Hindi News >>Home >>Odisha Trending

ବସ୍ ଯାତ୍ରୀଙ୍କୁ ୫ ଥର ଛେପ ଚଟାଇଲେ ସିପାହୀ, ମାଡ଼ ମାରିଲେ ଉଠବସ୍ କରାଇଲେ; ଭିଡିଓ ଭାଇରାଲ୍

ଶୁକ୍ରବାର ଅପରାହ୍ନରେ ସହରର ଷ୍ଟାଡିୟମ ମାର୍କେଟ ନିକଟରେ ଥିବା ଏକ ଯାତ୍ରୀବାହୀ ବସର  ଝରକାରେ ବାହରକୁ ଗୁଟଖା ଛେପ ପକାଇବା କାରଣରୁ ଜଣେ କନଷ୍ଟେବଳ (Constable) ଯୁବକଙ୍କୁ ଯାତ୍ରୀବାହୀ ବସରୁ ଓହ୍ଲାଇ ରାସ୍ତା ମଝିରେ ପିଟିଥିଲେ ଏଥିସହ  ତାଙ୍କୁ ପାଞ୍ଚ ଥର ଛେପ ଚଟାଇଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ

Advertisement
ବସ୍ ଯାତ୍ରୀଙ୍କୁ ୫ ଥର ଛେପ ଚଟାଇଲେ ସିପାହୀ, ମାଡ଼ ମାରିଲେ ଉଠବସ୍ କରାଇଲେ; ଭିଡିଓ ଭାଇରାଲ୍
Stop
Soubhagya Ranjan Mishra|Updated: Jul 01, 2023, 09:11 PM IST

Police Beaten Man in Bus: ଶୁକ୍ରବାର ଅପରାହ୍ନରେ ସହରର ଷ୍ଟାଡିୟମ ମାର୍କେଟ ନିକଟରେ ଥିବା ଏକ ଯାତ୍ରୀବାହୀ ବସର  ଝରକାରେ ବାହରକୁ ଗୁଟଖା ଛେପ ପକାଇବା କାରଣରୁ ଜଣେ କନଷ୍ଟେବଳ (Constable) ଯୁବକଙ୍କୁ ଯାତ୍ରୀବାହୀ ବସରୁ ଓହ୍ଲାଇ ରାସ୍ତା ମଝିରେ ପିଟିଥିଲେ ଏଥିସହ  ତାଙ୍କୁ ପାଞ୍ଚ ଥର ଛେପ ଚଟାଇଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ଯାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆ (Social media)ରେ ଭାଇରାଲ ହେବାରେ ଲାଗିଛି । ଏହି ମାମଲା ଜଣାପଡ଼ିବା ପରେ ଏସପି ବିନୟ ତିୱାରୀ ତୁରନ୍ତ ସେହି ସିପାହୀଙ୍କୁ ନିଲମ୍ବନ କରି ସଦର ଡିଏସପିଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୀଡିତ ଶଶୁର ଘରୁ ନିଜ ଘରକୁ ଫେରୁଥିଲେ
ମୁଜାଫରପୁର ଜିଲ୍ଲାର ପୀଡିତ ଭରତ କୁମାର କହିଛନ୍ତି, ସାମସ୍ତିପୁରରେ ତାଙ୍କ ଶଶର ଘର । ଯାତ୍ରୀ ଶୁକ୍ରବାର ଦିନ ସାମସ୍ତିପୁର କରପୁରୀ ବସଷ୍ଟାଣ୍ଡରେ ବସ୍ ଯୋଗେ ମୁଜାଫରପୁରକୁ ଫେରୁଥିଲେ। ସେ ଯାତ୍ରୀବାହୀ ବସ୍‌ରେ ଗୁଟଖା ଖାଇଥିଲେ । ଷ୍ଟାଡିୟମ ମାର୍କେଟ (Stadium Market) ନିକଟରେ ବସର ଝରକା ଭିତରୁ ଗୁଟଖା ଛେପ ପକାଇଥିଲେ , ଏହା ଜଣେ ବାଇକଙ୍କ ଉପରେ ପଡ଼ିଯାଇଥିଲା। ବ୍ୟକ୍ତି ଜଣଙ୍କ ହକ୍ସ ଟିମର ଯବାନ ଥିଲେ। ଏହା ପରେ ରାହୁଲ କୁମାର ନାମକ ହକ୍ସ ଟିମର ଏହି ଯବାନ ଯାତ୍ରୀବାହୀ ବସ (Passenger bus)କୁ ଅଟକାଇ ଛେପ ପକାଇଥିବା ଯୁବକକୁ ବାହାରକୁ ଆଣି ରାସ୍ତାରେ ଜୋରରେ ଫୋପାଡି ଦେଇଥିଲେ। ପ୍ରଥମେ ତାଙ୍କୁ ବସ୍ ଉଠ କରାଇଲେ , ତା’ପରେ ହାତ ଓ ଗୋଡ଼କୁ ବାଡ଼ିରେ ପିଟିଥିଲେ ଓ ପାଞ୍ଚ ଥର ଛେପ (Spit) ଚଟାଇଥିଲେ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା

