Hindi News >>Home >>Odisha Trending

ମର୍ମନ୍ତୁଦ ଦୁର୍ଘଟଣା: କୋଠା ତଳେ ଚାପି ହୋଇ ଚାଲିଗଲା ୨ ଜୀବନ, ଏବେ ବି ବଞ୍ଚିବାକୁ ଲଢ଼ୁଛନ୍ତି ୫..

Accident: ମହାରାଷ୍ଟ୍ରର ଥାନେରେ ଥିବା ଭିୱଣ୍ଡୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା(accident) ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଗତ ରାତିରେ ଘଟିଥିବା ଏକ ବଡ଼ ଦୁର୍ଘଟଣା ୨ ଜଣ ନିରିହ ଲୋକଙ୍କ ଜୀବନ ନେଇଯାଇଛି। ଭିୱଣ୍ଡୀରେ କୋଠାର ଗୋଟିଏ ଅଂଶ ଭୁଷୁଡି ପଡିବା ଫଳରେ ୨ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଗତ କାଲି ରାତି ୧ ବେଳେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ଏବେ ବି ଚିକିତ୍ସିତ ହେଉଛନ୍ତି ଆହତ। 

Advertisement
ମର୍ମନ୍ତୁଦ ଦୁର୍ଘଟଣା: କୋଠା ତଳେ ଚାପି ହୋଇ ଚାଲିଗଲା ୨ ଜୀବନ, ଏବେ ବି ବଞ୍ଚିବାକୁ ଲଢ଼ୁଛନ୍ତି ୫..
Stop
Priyambada Rana|Updated: Sep 03, 2023, 09:59 AM IST

Accident: ମହାରାଷ୍ଟ୍ରର ଥାନେରେ ଥିବା ଭିୱଣ୍ଡୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା(accident) ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଗତ ରାତିରେ ଘଟିଥିବା ଏକ ବଡ଼ ଦୁର୍ଘଟଣା ୨ ଜଣ ନିରିହ ଲୋକଙ୍କ ଜୀବନ ନେଇଯାଇଛି। ଭିୱଣ୍ଡୀରେ କୋଠାର ଗୋଟିଏ ଅଂଶ ଭୁଷୁଡି ପଡିବା ଫଳରେ ୨ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଗତ କାଲି ରାତି ୧ ବେଳେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ଏବେ ବି ଚିକିତ୍ସିତ ହେଉଛନ୍ତି ଆହତ। ଭିୱାଣ୍ଡୀ ଦର୍ଗା ରୋଡରେ ଏକ ଦୁଇ ମହଲା କୋଠାର ଏକ ଅଂଶ ଏଠାରେ ଭୁଷୁଡି ପଡ଼ିବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଥିଲା।

ଏହି କୋଠା ଭିତରେ ଗୋଟିଏ ପରିବାରର ୭ ଜଣ ଲୋକ ଫଶି ରହିଥିଲେ । ସେମାନଙ୍କୁ ଅଗ୍ନିଶମ ବାହିନି ଏବଂ ମ୍ୟୁନିସିପାଲଟି କର୍ମଚାରୀ କାନ୍ଥ ତଳୁ ବାହାର କରି ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଚିକିତ୍ସା କରାଯାଉଛି ।

ଦୁର୍ଘଟଣା ଖବର ଶୁଣିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଲୋକମାନେ ଭଙ୍ଗା କୋଠା ଭିତରୁ ଚିତ୍କାର ଶବ୍ଧ ଶୁଣିବାକୁ ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏ ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ ।

Also Read: Top 10 News Headlines Odisha 3 Aug 2023: ସକାଳର ୧୦ ବଡ଼ ଖବର

Read More
{}{}