Hindi News >>Home >>Odisha Trending

Chardham Yatra 2024: ଦେବଭୂମୀରେ ଧନବର୍ଷା, ମାତ୍ର ୧୫ ଦିନରେ ୨୦୦ କୋଟି କାରବାର

Chardham Yatra 2024: ଚଳିତ ଥର ରେକର୍ଡ ସଂଖ୍ୟା ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ସାମିଲ ହୋଇଛନ୍ତି । ଏହାର ପ୍ରଭାବ ବ୍ୟବସାୟ ଉପରେ ମଧ୍ୟ ପଡିଛି । ଯାତ୍ରା ମାର୍ଗରେ ବିଭିନ୍ନ ବ୍ୟବସାୟୀମାନେ ଭଲ ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଗତ ୧୫ ଦିନ ମଧ୍ୟରେ, ହୋଟେଲ- ଢାବା ମାଲିକ ଏବଂ ଭ୍ରମଣ ମାର୍ଗରେ ଥିବା ଟ୍ରାଭେଲ ଏଜେନ୍ସି ଭଲ ବ୍ୟବସାୟ କରିଛନ୍ତି ବୋଲି ସୂଚନା ମିଳିଛି ।

Advertisement
Chardham Yatra 2024: ଦେବଭୂମୀରେ ଧନବର୍ଷା, ମାତ୍ର ୧୫ ଦିନରେ ୨୦୦ କୋଟି କାରବାର
Stop
Soubhagya Ranjan Mishra|Updated: May 26, 2024, 01:08 PM IST

Chardham Yatra 2024: ଚଳିତ ଋତୁରେ ଚାରିଧାମ ଯାତ୍ରା ଆରମ୍ଭରୁ  ରେକର୍ଡ ସଂକ୍ଷକ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି । ଯାହା ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟ ହୋଇଛି । ରାଜ୍ୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଚାରିଧାମ ଯାତ୍ରା ମାତ୍ର ୧୫ ଦିନ ହେବ ଆରମ୍ଭ ହୋଇଥିବା ସମୟରେ ବିଭିନ୍ନ ହୋଟେଲ- ଢାବା ଏବଂ ଭ୍ରମଣ ମାର୍ଗ ସହିତ ଜଡିତ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିଥିବା ସୂଚନା ମିଳିଛି । ଷ୍ଟିକ୍-କାର୍ଟ ଏବଂ ଘୋଡା ଚାଳନା ସହିତ ଜଡିତ ବ୍ୟବସାୟୀ ମଧ୍ୟ ଭଲ ରୋଜଗାର କରିଥିବା କୁହାଯାଉଛି । ଏକ ଆକଳନ ଅନୁଯାୟୀ, ମାତ୍ର ୧୫ ଦିନ ମଧ୍ୟରେ ଚାରିଧାମ ଯାତ୍ରା ମାର୍ଗରେ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।

ଚଳିତ ସିଜନରେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ସାମିଲ୍ ହୋଇଛନ୍ତି । ଏହା ଧାମ ଉପରେ ସକରାତ୍ମକ ପ୍ରଭାବ ପକାଇଛି । ଯାତ୍ରୀ ମାର୍ଗରେ ବିଭିନ୍ନ ବ୍ୟବସାୟୀମାନେ ନିଜ ବ୍ୟବସାୟର ପସରା ମେଲାଇ ଭଲ ରୋଜଗାର କରୁଛନ୍ତି । ଚାରିଧାମ ହୋଟେଲ ଆସୋସିଏସନର ସଭାପତି ଅଜୟ ପୁରୀଙ୍କ କହିବା ଅନୁଯାୟୀ, ଗଙ୍ଗୋତ୍ରୀରେ ପ୍ରାୟ ୪୦୦ ହୋଟେଲ ରହିଥିବା ସମୟରେ ଯମୁନେତ୍ରୀ ଉପତ୍ୟକାରେ ୩୦୦ ହୋଟେଲ ରହିଛି। ସେହିପରି ବଦ୍ରିନାଥ ହୋଟେଲ ଆସୋସିଏସନର ସଭାପତି ରାଜେଶ ମେହେଟ୍ଟା କହିଛନ୍ତି ଯେ, ଶ୍ରୀନଗରରୁ ବଦ୍ରିନାଥ ଏବଂ ରୁଦ୍ରପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ଥିବା ହୋଟେଲ ତଥା ରହିବା ସ୍ଥାନ ସଂଖ୍ୟା ପ୍ରାୟ ୮୫୦ । ଏଥର ଚାରିଧାମ ଯାତ୍ରା ବିଳମ୍ବ ଆରମ୍ଭ ସତ୍ୱେ ମଧ୍ୟ ଗତ ବର୍ଷ ତୁଳନାରେ ଦୁଇରୁ ତିନି ଗୁଣ ଅଧିକ ଶ୍ରଦ୍ଧାଳୁ ଯାତ୍ରାରେ ସାମିଲ ହୋଇଛନ୍ତି । ଏହା ଭ୍ରମଣ ମାର୍ଗରେ ଥିବା ବିଭିନ୍ନ ବ୍ୟବସାୟୀଙ୍କ ମୁହଁରେ ଏକ ଭିନ୍ନ ଖୁସି ଆଣିଦେଇଛି ।

