Hindi News >>Home >>Odisha Trending

Gold Price Today: ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ କ'ଣ ରହିଛି ଦର

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍ (Gold Price Today)। ଯଦି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ,ସୁନା-ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍।   

Advertisement
Gold Price Today: ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ କ'ଣ ରହିଛି ଦର
Stop
Zee Odisha Desk|Updated: Feb 19, 2024, 09:58 AM IST

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍ (Gold Price Today)। ଯଦି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ,ସୁନା-ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍। 

ALSO READ: Kalki Dham Temple: ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

କେଉଁ ସହରରେ କେତେ ରହିଛି ସୁନା ରେଟ୍?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୯୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୩୯୦ ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୩୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ସୁନା ଦର ଦଶ ଗ୍ରାମ ପ୍ରତି ୬୨,୫୪୦ ରହିଛି।  ୨୨ ଓ ୨୪ କ୍ୟାରେଟରେ ୧୦ଟଙ୍କା ସୁନା ଦର ଖସିଛି। ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୯୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୩୯୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ରହିଛି। 

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦରରେ ବଡ଼ ପରିବର୍ତ୍ତନ  ହୋଇଛି। ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୯୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟର ଦାମ୍ ୬୩,୦୪୦ ଟଙ୍କା ରହିଛି । ଏଠାରେ ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଚଙ୍କା ଖସିଛି। ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୨,୩୯୦ ଟଙ୍କା ରହିଛି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ଦର ଖସିଛି । ସେପଟେ, ରୂପା ଦର କେଜି ପିଛା  ୧୦୦ ଟଙ୍କା ଖସି କେଜି ପିଛା ୭୭,୯୦୦ ଟଙ୍କାରେ ପହଞ୍ଚିଛି। ସେପଟେ କଟକରେ ବି ସୁନା-ଦର ହ୍ରାସ ପାଇଛି।

Read More
{}{}