Hindi News >>Home >>Odisha Trending

Dussehra 2022: କାହିଁକି ଜଳିଲାନି ଲଙ୍କାପତିର ଦଶ ମୁଣ୍ଡ? କିରାଣୀ ନିଲମ୍ବିତ, ଇଂଜିନିୟରକୁ କାରଣ ଦର୍ଶଅ ନୋଟିସ୍

Dussehra 2022: ରାବଣର ୧୦ଟି ମୁଣ୍ଡ କାହିଁକି ପୋଡିଲା ନାହିଁ ତାହାର କାରଣ ଦର୍ଶାଇବାକୁ ସହକାରୀ ଯନ୍ତ୍ରୀ ଓ ଉପଯନ୍ତ୍ରୀଙ୍କୁ ନୋଟିସ ଜାରି ହୋଇଛି। ଧମତାରୀ ମହାନଗର ନିଗମର କମିଶନର ଛୁଟିରେ ଥିବାରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ଯାନୁଷ୍ଠାନ ନେଇଛନ୍ତି। 

Advertisement
Dussehra 2022: କାହିଁକି ଜଳିଲାନି ଲଙ୍କାପତିର ଦଶ ମୁଣ୍ଡ? କିରାଣୀ ନିଲମ୍ବିତ, ଇଂଜିନିୟରକୁ କାରଣ ଦର୍ଶଅ ନୋଟିସ୍
Stop
Zee Odisha Desk|Updated: Oct 08, 2022, 05:27 PM IST

Dussehra 2022, ଛତିଶଗଡ: ଦୁଇ ଦିନ ତଳେ ଦଶହରା ଯାଇଛି। ଦେଶବ୍ୟାପୀ ଖୁବ ଧୁମଧାମରେ ଲୋକେ ଦଶହରା ପାଳନ କରିଛନ୍ତି। ଦୀର୍ଘ ଦୁଇ ବର୍ଷ ପରେ ସର୍ବସାଧାରଣରେ ଉତ୍ସବ ପାଳନ ପାଇଁ ଅନୁମତି ମିଳିଥିବାରୁ ଲୋକେ ଖୁବ ଆନନ୍ଦିତ ମଧ୍ୟ ଥିଲେ। କିନ୍ତୁ ଏହି ଦଶହରା ଛତିଶଗଡର ଧମତାରୀ ମହାନଗର ନିଗମର ଜଣେ କିରାଣୀଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। ରାବଣପୋଡିରେ ଲଙ୍କାପତିର ଦଶଟି ମୁଣ୍ଡ ଜଳିଲା ନାହିଁ ବୋଲି ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

ଦଶହରା ତଥା ବିଜୟଦଶମୀ ଦିନ ଦୂର୍ଗା ପୂଜା ଶେଷ ହୋଇଥାଏ। ଏହି ଦିନ ରାବଣ ଦହନର ପରମ୍ପରା ମଧ୍ୟ ରହିଛି। ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ରାବଣପୋଡି ହୋଇଛି। ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଛତିଶଗଡର ଧମତାରୀ ରାମଲୀଳା ମଇଦାନରେ ରାବଣପୋଡି କାର୍ଯ୍ୟକ୍ରମ ଆୟୋଜନ ହୋଥିଲା। ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କିନ୍ତୁ ଏଥର ରାବଣପୋଡିରେ ଏକ ଅବିଶ୍ୱାସନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନିଆଁ ଲାଗି ରାବଣର ଦେହ ଜଳି ଯାଇଥିବା ବେଳେ ଦଶଟି ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଅକ୍ଷୁର୍ଣ୍ଣ ରହିଥିଲା। 

Akso Read: Teacher Salary: ଜାଲିଆଙ୍କ ଜାଲରେ ଶିକ୍ଷା ବିଭାଗ, ୧୨୩ ଶିକ୍ଷକଙ୍କ ଦରମା ଧରି ମହିଳା ଆକାଉଣ୍ଟାଣ୍ଟ ଫେରାର

ରାବଣର ମୁଣ୍ଡ ଜଳିଲା ନାହିଁ ବୋଲି ଜଣେ ଅଧିକାରୀକୁ ମହାନଗର ନିଗମ ପକ୍ଷରୁ ଦଣ୍ଡବିଧାନ କରାଯାଇଛି। ରାବଣପୋଡି କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ପୌର ସଂସ୍ଥାର କିରାଣୀ ରାଜେନ୍ଦ୍ର ଯାବଦଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି କରାଯାଇଛି। ଅନ୍ୟପଟେ ରାବଣର ୧୦ଟି ମୁଣ୍ଡ କାହିଁକି ପୋଡିଲା ନାହିଁ ତାହାର କାରଣ ଦର୍ଶାଇବାକୁ ସହକାରୀ ଯନ୍ତ୍ରୀ ଓ ଉପଯନ୍ତ୍ରୀଙ୍କୁ ନୋଟିସ ଜାରି ହୋଇଛି। ଧମତାରୀ ମହାନଗର ନିଗମର କମିଶନର ଛୁଟିରେ ଥିବାରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ଯାନୁଷ୍ଠାନ ନେଇଛନ୍ତି। 

 

ଧମତାରୀ ମେୟାର ଭିଜୟ ଦେବଗନ କହିଛନ୍ତି ଯେ, ଯେଉଁମାନଙ୍କୁ ରାବଣପୋଡି କାର୍ଯ୍ୟକ୍ରମର ଦାୟିତ୍ୱ ଦିଆଯାଇଥିଲା, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଆୟୋଜନରେ ବ୍ୟତିକ୍ରମ କରିଥିବାରୁ କାର୍ଯ୍ୟକ୍ରମର ପେମେଣ୍ଟଙ୍କୁ ମଧ୍ୟ ସ୍ଥଗିତ ରଖାଯାଇଛି। ତେବେ ଯେଉଁ କାରିଗରଙ୍କୁ ରାବଣ ତିଆରି ପାଇଁ ବରାଦ ଦିଆଯାଇଥିଲା ସେମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଠିକ ଢଙ୍ଗରେ କାମ କରିନଥିବା ଅଭିଯୋଗ ହୋଇଛି।

 

 

 

Read More
{}{}