Hindi News >>Home >>Odisha Trending

Free Electricity: ୧ କୋଟି ଘରକୁ ମିଳିବ ମାଗଣା ବିଜୁଳି, ଜାଣନ୍ତୁ କ'ଣ ଏହି ସୌର ପ୍ୟାନେଲ୍ ଯୋଜନା?

Free Electricity: ବଜେଟ୍ ୨୦୨୪ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ କୋଟି ଘରକୁ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ଘୋଷଣା କରିଛନ୍ତି। ଏହା ସୌର ପ୍ୟାନେଲ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ।  

Advertisement
Free Electricity
Stop
Jagdish Barik|Updated: Jul 23, 2024, 03:11 PM IST

Budget 2024: ମୋଦୀ ୩.୦ ର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ବଜେଟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ସରକାରଙ୍କଠାରୁ ଆରାମ ପାଇବାକୁ ଅପେକ୍ଷା କରିଥିବା କିଛି ଲୋକଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସୋଲାର ପ୍ୟାନେଲ ଯୋଜନା ଅଧୀନରେ ୧ କୋଟି ଘରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

କ’ଣ ଏହି ଯୋଜନା?
ବାସ୍ତବରେ ଅନେକ ଲୋକ ନିଜ ଘରର ଛାତରେ ସୋଲାନ୍ ପ୍ୟାନେଲ୍ ଲଗାନ୍ତି। ଏଭଳି ପରିସ୍ଥିତିରେ ସବୁଜ ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ନୂତନ ଘୋଷଣା କରିଛନ୍ତି। ମୋଦୀ ସରକାରଙ୍କ ସ୍ୱପ୍ନର ପ୍ରକଳ୍ପ ସୌର ପ୍ୟାନେଲ ଯୋଜନା ଅଧୀନରେ ୧ କୋଟି ଘର ଉପକୃତ ହେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ସମୟରେ ଘୋଷଣା କରିଛନ୍ତି ଯେ ସେମାନଙ୍କ ଛାତରେ ସୌର ପ୍ୟାନେଲ ସ୍ଥାପନ କରୁଥିବା ପରିବାରମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ।

ବଜେଟ୍ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ଆରମ୍ଭ କରାଯାଇଛି। ଏହା ଅଧୀନରେ ୧ କୋଟି ଲୋକଙ୍କ ଘର ଛାତ ଉପରେ ସୌର ପ୍ୟାନେଲ ଲଗାଯାଇଛି। ଏହି ଘରଗୁଡ଼ିକୁ ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣାରେ ଦିଆଯିବ। ଏହି କାରଣରୁ ଏହି ଯୋଜନା ଏକ ବୃଦ୍ଧି ପାଇବ ଓ ଅଧିକରୁ ଅଧିକ ଲୋକ ସୌର ପ୍ୟାନେଲ ସାହାଯ୍ୟରେ ବିଦ୍ୟୁତ୍ ଯୋଗାଣ କରିବେ।

କହିରଖୁଛୁ ଯେ ଫେବୃଆରୀରେ ନିଜେ ଉପସ୍ଥାପିତ କରିଥିବା ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ଏହି ଯୋଜନା ଘୋଷଣା କରିଥିଲେ। ସୋଲାର ପ୍ୟାନେଲ ଯୋଜନା ଅଧୀନରେ ସରକାର ଏକ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିବେ। ଏଥିସହ ଖର୍ଚ୍ଚ ଉପରେ ସରକାର ୬୦ ପ୍ରତିଶତ ସବସିଡି ମଧ୍ୟ ଦେବେ। ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇ ଲୋକମାନେ ବାର୍ଷିକ ୧୮ ହଜାର ଟଙ୍କା ସଞ୍ଚୟ କରିବେ। ବର୍ତ୍ତମାନ ୩୦୦ ୟୁନିଟ୍ ବିଦ୍ୟୁତ୍ ମଧ୍ୟ ମାଗଣାରେ ଉପଲବ୍ଧ ହେବ।

Read More
{}{}