Hindi News >>Home >>Odisha Trending

Black Paper vs White Paper: ବିଜେପି 'ହ୍ୱାଇଟ୍ ପେପର' ଜବାବର କଂଗ୍ରେସ ଆଣିଲା 'ବ୍ଲାକ୍ ପେପର'; ଉଭୟଙ୍କ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?

Congress Black Paper 2024: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ପକ୍ଷରୁ ଉପସ୍ଥାପିତ ହୋଇଥିବା 'ହ୍ୱାଇଟ୍ ପେପର' ଜବାବରେ 'ବ୍ଲାକ୍ ପେପର' ଜାରି କରିଛି ଦେଶର ମୁଖ୍ୟ ବିରୋଧି ଦଳ କଂଗ୍ରେସ।  

Advertisement
 Black Paper vs White Paper: ବିଜେପି 'ହ୍ୱାଇଟ୍ ପେପର' ଜବାବର କଂଗ୍ରେସ ଆଣିଲା 'ବ୍ଲାକ୍ ପେପର'; ଉଭୟଙ୍କ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?
Stop
Zee Odisha Desk|Updated: Feb 08, 2024, 09:08 PM IST

Congress Releases Black Paper Against Modi Govt:  ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ୱେତ ପତ୍ର ଉପସ୍ଥାପନ କରିବା କଥା କହିଥିଲେ। ଫେବୃଆରୀ ୮ ତାରିଖ ଗୁରୁବାର ମୋଦି ସରକାରଙ୍କ ଦ୍ୱାରା ସଂସଦରେ ଶ୍ୱେତ ପତ୍ର ଉପସ୍ଥାପିତ ହୋଇଛି। ଯେଉଁଥିରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରର ୧୦ ବର୍ଷର ଆର୍ଥିକ ପ୍ରଦର୍ଶନ ସମ୍ପର୍କରେ ଦର୍ଶାଯାଇଛି। ଏହି ଶ୍ୱେତ ପତ୍ର ମାଧ୍ୟମରେ ଗତ ୨୦୧୪ ବର୍ଷରେ କ୍ଷମତାସୀନ ହେବା ପରେ ଦେଶର ଅର୍ଥନୀତି କେଉଁ ଅବସ୍ଥାରେ ରହିଥିଲା ତାହା ମୋଦି ସରକାର ଦର୍ଶାଇଛନ୍ତି। 

ଗୁରୁବାର ଅର୍ଥମନ୍ତ୍ରୀ ସୀତାରମଣ ସଂସଦରେ ଶ୍ୱେତ ପତ୍ର (White Paper) ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାର ଶ୍ୱେତ ପତ୍ର ଆଣିବା କଂଗ୍ରେସ "ବ୍ଲାକ୍ ପେପର" (Black Paper) ପ୍ରକାଶ କରିଥିଲା। ଯେଉଁଥିରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳର ବିବରଣୀ ଉପସ୍ଥାପନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗ ସଂସଦ ଭବନ ପରିସରରେ "ବ୍ଲାକ୍ ପେପର" ଉପସ୍ଥାପନ କରିଛନ୍ତି। 

ଏହି ୨ ପ୍ରକାରର ପତ୍ର ମଧ୍ୟରେ ପାର୍ଥକ୍ୟ କେବଳ ନାମରେ ସୀମିତ ରହିନାହିଁ। ଏକାଡେମିକ୍, ସରକାର ଏବଂ ସଙ୍ଗଠନରେ ଉଭୟେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରେ ବ୍ୟବହାର ହୋଇଥାନ୍ତି। ଉଭୟ "Black Paper vs White Paper" ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି ସେ ସମ୍ପର୍କରେ ଜାଣନ୍ତୁ। 

