Hindi News >>Home >>Odisha Trending

କେଦାରନାଥ ଦର୍ଶନ ସାରି ଫେରୁଥିଲେ, ଓଲଟିଲା କାର୍, ଆଉ ତାପରେ...

Kedarnath Dham Yatra: କାରଟି କିଏ ଚଳାଉଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ କାରକୁ ଜବତ କରିଛି । ଇନ୍ସପେକ୍ଟର ରାଜୀବ କୁମାରଙ୍କ ସୂଚନା ଅନୁଯାୟୀ ସମସ୍ତ ଆହତଙ୍କ ଚିକିତ୍ସା କରାଯାଉଛି।

Advertisement
କେଦାରନାଥ ଦର୍ଶନ ସାରି ଫେରୁଥିଲେ, ଓଲଟିଲା କାର୍, ଆଉ ତାପରେ...
Stop
Soubhagya Ranjan Mishra|Updated: Jun 21, 2024, 07:06 PM IST

Kedarnath Dham Yatra: ଲକ୍ଷ୍ନୋରୁ କିଛି ଭକ୍ତ ବାବା କେଦାରନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ସାରି ଘରକୁ ଫେରିବା ସମୟରେ ଶାହାଜାହାନପୁରର ଲକ୍ଷ୍ନୌ ଦିଲ୍ଲୀ ରାଜପଥରେ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଏକ ସ୍କର୍ପିଓ ଶୁକ୍ରବାର ସକାଳ ସମୟରେ ଶାହାଜାହାନପୁରର ରୋଜା ଲକ୍ଷ୍ନୌ - ଦିଲ୍ଲୀ ଜାତୀୟ ରାଜପଥ ନିକଟରେ ଥିବା ଗାଁ ପାଖରେ ଖାଲରେ ଓଲଟି ପଡିଛି। କେଦାରନାଥ ଧାମ ପରିଦର୍ଶନ କରିବା ପରେ ସ୍କର୍ପିଓଟି ଲକ୍ଷ୍ମୌ ନିକଟ ଗୋସାଇଗଞ୍ଜ ଅଞ୍ଚଳକୁ ଫେରୁଥିଲା । କାର୍ ଓଲଟି ପଡିବା କାରଣରୁ ୭ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୂଚନା ମୁତାବକ, ଦିନ ପ୍ରାୟ ୪ ଟା ସମୟରେ ଚକଭିତାରା ଗାଁ ନିକଟରେ କାର ଓଲଟିଥିଲା । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଥାନାରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲରେ ଭର୍ତ୍ତି କରିଥିଲା । ଆହତଙ୍କ ମଧ୍ୟରେ ଗୋସାଇଙ୍ଗଞ୍ଜ ବାସିନ୍ଦା ଅନୁ ଭର୍ମା, ମୁକେଶ ଭର୍ମା, ଅଙ୍କୁର ଭର୍ମା, ମୋହିତ ଭର୍ମା, ସୌରଭ ଯାଦବ, ଅଭୟ ଏବଂ ଆଦେଶ ଶର୍ମା ଅଛନ୍ତି। ଡ୍ରାଇଭର କାର୍ ଉପରେ ନିୟନ୍ତ୍ରଣ ହରାଇବା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ କାରଟି କିଏ ଚଳାଉଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ କାରକୁ ଜବତ କରିଛି । ଇନ୍ସପେକ୍ଟର ରାଜୀବ କୁମାରଙ୍କ ସୂଚନା ଅନୁଯାୟୀ ସମସ୍ତ ଆହତଙ୍କ ଚିକିତ୍ସା କରାଯାଉଛି। ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Also Read- Rahu Gochar 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ ଜୁଲାଇରୁ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Rain In Delhi NCR: ରାଜଧାନୀରେ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ବିଭିନ୍ନ ସ୍ଥାନରେ ବର୍ଷା

Read More
{}{}