Hindi News >>Home >>Odisha Trending

CBSE Board Result 2024: ଏହି ଦିନ ପ୍ରକାଶ ପାଇବ CBSE ବୋର୍ଡ ରେଜଲ୍ଟ...

CBSE Board Result 2024: ଖୁବ୍ ଶିଘ୍ର ପ୍ରକାଶ ପାଇବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଫଳ। ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବା ନେଇ ସୂଚନା ମିଳିଛି। CBSE ଫଳାଫଳ ଘୋଷଣା ପରେ ଛାତ୍ରମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ଯାଇ ସେମାନଙ୍କର ରେଜଳ୍ଟ ଯାଞ୍ଚ କରିପାରିବେ।

Advertisement
CBSE Board Result 2024: ଏହି ଦିନ ପ୍ରକାଶ ପାଇବ CBSE ବୋର୍ଡ ରେଜଲ୍ଟ...
Stop
Zee Odisha Desk|Updated: May 03, 2024, 07:12 AM IST

CBSE Board Result 2024: ଖୁବ୍ ଶିଘ୍ର ପ୍ରକାଶ ପାଇବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଫଳ। ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବା ନେଇ ସୂଚନା ମିଳିଛି। CBSE ଫଳାଫଳ ଘୋଷଣା ପରେ ଛାତ୍ରମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ଯାଇ ସେମାନଙ୍କର ରେଜଳ୍ଟ ଯାଞ୍ଚ କରିପାରିବେ। ଛାତ୍ରମାନେ ନିଜର ରୋଲ ନମ୍ବର, ରୋଲ କୋଡ୍ ଏବଂ ସ୍କୁଲ ନମ୍ବର ବ୍ୟବହାର କରି ରେଜଲ୍ଟ ପାଇପାରିବେ।

ଦଶମ ଏବଂ ଦ୍ୱାଦଶର CBSE ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବିଷୟ ସହିତ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ଆବଶ୍ୟକ ରହିଛି। ଛାତ୍ରମାନେ କେବଳ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ରେ ନୁହେଁ, ଏହି ୱେବସାଇଟ୍ ଗୁଡିକରେ - digilocker.gov.in, results.gov.in, cbseresults.nic.in, ଏବଂ results.cbse.nic.in ରେ ମଧ୍ୟ CBSE ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ।

ତେବେ ଗତ ବର୍ଷ ସିବିଏସ୍ଇ ବୋର୍ଡ ପରୀକ୍ଷାରେ ବାଳିକାମାନଙ୍କ ପାସ୍ ପ୍ରତିଶତ ୯୪.୨୫ ପ୍ରତିଶତ ଥିବାବେଳେ ପୁଅମାନଙ୍କ ପାସ୍ ପ୍ରତିଶତ ୯୨.୨୭ ପ୍ରତିଶତ ରହିଥିଲା। ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ବୋର୍ଡ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇଥିଲା। ଯଦିଓ ପ୍ରାକ୍ଟିକାଲ୍ ଏକ୍ଜାମ୍ ଜାନୁଆରୀ ୧ ରୁ ଆରମ୍ଭ ହୋଇଥିଲା ।ଉଭୟ ଶ୍ରେଣୀ ଦଶମ ଏବଂ ଦ୍ୱାଦଶର CBSE ବୋର୍ଡ ପରୀକ୍ଷା ୧୫ ଫେବୃଆରୀରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। CBSE ଦଶମ ପରୀକ୍ଷା ୧୫ ତାରିଖରୁ ଫେବୃଆରୀରୁ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ହୋଇଥିବାବେଳେ CBSE ଦ୍ୱାଦଶ ପରୀକ୍ଷା ୧୫ ଫେବୃଆରୀରୁ ୨ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୩୯ ଲକ୍ଷ ଛାତ୍ର ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଛନ୍ତି।

Read More
{}{}