Hindi News >>Home >>Odisha Trending

Chhattisgarh Assembly Elections 2023: ମତଦାନ ବେଳେ ଅଶାନ୍ତ ହୋଇଉଠିଲା ଛତିଶଗଡ଼; ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ

Chhattisgarh Election 2023 Voting: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ସମୟରେ ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳେ ଗୁଳି ବିନିମୟ ହୋଇଥିବାର ଖବର ଆସିଛି।

Advertisement
Chhattisgarh Assembly Elections 2023: ମତଦାନ ବେଳେ ଅଶାନ୍ତ ହୋଇଉଠିଲା ଛତିଶଗଡ଼; ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ
Stop
Updated: Nov 07, 2023, 04:14 PM IST

Chhattisgarh Assembly Elections 2023 1st Phase Voting: ଚଳିତ ବର୍ଷ  ଅନୁଷ୍ଠିତ ହେଉଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦ ଆସନ ଲାଗି ହେଉଛି ମତଦାନ। ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩ ଲାଗି ରାଜ୍ୟରେ ମତଦାନ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ ହୋଇଥିବାର ଖବର ଆସିଛି।

ରାଜ୍ୟର କାଙ୍କେର ଜିଲ୍ଲାର ବାନ୍ଦେ ଥାନା ଅଞ୍ଚଳରେ ନକ୍ସଲ, ବିଏସଏଫ ଏବଂ ଜିଆରଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଘଟଣା ସ୍ଥଳରୁ ଏକେ-୪୭ ରାଇଫଲ ମଧ୍ୟ ଜବତ କରାଯାଇଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି। ଏନେଇ ଛତିଶଗଡ ପୋଲିସ ପକ୍ଷରୁ କୁହାଯାଇଛି ଯେ କିଛି ନକ୍ସଲ  ଆହତ କିମ୍ବା ନିହତ ହୋଇଥିବାର ସମ୍ଭାବନା ରହିଛି। କାଙ୍କେର ଏସପି ଦିବ୍ୟାଙ୍ଗ ପଟେଲ ଜିଲ୍ଲାରେ ସୁରକ୍ଷା ବଳ ସହ ନକ୍ସଲ ମୁହାଁମୁହିଁ ହୋଇଥିବାର ନିଶ୍ଚିତ କରିଛନ୍ତି। ନକ୍ସଲ କାଙ୍କେର ଜିଲ୍ଲାରେ କରିଥିବା ଗୁଳି ମାଡ଼ରେ ଏକେ-୪୭ ରାଇଫଲ ବ୍ୟବହାର କରିଛନ୍ତି। ବର୍ତ୍ତମାନ ଏଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

କାଙ୍କେର ଜିଲ୍ଲାର ବାନ୍ଦେ ଥାନା ଅଞ୍ଚଳରେ ଅବସ୍ଥିତ ମତଦାନ କେନ୍ଦ୍ର ନିକଟରେ ଗୁଳିମାଡ଼ ସେତେବେଳେ ଘଟିଥିଲା ​​ଯେତେବେଳେ ସୁରକ୍ଷାକର୍ମୀଙ୍କ ଦଳ ସେଠାରେ ଯାଞ୍ଚ କରୁଥିଲା। ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ମଧ୍ୟାନ୍ନ ୧:୦୦ ସମୟରେ ହୋଇଥିଲା।

ଅନ୍ୟପଟେ ସୁକମା ଏବଂ ନାରାୟଣପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାର ଖବର ଆସିଛି। ସୁକମା ଜିଲ୍ଲାରେ କିଛି ସୁରକ୍ଷାକର୍ମୀ ଗୁଳି ବିନିମୟରେ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ତାଡମେଟଲା ଏବଂ ଦୁଲେଟ୍ ମଧ୍ୟରେ ସିଆରପିଏଫ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କୋବ୍ରା ୨୦୬ ୟୁନିଟ ଯବାନଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିବାର କୁହାଯାଉଛି। ମୀନପା ଠାରେ ପୋଲିଂ ପାର୍ଟି ଦଳକୁ ସୁରକ୍ଷା ଯୋଗାଇବା ପାଇଁ ଜଙ୍ଗଲରେ ସୈନିକଙ୍କୁ ନିୟୋଜିତ କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ୨୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ହଇଥିବାର କୁହାଯାଉଛି। ଏହି ଘଟଣାରେ କିଛି ସୈନିକ ଆହତ ହୋଇଥିବାର କୁହାଯାଉଛି।

ନାରାୟଣପୁର ଜିଲ୍ଲାରେ ଏସଟିଏଫ ଭୟରେ ପଳାୟନ କଲେ ନକ୍ସଲ
ନାରାୟଣପୁର ଜିଲ୍ଲାର ଓରଛା ଥାନା ଅଧିନସ୍ଥ ତାଦୁର ଜଙ୍ଗଲରେ ଏସଟିଏଫ ଏବଂ ନକ୍ସଲଙ୍କ ମଧ୍ୟରେ ମଧ୍ୟ ଏନକାଉଣ୍ଟର ହୋଇଥିଲା। ଏସଟିଏଫ୍ ଭାରୀ ପଡ଼ୁଥିବା ଦେଖି ଘଟଣାସ୍ଥଳରୁ ପଳାୟନ କରି ନକ୍ସଲ ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇ ଯାଇଥିଲେ। ଏହି ଗୁଳି ବିନିମୟରେ କୌଣସି ଯବାନ ଆହତ ହୋଇନଥିବା ବେଳେ ଘଟଣାସ୍ଥଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟପକ୍ଷରେ ଗୁଳି ବିନିମୟ ସତ୍ତ୍ୱେ ନକ୍ସଲ ପ୍ରବଣ ନାରାୟଣପୁର ଜିଲ୍ଲାର ଗୁଦ୍ରି ମତଦାନ କେନ୍ଦ୍ରରେ ୧୬% ମତଦାନ ହୋଇଛି।

ନକ୍ସଲ ପ୍ରଭାବିତ ୧୨ ଆସନରେ ହେଉଛ ମତଦାନ 
ଆପଣଙ୍କୁ କହି ରଖୁଛୁ ଯେ ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩ ଲାଗି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦ ଆସନରେ ଅନୁଷ୍ଠିତ ହୋଇଯାଇଛି ମତଦାନ। ଯେଉଁଥିରେ ବସ୍ତର ଡିଭିଜନ ଅଧିନସ୍ଥ ୧୨ ଆସନ ରହିଛି। ଯାହା ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା। ନକ୍ସଲ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ବାୟୁସେନାର ଏମଆଇ-୧୭ ହେଲିକପ୍ଟର ବ୍ୟବହାର କରାଯାଉଛି।  ଯେଉଁଥିରେ ପୋଲିଂ ପାର୍ଟି ଦଳକୁ ମତଦାନ କେନ୍ଦ୍ରରେ ପହଞ୍ଚାଇବା ପାଇଁ ବ୍ୟବହୃତ ହୋଇଛି। ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ କରାଯାଇଛି। ରାଜ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ।

Read More
{}{}