"ବ୍ଲାକ୍ ପେପର" କ’ଣ?
"ବ୍ଲାକ୍ ପେପର" ମାଧ୍ୟମରେ ଯେକୌଣସି ପ୍ରସଙ୍ଗ କିମ୍ବା ନୀତିକୁ ସମାଲୋଚନା କରି ମତାମତ ପ୍ରକାଶିତ ହୋଇଥାଏ। ଏହା ହେଉଛି ଏପରି ଏକ ଦସ୍ତାବିଜ ଯାହା ପୂର୍ବରୁ ରହିଥିବା ଧାରଣାକୁ ଚ୍ୟାଲେଞ୍ଜ କରିଥାଏ। ଯେଉଁଥିରେ ବିବାଦୀୟ ପ୍ରସଙ୍ଗ ସ୍ଥାନ ପାଇଥାଏ ସହ ପ୍ରମାଣ ଉପସ୍ଥାପିତ ହୁଏ ଏବଂ ବିକଳ୍ପ ପଥ ଉପସ୍ଥାପିତ ହୋଇଥାଏ।

"ବ୍ଲାକ୍ ପେପର" ସହ ଜଡ଼ିତ ବିଶେଷତା

  • "ବ୍ଲାକ୍ ପେପର" ମାଧ୍ୟମରେ ବିଦ୍ୟମାନ ନୀତି, ଅଭ୍ୟାସ କିମ୍ବା ଆଭିମୁଖ୍ୟର ସମାଲୋଚନା ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ ହୋଇଥାଏ।
  • "ବ୍ଲାକ୍ ପେପର" ମାଧ୍ୟମରେ ଚାଲିଥିବା କାହାଣୀକୁ ଚ୍ୟାଲେଞ୍ଜ କରି ବିରୋଧ କିମ୍ବା ମତଭେଦ ପ୍ରକାଶ ପାଇଥାଏ।
  • "ବ୍ଲାକ୍ ପେପର" ବିକଳ୍ପ ଦୃଷ୍ଟିକୋଣ ପ୍ରଦାନ କରିଥାଏ। ଯେଉଁଥିରେ ପ୍ରାୟତଃ ବିବାଦୀୟ ବିଷୟକୁ ସମ୍ବୋଧିତ କରିଥାଏ।
  • ସମସ୍ତ ପ୍ରକାରର ପ୍ରମାଣ, ତଥ୍ୟ ଏବଂ ଯୁକ୍ତି "ବ୍ଲାକ୍ ପେପର" ମାଧ୍ୟମରେ ଉପସ୍ଥାପିତ ହୋଇଥାଏ।
  • ନୀତି ପରିବର୍ତ୍ତନ ଏବଂ ସଂସ୍କାରକୁ "ବ୍ଲାକ୍ ପେପର" ମାଧ୍ୟମରେ ପ୍ରଚାର କରାଯାଇ ପାରିବ। 

"ହ୍ୱାଇଟ ପେପର" କ’ଣ? 

"ବ୍ଲାକ୍ ପେପର" ଭଳି "ହ୍ୱାଇଟ ପେପର" ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ବିସ୍ତୃତ ସୂଚନା, ବିଶ୍ଳେଷଣ ଏବଂ ପ୍ରସ୍ତାବ ରହିଥାଏ। ସାଧାରଣତ ସରକାର, ସଙ୍ଗଠନ କିମ୍ବା ବିଶେଷଜ୍ଞ "ହ୍ୱାଇଟ ପେପର" ଉପସ୍ଥାପନ କରିଥାନ୍ତି। ଯାହାର ଉଦ୍ଦେଶ୍ୟ ହେଉଛି ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା, କୌଣସି ସମସ୍ୟାର ସମାଧାନ ପ୍ରସ୍ତାବ ଦେବା କିମ୍ବା କୌଣସି କାର୍ଯ୍ୟ କରିବା ପାଇଁ ସୁପାରିଶ ଉପସ୍ଥାପନ କରିବା। ଯାହା ଅର୍ଥନୈତିକ ସୂଚକାଙ୍କ, ସଂସ୍କାର ଏବଂ ବିଭିନ୍ନ କ୍ଷେତ୍ର ଉପରେ ଏହାର ପ୍ରଭାବର ବିସ୍ତୃତ ମୂଲ୍ୟାଙ୍କନ ଦେଇଥାଏ।