ସୂଚନା ମୁତାବକ, ଯାତ୍ରା ମାର୍ଗରେ ଗତ ୧୫ ଦିନ ମଧ୍ୟରେ ହୋଟେଲ, ଢାବା, ତଥା ରହିବା ଘର ବ୍ୟବସାୟରୁ ୮୦ କୋଟି ରୋଜଗାର ହୋଇଥିବା ସମୟରେ ବିଭିନ୍ନ ଦୋକାନୀଙ୍କର ରୋଜଗାର ପ୍ରାୟ ୨୦ କୋଟି ହୋଇଛି । ଘୋଡା ଚାଳନା, ଷ୍ଟିକ୍ କାଣ୍ଡି ଏବଂ ଗାଇଡ୍ ମାଧ୍ୟମରେ ୪୦ କୋଟି ଟଙ୍କା ଆୟ ହୋଇଛି ବୋଲି ଆରଳନ କରାଯାଉଛି । ଭ୍ରମଣ ବ୍ୟବସାୟରୁ ଏବଂ ଅନ୍ୟ ବ୍ୟବସାୟରୁ ମୋଟ ୩୦ କୋଟି ପାଖାପାଖି ରୋଜଗାର ହୋଇଥିବା ଜାଗରଣ ଡଟ୍ କମ୍ ରେ ରିପୋର୍ଟ ପ୍ରକାଶ ପାଇଛି । ଏହା ବ୍ୟତୀତ ଗରହୱାଲ ମଣ୍ଡଳ ବିକାଶ ନିଗମ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ କୋଟି ଟଙ୍କା ରୋଜଗାର କରିଥିବାବେଳେ, ପାର୍କିଂ, ଏଣ୍ଟ୍ରୀ ଏବଂ ମନ୍ଦିର କମିଟି, ପୁରୋହିତମାନେ ମଧ୍ୟ ଭଲ ରୋଜଗାର କରିଛନ୍ତି ।

ଚାରିଧାମ ଯାତ୍ରାରେ ବାହାରିଥିବା ତୀର୍ଥଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଯାତ୍ରୀ ମାର୍ଗ ଗୁଜିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ମାର୍ଗରେ ୧୫୬ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୭୯ ଟି ବିଭାଗୀୟ ଏବଂ ୭୭ ଟି ଆମ୍ବୁଲାନ୍ସ ଜରୁରୀକାଳୀନ ୧୦୮ ସେବା ଅଟେ। ଏହି ଆମ୍ୱୁଲାନ୍ସ ମାଧ୍ୟମରେ ଅସୁସ୍ଥ ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥାଏ । ଚଳିତ ବର୍ଷ ଦେଶର ପ୍ରତିଟି କୋଣ ଅନୁକୋଣରୁ ତୀର୍ଥଯାତ୍ରୀମାନେ ଉତ୍ସାହର ସହ ଚାରିଧାମ ଯାତ୍ରା କରିଛନ୍ତି । ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ୧୨ ଟି ମୁଖ୍ୟ ଷ୍ଟପେଜରେ ୫୦ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏଥିସହ ଅନେକ ସ୍ଥାନରେ ଭଲ୍ୟୁଣ୍ଟରମାନଙ୍କୁ ନିୟୋଜିତ କରାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ସମୟରେ ଯଦି କେହି ଅଧିକ ଅସୁସ୍ଥ ହୋଇପଡନ୍ତି ତେବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରିବା ପାଇଁ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। 

ଏଥିସହ ଜରୁରୀକାଳୀନ ପରିସ୍ଥିତି ପାଇଁ ହେଲିକପ୍ଟରର ସେବା ପାଇବାକୁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅନୁମତି ମିଳିଛି । ଯାତ୍ରୀ ମାର୍ଗରେ ୨୬ ଟି ମେଡିକାଲ ରିଲିଫ୍ ସେଣ୍ଟର ସ୍ଥାପନ କରାଯାଇଛି । ଯାହା ଯାତ୍ରୀମାନଙ୍କୁ ପ୍ରାଥମିକ ସହାୟତା ଯୋଗାଇବାରେ ସାହାଯ୍ୟ କରିବ । ସ୍ୱାସ୍ଥ୍ୟ ସଚିବ ଡକ୍ଟର ଆର ରାଜେଶ କୁମାରଙ୍କ କହିବାନୁଯାୟୀ, ଯାତ୍ରୀ ମାର୍ଗରେ ମୋଟ ୨୨ ଜଣ ବିଶେଷଜ୍ଞ, ୧୭୯ ଜଣ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ପ୍ରାୟ ୩୦୦ ଜଣ ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ଏଥର ଆଠଟି ବ୍ଲଡ ବ୍ୟାଙ୍କ ମଧ୍ୟ ସ୍ଥାପନ କରାଯାଇଛି । ଭକ୍ତମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଇଛି । ଆବଶ୍ୟକ ହେଲେ ସେମାନଙ୍କୁ ଔଷଧ ମଧ୍ୟ ପ୍ରଦାନ କରାଯାଉଛି ।

Also Read- Matric Results 2024: ସର୍ବାଧିକ ପାସହାରରେ ରେକର୍ଡ କଲା ଖୋର୍ଦ୍ଧା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

{}{}