Hindi News >>Home >>Odisha Trending

Balangir Royal Family Dispute: ଥାନାକୁ ଘୋଷଡ଼ା ହେବେ ବଲାଙ୍ଗୀର ରାଜ ପରିବାରର ଏହି ପାଞ୍ଚ ସଦସ୍ୟ!

Balangir Royal Family Dispute News In Odia: ବଲାଙ୍ଗୀର ରାଜ ପରିବାରର (Balangir Royal Family Dispute) ଯୌତୁକ କଳି ଏବେ ଉତ୍ତରାଖଣ୍ଡ ଥାନାରେ ପହଞ୍ଚିଛି। ରାଜ ପରିବାର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂ କରିଥିବା ଅଭିଯୋଗ ଆଧାରରେ ଘରୋଇ ହିଂସା (Domestic violence) ମାମଲା ରୁଜୁ କରିଛି ଡେରାଡୁନର ରାଜପୁର ଥାନା ପୋଲିସ । ଅଦ୍ରିଜାଙ୍କ (Adrija Manjari Singh), ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ (Arkesh Narayan Singh Deo ) ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପଢନ୍ତୁ ଏହି ରିପୋର୍ଟ ।...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 21, 2023, 12:58 PM IST

Balangir Royal Family Dispute News In Odia: ବଡ଼ ଘର ବଡ଼ ଗୁମର କଥା!  ବଲାଙ୍ଗୀର ରାଜ ପରିବାରର  (Balangir Royal Family Dispute) ଯୌତୁକ କଳି ଏବେ ଉତ୍ତରାଖଣ୍ଡ ଥାନାରେ ପହଞ୍ଚିଛି। ରାଜ ପରିବାର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂ କରିଥିବା ଅଭିଯୋଗ ଆଧାରରେ ଘରୋଇ ହିଂସା (Domestic violence) ମାମଲା ରୁଜୁ କରିଛି ଡେରାଡୁନର ରାଜପୁର ଥାନା ପୋଲିସ । ଅଦ୍ରିଜାଙ୍କ (Adrija Manjari Singh), ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ  (Arkesh Narayan Singh Deo ) ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ (Case Filed Against 5 Members Of Odishas Royal Family) ହୋଇଥିବା ଜଣାପଡିଛି । ଏହି ପାଞ୍ଚ ଜଣ ହେଲେ ଅଜିଦ୍ରାଙ୍କ ସ୍ୱାମୀ ଅର୍କେଶ, ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘରୋଇ ହିଂସା(Domestic violence) , ଯୌତୁକ ନିର୍ଯାତନା  (dowry torture ) ଓ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଛି ପୋଲିସ୍। ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ଗତ କିଛି ଦିନ ତଳେ, ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ, ଅଦ୍ରିଜା ମଞ୍ଜରୀ ସିଂ ନିଜ ଶ୍ବଶୁର ଘର ବିରୋଧରେ ଯୌତୁକ ନିର୍ଯ୍ୟାତନ ଅଭିଯୋଗ ଆଣିଥିଲେ। ଏନେଇ ସେ ଉତ୍ତରାଖଣ୍ତର ରାଜପୁର ଥାନା ପୋଲିସ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ସେ ଉତ୍ତରାଖଣ୍ତ ଡିଜିଙ୍କ ଦ୍ବାରସ୍ତ ହୋଇଥିଲେ। ଏପରିକି ସେ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀଙ୍କୁ ପୁସ୍କର ସିଂ ଧାମିଙ୍କୁ (Uttarakhand CM)ମଧ୍ୟ ଦେଖାକରି ନିଜର ସମସ୍ୟା ଜଣାଇଥିଲେ। ଏହାପରେ, ଡିଜିଙ୍କ ନିର୍ଦ୍ଦେଶ ପରେ, ଡେରାଡୁନର ରାଜପୁର ଥାନା ପୋଲିସ ଅଜିନ୍ଦ୍ରାଙ୍କ ଅଭିଯୋଗ ଆଧାରରେ ରାଜ ପରିବାର ବିରୋଧରେ ମାମଲା ରୁଜୁ କରିଛି।  ଅଜିନ୍ଦ୍ରା ଅଭିଯୋଗ କରିଛନ୍ତି ଯେ,ଶ୍ବଶୁର ଘର ଲୋକେ ଗତ ୫ ବର୍ଷ ହେବ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ। ଏପରିକି ତାଙ୍କ ବେଡ୍‌ରୁମ୍‌ରେ କ୍ୟାମେରା ମଧ୍ୟ ଲଗାଯାଇଥିଲା। ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। 

ଏହାବି ପଢନ୍ତୁ : Shani ki Sadhe sati: ଏହି ୩ ରାଶି ବେଶ ଭାଗ୍ୟବାନ, ଯାହାଙ୍କ ଉପରେ ପଡ଼େ ନାହିଁ ଶନି କୋପଦୃଷ୍ଟି !

ଏହାବି ପଢନ୍ତୁ : Gold Rate: ସୁନା ଦରରେ ରେକର୍ଡ ହ୍ରାସ, ବିବାହ ପାଇଁ ଅଳଙ୍କାର କିଣିବାର ସୁବର୍ଣ୍ଣ ସୁଯୋଗ

ତେବେ, ଅଦ୍ରିଜା (Adrija Singh)ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଛନ୍ତି। ସୂଚନାଅନୁସାରେ,୨୦୧୭ ନଭେମ୍ବର ୨୩ ତାରିଖରେ ସେ ଓଡ଼ିଆ ରାଜପରିବାରର ରାଜକୁମାର ଅର୍କେଶଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ଡେରାଡୁନ ଥାନା ଅଧୀନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ । ଏପରିକି, ୨୦୧୯ରେ ଅର୍କେଶ ଥିଲେ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ । ଏହି ସମୟରେ ଅଦ୍ରିଜା ସ୍ୱାମୀଙ୍କ ସହିତ ନିର୍ବାଚନୀ ପ୍ରଚାର ବି କରିଥିଲେ । ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଏହି ବିବାଦ ଶେଷରେ ଘରୋଇ ହିଂସାରେ ପରିଣତ ହୋଇଥିଲା । ତାଙ୍କୁ ବିବାହର କିଛି ଦିନ ପରେ ଶାଶୂ ଘର ଲୋକେ ଯୌତୁକ ବାବଦକୁ କୋଟି କୋଟି ଟଙ୍କା ମଧ୍ୟ ଦାବି କରିଆସୁଥିଲେ ବୋଲି କହିଛନ୍ତି ଅଜିନ୍ଦ୍ରା । 

Read More
{}{}