"ହ୍ୱାଇଟ ପେପର" ସହ ଜଡ଼ିତ ବିଶେଷତା

  • "ହ୍ୱାଇଟ ପେପର" ଏକ ନିର୍ଦ୍ଦିଷ୍ଟ ବିଷୟ, ପ୍ରସଙ୍ଗ କିମ୍ବା ନୀତି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥାଏ। 
  • "ହ୍ୱାଇଟ ପେପର" ସ୍ୱର ନିରପେକ୍ଷ ରହିଥାଏ। ଯାହା କୌଣସି ପକ୍ଷପାତ ବିନା ସୂଚନା ଏବଂ ବିଶ୍ଳେଷଣ ଉପସ୍ଥାପନ କରିଥାଏ।
  • "ହ୍ୱାଇଟ ପେପର" ମାଧ୍ୟମରେ ଗଭୀର ବିଶ୍ଳେଷଣ ଏବଂ ଅନୁସନ୍ଧାନ ଉପରେ ଆଧାର କରି ନୀତି ପରିବର୍ତ୍ତନ, ପଦକ୍ଷେପ କିମ୍ବା ସଂସ୍କାର ପାଇଁ ପ୍ରସ୍ତାବ କିମ୍ବା ସୁପାରିଶ ଅନ୍ତର୍ଭୂକ୍ତ ହୋଇଥାଇପାରେ।
  • "ହ୍ୱାଇଟ ପେପର" ଯୁକ୍ତି କିମ୍ବା ସୁପାରିଶ ସମର୍ଥନ କରିବାକୁ ବାରମ୍ବାର ପ୍ରାଧିକୃତ ଉତ୍ସ, ଅନୁସନ୍ଧାନ ଫଳାଫଳ, ଏବଂ ବିଶେଷଜ୍ଞ ମତାମତକୁ ଦର୍ଶାଇଥାଏ।

Also Read: Modi Govt White Paper: ଶ୍ୱେତ ପତ୍ର ଜାରି କଲେ ମୋଦି ସରକାର; ଗଣିଲେ ୟୁପିଏ ଶାସନ କାଳରେ ହୋଇଥିବା ବିଫଳତା

ମୋଦି ସରକାରଙ୍କ ୧୦ ବର୍ଷର ପ୍ରଦର୍ଶନ ଉପରେ ଜାରି ହୋଇଥିବା "ହ୍ୱାଇଟ୍ ପେପର" ଜବାବରେ କଂଗ୍ରେସ "ବ୍ଲାକ୍ ପେପର" ଉପସ୍ଥାପନ କରିଥିଲା। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର କଂଗ୍ରେସ "ବ୍ଲାକ୍ ପେପର" ପ୍ରକାଶ କରିଥିଲେ। ଯାହା ମାଧ୍ୟମରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ଗୁରୁବାର "ବ୍ଲାକ୍ ପେପର" ପ୍ରକାଶ କରିବା ଅବସରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ତାଙ୍କର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ କେତେ ଲୋକ ଚାକିରି ପାଇଛନ୍ତି ତାହା ଜଣାଇବାକୁ ମୋଦି ସରକାର ଚେଷ୍ଟା କରିବେ ନାହିଁ। ସେ ମନରେଗା ପାଣ୍ଠି ଯୋଗାଣରେ ବିଭିନ୍ନ ରାଜ୍ୟ ମଧ୍ୟରେ ଭେଦଭାବ କରୁଛନ୍ତି। 

ଗୁରୁବାର କଂଗ୍ରେସ ମୋଦି ସରକାରଙ୍କ ବିରୋଧରେ "ବ୍ଲାକ୍ ପେପର" ଉପସ୍ଥାପନ କରିଛି। କାରଣ ସେମାନେ ସର୍ବଦା ଗୃହରେ ସେମାନଙ୍କ ସଫଳତା ବିଷୟରେ କଥାବାର୍ତ୍ତା କରିଥାନ୍ତି ଏବଂ ସେମାନଙ୍କର ବିଫଳତାକୁ ଲୁଚାଇଥାନ୍ତି। ଯେତେବେଳେ ଆମେ ସେମାନଙ୍କର ବିଫଳତାକୁ ସୂଚାଇଥାଉ, ସେତେବେଳେ ଆମକୁ ଗୁରୁତ୍ୱ ଦିଆଯାଇନଥାଏ। ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ବେକାରୀ। ଯାହା ଦେଶର ସବୁଠାରୁ ବଡ ପ୍ରସଙ୍ଗ। ବିଜେପି କେବେ  ଏ ବିଷୟରେ କଥାବାର୍ତ୍ତା କରେ ନାହିଁ। 

 

Read More
{}{}