Hindi News >>Home >>Odisha Trending

CERT-In Safety Tips : Wi-Fi ବ୍ୟବହାର କରୁଥିଲେ ହୋଇପାରନ୍ତି ଠକାମିର ଶିକାର : ଜାଣନ୍ତୁ ୮ ଟି ବିନ୍ଦୁରେ

CERT-In Public Wi-Fi Tips : ପବ୍ଲିକ ପ୍ଲେସର ୱାଇ ଫାଇ ବ୍ୟବହାର କରୁଛନ୍ତି କି ? ତାହେଲେ ସାବଧାନ ହୋଇଯାଆନ୍ତୁ। ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ଲୋକଙ୍କୁ ପବ୍ଲିକ୍ ୱାଇ-ଫାଇ ବ୍ୟବହାର କରିବା ସମୟରେ ସତର୍କ ରହିବାକୁ ସଚେତନ କରିଛି।ଜାଣନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ଜାରି ଟିପ୍ସ ବିଷୟରେ...

Advertisement
 Wi-Fi Tips
Stop
Zee Odisha Desk|Updated: Jul 29, 2024, 04:24 PM IST

CERT-In Public Wi-Fi Tips : ପବ୍ଲିକ ପ୍ଲେସର ୱାଇ ଫାଇ ବ୍ୟବହାର କରୁଛନ୍ତି କି ? ତାହେଲେ ସାବଧାନ ହୋଇଯାଆନ୍ତୁ। ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ଲୋକଙ୍କୁ ପବ୍ଲିକ୍ ୱାଇ-ଫାଇ ବ୍ୟବହାର କରିବା ସମୟରେ ସତର୍କ ରହିବାକୁ ସଚେତନ କରିଛି।ତେବେ  ମନ୍ତ୍ରଣାଳୟ ତରଫରୁ କମ୍ପ୍ୟୁଟର ଏମର୍ଜେନ୍ସିଂ ରେସପନ୍ସ ଟିମ୍ ଏକ୍ସରେ ସର୍ବ ସାଧାରଣ ସ୍ଥାନ ମାନଙ୍କରେ ୱାଈ  ଫାଇ ୟୁଜରଙ୍କ ପାଇଁ କିଛି ଟିପ୍ସ ସେୟାର କରିଛନ୍ତି।

ସର୍ବସାଧାରଣ ସ୍ଥାନରେ ୱାଇ-ଫାଇ ବ୍ୟବହାର କରୁଥିବା ଉପଭୋକ୍ତାମାନେ ଜାଣନ୍ତି ନାହିଁ ଏବଂ ହ୍ୟାକର୍ସମାନେ ସେମାନଙ୍କର ଡିଭାଇସରୁ ସେମାନଙ୍କର ବ୍ୟକ୍ତିଗତ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରୀ କରନ୍ତି। ଏହି ବିପଦକୁ ଦୃଷ୍ଟିରେ ରଖି ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଜାରି କରାଯାଇଛି।ଏହି ପୋଷ୍ଟରେ, ଲୋକଙ୍କୁ ୱାଇ-ଫାଇ ବ୍ୟବହାର କରିବା ସମୟରେ କେଉଁ ଜିନିଷକୁ ମନେ ରଖିବା ଉଚିତ୍ ତାହା କୁହାଯାଇଛି। ପବ୍ଲିକ୍ ୱାଇ-ଫାଇ ସବୁବେଳେ ହ୍ୟାକରଙ୍କ ଟାର୍ଗେଟରେ ରହିଆସିଛି। ୱାଇ-ଫାଇ ସାହାଯ୍ୟରେ ହ୍ୟାକର୍ସ ଲୋକଙ୍କ ଡିଭାଇସ୍ ହ୍ୟାକ୍ କରନ୍ତି ଏବଂ ତା’ପରେ ଏହାର ଅପବ୍ୟବହାର କରନ୍ତି।
ତେବେ ଆସନ୍ତୁ ଜାଣିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ଟିପ୍ସ ବିଷୟରେ :-

୧- ଆପଣଙ୍କର ଡିଭାଇସକୁ ପବ୍ଲିକ ୱାଇ-ଫାଇ ସହିତ ସଂଯୋଗ କରିବା ପୂର୍ବରୁ ନେଟୱାର୍କର ନାମ ଏବଂ ସେଠାରେ ଥିବା କର୍ମଚାରୀଙ୍କଠାରୁ ଲଗଇନ କରିବାର ସଠିକ ପଦ୍ଧତି ଜାଣନ୍ତୁ।

୨– ପବ୍ଲିକ ୱାଇ-ଫାଇ ବ୍ୟବହାର କରିବା ସମୟରେ ଅନଲାଇନ୍ ସପିଂ, ବ୍ୟାଙ୍କିଙ୍ଗ୍ କିମ୍ବା କୌଣସି ସମ୍ବେଦନଶୀଳ କାର୍ଯ୍ୟକଳାପ କରନ୍ତୁ ନାହିଁ।

୩-ଅନଲାଇନ୍ ସପିଂ ଏବଂ ବ୍ୟାଙ୍କିଙ୍ଗ୍ ପାଇଁ, ସର୍ବଦା ମନେରଖନ୍ତୁ ଯେ କେବଳ ସେହି ସାଇଟଗୁଡିକ ବ୍ୟବହାର କରନ୍ତୁ ଯାହା https: // ରୁ ଆରମ୍ଭ ହୁଏ ।

୪-ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥାଏ ତେବେ ପବ୍ଳିକ ୱାଇ-ଫାଇ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ।

୫-ଆପଣଙ୍କ କାମ ସରିବା ମାତ୍ରେ ପବ୍ଲିକ ୱାଇ-ଫାଇକୁ ନିଜର ଡିଭାଇସରୁ ଡିସକନେକ୍ଟ କରନ୍ତୁ।

୬-ଆପଣ ଡିଭାଇସରେ ଓଏସ୍ ଏବଂ ଆଣ୍ଟି-ଭାଇରସ୍ ଅପଡେଟ୍ ରଖନ୍ତୁ ।

୭-ମୋବାଇଲ୍ ହଟସ୍ପଟ୍ ଏବଂ ହୋମ୍ ୱାଇ-ଫାଇ ନେଟୱାର୍କ ପାଇଁ ପାଓ୍ବାରଫୁଲ୍ ପାସୱାର୍ଡ ବ୍ୟବହାର କରନ୍ତୁ।

୮-ଆପଣ ନିଜ ଡିଭାଇସରେ ଅଟୋକନେକ୍ଟ ଅପ୍ସନ୍ ବନ୍ଦ ରଖନ୍ତୁ ।

ଯଦି ଆପଣ ଠକାମୀର ଶିକାର ହେଉଛନ୍ତି, ତାହେଲେ ରିପୋର୍ଟ event@cert-in.org.in ରେ ରିପୋର୍ଟ କରିପାରିବେ। ଏହା ବ୍ୟତୀତ, ଉପଭୋକ୍ତାମାନେ 1930 ନମ୍ବରକୁ କଲ କରି ଅଭିଯୋଗ ପଞ୍ଜିକରଣ କରିପାରିବେ।

Read More
{}{}