରରେ ୫ ପ୍ରବେଶ ଦ୍ୱାର ରହିଛି। ପ୍ରଶସ୍ତ ରାସ୍ତାରେ ୨୬୫ ଆର୍କୱେ ରହିଥିଲା। ଯେଉଁଥିରେ ସିଂହ, ଡ୍ରାଗନ୍, ଫିନିକ୍ସ ଏବଂ ଐତିହାସିକ ଶିଳାଲେଖ ସଂରକ୍ଷିତ ପଥର ମୂର୍ତ୍ତି ରହିଥିଲା। ଏହି ଐତିହାସିକ କୀର୍ତ୍ତିରାଜି ମଧ୍ୟରୁ କେତେକ ୧୭୭୭ ମସିହାର ବୋଲି ଜଣାପଡ଼ିଛି। ପାଣି ବୁଡ଼ି ରହିବା ସତ୍ତ୍ୱେ ସହର ଚୀନ୍ ର ଐତିହାସିକ ସିଂହ ସହର ଭଲ ଭାବେ ସଂରକ୍ଷିତ ହୋଇରହିଛି। ଯାହାର କାରଣ ହେଉଛି ଏହାକୁ "ପୂର୍ବର ଆଟଲାଣ୍ଟିସ୍" (Atlantis of China) ମଧ୍ୟ କୁହାଯାଏ। ପାଣି ଏହାକୁ ପବନ, ବର୍ଷା ଏବଂ ସୂର୍ଯ୍ୟ କିରଣ ଦ୍ୱାରା ହେଉଥିବା କ୍ଷୟରୁ ରକ୍ଷା କରିଥାଏ।

 

Read More
{}{}