ଏସପି କହିଛନ୍ତି ଯେ, ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଜରିଆରେ ଜଣେ ଯାତ୍ରୀ ବସ୍‌ରୁ ଓହ୍ଲାଇବା ପରେ ଟିମ୍‌ ହକ୍ସର ଜଣେ ସୈନିକ ଉକ୍ତ ବ୍ୟକ୍ତିଙ୍କୁ ମାରପିଟ୍ କରିବା ସହ ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ ଉକ୍ତ ବ୍ୟକ୍ତିଙ୍କୁ ମନଇଚ୍ଛା ମାଡ ମରାଯାଉଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ (Action) ନେଇ ହକ୍ସ ଟିମର ସମସ୍ତ ୧୦ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି ଓ ସଦର ଡିଏସପି (Sadar DSP)ଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନୁସନ୍ଧାନ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ସବ-ଡିଭିଜନାଲ ପୋଲିସ ଅଧିକାରୀଙ୍କୁ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ହକ୍ସ ଟିମର ସମସ୍ତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୀଡିତ ଯୁବକ ଅଭିଯୋଗ କରିଛନ୍ତି ଯେ, ପୋଲିସ୍ ତାଙ୍କୁ ମୁଥା ଓ ଗୋଡରେ ଅତି ନିର୍ମମ ଭାବେ ପିଟିଛନ୍ତି । ଏହି ସମୟରେ କେହି ଜଣେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏସପି ବିନୟ ତିୱାରୀ କହିଛନ୍ତି ଯେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦଳର ସମସ୍ତ ୧୦ ଜଣ ସଦସ୍ୟଙ୍କୁ ଟିମରୁ ନିଲମ୍ବିତ କରାଯାଇଛି। ଗୋଟିଏ ଯବାନଙ୍କ ଭୁଲ, କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ଦଣ୍ଡର ସାମ୍ନା କରିବାକୁ ପଡିଲା ।

ତେବେ ଘଟଣାଟି ବର୍ତ୍ତମାନ ରାଜ୍ୟ ସମେତ ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଛି । ଗୁଟଖା ଖାଇବା ଦ୍ୱାରା କେଉଁ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି । କିଛି ବ୍ୟକ୍ତି ଏଅହା ମଧ୍ୟ ଲେଖିଛନ୍ତି ଯେ, ଗୁଟଖାଠାରୁ ନିଜକୁ ଦୂରେଇ ରଖନ୍ତୁ ନଚେତ ଆପଣ ବି ଏପରି ସମସ୍ୟାରେ ପଡିପାରନ୍ତି ।

Also read- ସହରର ଏହି ଡାକ୍ତରଖାନା ଇଞ୍ଜେକସନ ଦେଲାବେଳେ ହସନ୍ତି ଶିଶୁ, ଜାଣନ୍ତୁ କାରଣ

Read More
{}{}