Hindi News >>Home >>Odisha Trending

ଶେଷ କ୍ୟାବିନେଟ୍‍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: କହିଲେ ଆଗାମୀ ୧୦ ବର୍ଷ ନିର୍ଣ୍ଣାୟକ

Cabinet Meeting: ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଅନେକ ଉଲ୍ଲଖନୀୟ ପରିବର୍ତ୍ତନ ହୋଇଛି। ୫-ଟି ନୀତିକୁ ଅନୁସରଣ କରି କମ୍‍ ସମୟରେ ପରିବର୍ତ୍ତନ ହାସଲ କରିବାରେ ରାଜ୍ୟ ସକ୍ଷମ ହୋଇଛି।  

Advertisement
ଶେଷ କ୍ୟାବିନେଟ୍‍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: କହିଲେ ଆଗାମୀ ୧୦ ବର୍ଷ ନିର୍ଣ୍ଣାୟକ
Stop
Zee Odisha Desk|Updated: Mar 16, 2024, 02:01 PM IST

Cabinet Meeting: ନିର୍ବାଚନ ତାରିଖ ଆଉ କିଛି ସମୟ ପରେ ଘୋଷଣା ହେବ। ଏ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ସରକାରର ଶେଷ କ୍ୟାବିନେଟ ବେୈଠକରେ ନିଜର ଅଭିଭାଷଣ ରଖିଛନ୍ତି। ଭାବପ୍ରବଣ ହେବା ସହ ଓଡ଼ିଶାବାସୀଙ୍କୁ ଆସନ୍ତା ୧୦ ବର୍ଷ ନିର୍ଣ୍ଣାୟକ ବୋଲି କହିଛନ୍ତି। ପ୍ରଥମ ସରକାର କଥା ମନେ ପକାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯେତେବେଳେ ସେ କ୍ଷମତାକୁ ଆସିଲେ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। 

ରାଜ୍ୟର ବିକାଶ କରିବା ଏକ ଆହ୍ୱାନ ଥିଲା। କିନ୍ତୁ ବିଜୁ ବାବୁଙ୍କ(Biju Patnaik) ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଚାଲି ସେ ରାଜ୍ୟକୁ ଏହି ମୋଡ଼କୁ ଆଣିବାରେ ସକ୍ଷମ ହୋଇଛନ୍ତି ଯାହା ଦେଶରେ ମଧ୍ୟ ଅନୁକରଣୀୟ ହୋଇଛି। ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଅନେକ ଉଲ୍ଲଖନୀୟ ପରିବର୍ତ୍ତନ ହୋଇଛି। ୫-ଟି ନୀତିକୁ ଅନୁସରଣ କରି କମ୍‍ ସମୟରେ ପରିବର୍ତ୍ତନ ହାସଲ କରିବାରେ ରାଜ୍ୟ ସକ୍ଷମ ହୋଇଛି। ଦକ୍ଷତା ବିକାଶ, ରାଉରକେଲାରେ ହକିଷ୍ଟାଡିୟମ, ମହିଳାମାନଙ୍କ ପାଇଁ ବିଭିନ୍ନ ସଶକ୍ତିକରଣ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ୧୦୮ ଆମ୍ବୁଲାନ୍ସ, ଆମ ହସ୍‍ପିଟାଲ, ନିମ୍ନ ସୁକତେଲ ପ୍ରକଳ୍ପ, କାଳିଆ ଯୋଜନା(Kalia Scheme), ସ୍ୱତନ୍ତ୍ର ବିକାଶ ପରିଷଦ, ଲାଭ ଯୋଜନା, ଲକ୍ଷ୍ମୀ ବସ୍‍ ଯୋଜନା, ବିଜୁ ଏକ୍ସପ୍ରେସଓ୍ୱେ, ମେକ୍‍ ଇନ୍‍ ଓଡ଼ିଶା, ଓଡ଼ିଶାରେ ବିଭିନ୍ନ ଶିଳ୍ପଦ୍ୟୋଗୀଙ୍କ ନିବେଶ, ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ, ଭାଷା ଉତ୍ସବ ପ୍ରଭୃତିକୁ ସେ ତାଙ୍କ ଭାଷଣରେ ଉଲ୍ଲଖ କରିଛନ୍ତି। 

ସେ କହିଛନ୍ତି, ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ରହିଛି। ୨୦୩୬ ସୁଦ୍ଧା ଆମେ ରାଜ୍ୟକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଚାହୁଁଛୁ। ଆସନ୍ତା ୧୦ ବର୍ଷ ଏଥିଲାଗି ନିର୍ଣ୍ଣାୟକ ହେବ। ଆମେ ରାଜ୍ୟକୁ ଏକ ନିରାପଦ ଜଡ଼ ଦେବାକୁ ଚାହିଁବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କ ଆଶୀର୍ବାଦରେ ଏହି ଯାତ୍ରା ଆଗକୁ ବଢ଼ିବ ବୋଲି ସେ ତାଙ୍କ କ୍ୟାବିନେଟ୍‍ ଭାଷଣରେ ସ୍ପଷ୍ଟ କରିଛନ୍ତି।

Also Read: Election 2024: ଆଉ କିଛି ସମୟ ପରେ ଘୋଷଣା ହେବ ନିର୍ବାଚନ ତାରିଖ, ପଢନ୍ତୁ ଏହି ସମ୍ପର୍କିତ ଖବର

Also Read: Election 2024: ଆଜି ଘୋଷଣା ହେବ ନିର୍ବାଚନ ତାରିଖ, ଅପରାହ୍ନ ୩ଟାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍

{}{}