Hindi News >>Home >>Odisha Trending

Budget 2024: ଦେଶର ତିନି କୋଟି ମହିଳା ହେବେ ଲକ୍ଷପତି ଦିଦି, ଜାଣନ୍ତୁ କେମିତି?

Budget 2024: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ୍ରୁଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ । ମହିଳାମାନଙ୍କୁ ଲକ୍ଷପତି ଦିଦି ହେବାକୁ ବିଭିନ୍ନ ପ୍ରକାରର ତାଲିମ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗ୍ରୁପ କୁ ଡ୍ରୋନ୍ ଯୋଗାଇ ସେମାନଙ୍କୁ ଡ୍ରୋନ୍ କାର୍ଯ୍ୟ ଏବଂ ମରାମତି ପାଇଁ ତାଲିମ ଦିଆଯିବ |  

Advertisement
Budget 2024: ଦେଶର ତିନି କୋଟି ମହିଳା ହେବେ ଲକ୍ଷପତି ଦିଦି, ଜାଣନ୍ତୁ କେମିତି?
Stop
Rasmita Sahoo|Updated: Feb 01, 2024, 12:49 PM IST

Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀ ବଜେଟ୍ ବା ଅନ୍ତରୀଣ ବଜେଟ୍ ୨୦୨୪ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରିବାବେଳେ ସେ ଗତ ଦଶ ବର୍ଷ ମଧ୍ୟରେ ସରକାରଙ୍କ ସଫଳତାକୁ ଅବଗଣନା କରିଥିଲେ। ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଅଗଷ୍ଟ ୧୫, ମସିହା ୨୦୨୩ ରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷପତି ଦିଦି ଯୋଜନା(Lakhpati Didi Scheme) ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସେ ଦେଶରେ ଦୁଇ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଲକ୍ଷ୍ୟକୁ ୩କୋଟିକୁ ବୃଦ୍ଧି କରିଛନ୍ତି। ଲକ୍ଷପତି ଦିଦି ଯୋଜନାର ଉଦ୍ଦେଶ୍ୟ ହେଉଛି ଦାରିଦ୍ର୍ୟ ଦୂରୀକରଣ ଏବଂ ଆର୍ଥିକ ସଶକ୍ତିକରଣ । 

ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବର୍ଷକୁ  ଏକ ଲକ୍ଷରୁ ଅଧିକ ରୋଜଗାର କରିପାରିବେ। ଏହି ଯୋଜନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ୍ରୁଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ । ମହିଳାମାନଙ୍କୁ ଲକ୍ଷପତି ଦିଦି ହେବାକୁ ବିଭିନ୍ନ ପ୍ରକାରର ତାଲିମ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗ୍ରୁପ କୁ ଡ୍ରୋନ୍ ଯୋଗାଇ ସେମାନଙ୍କୁ ଡ୍ରୋନ୍ କାର୍ଯ୍ୟ ଏବଂ ମରାମତି ପାଇଁ ତାଲିମ ଦିଆଯିବ |

ଡ୍ରୋନ ବଦଳାଇବ ମହିଳାଙ୍କ ଭାଗ୍ୟ-:
ଗତ ବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି(Cabinet Committee) ଲକ୍ଷପତି ଦିଦି ଯୋଜନା ଅଧୀନରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରି ପନ୍ଦର ହଜାର ମହିଳା SHG କୁ ଡ୍ରୋନ୍ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ। ବୈଠକରେ ଦୁଇ ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ଆର୍ଥିକ ବର୍ଷ ୨୦୨୫-୨୦୨୬ ମଧ୍ୟରେ ମହିଳା SHG ମାନଙ୍କୁ ୧୪ ହଜାର ୫୦୦ ଡ୍ରୋନ୍ ଯୋଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ସାର କମ୍ପାନୀ ମହିଳା SHG ମାନଙ୍କୁ ୫୦୦ ଡ୍ରୋନ୍ ଦେବ। ଏହି ଡ୍ରୋନ୍ କୃଷି କାର୍ଯ୍ୟରେ ବ୍ୟବହୃତ ହେବ, ବିଶେଷକରି କୀଟନାଶକ ଏବଂ ସାର ସ୍ପ୍ରେ କରିବା ପାଇଁ । ଏହି ଡ୍ରୋନ୍ ଚାଷୀଙ୍କୁ ଭଡା ଉପରେ ଦିଆଯିବ, ଯାହା ମହିଳା SHG ପାଇଁ ରୋଜଗାର କରିବ । ଚାଷରେ ଡ୍ରୋନ୍ ବ୍ୟବହାର ପାଇଁ ଉପଯୁକ୍ତ ଇଲାକାକୁ ବିଚାର କରି ୧୫ ହଜାର ମହିଳା SHG ଚୟନ କରାଯିବ ଏବଂ କ୍ଲଷ୍ଟର ଲେଭଲ୍ ଫେଡେରେସନ୍ (ସିଏଲ୍ଏଫ୍) ଗଠନ ହେବ । ଏକ ଡ୍ରୋନର ମୂଲ୍ୟ ଦଶ ଲକ୍ଷ ଟଙ୍କା ଏବଂ ଏଥିପାଇଁ ସରକାର ୮ଲକ୍ଷ ଟଙ୍କା ଦେବେ। ଅବଶିଷ୍ଟ ଦୁଇ ଲକ୍ଷ CLF ଜାତୀୟ କୃଷି ଇନଫ୍ରା ଫାଇନାନ୍ସ ସୁବିଧା ଠାରୁ ଋଣ କରିହେବ।

ଡ୍ରୋନ ପାଇଲଟଙ୍କୁ ୧୫ହଜାର ମାନଦେୟ (Drone Pilot)
ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ୧୮ ବର୍ଷରୁ ଅଧିକ ଯେକୌଣସି ଦଶମ ପାସ୍ ମହିଳାଙ୍କୁ ଡ୍ରୋନ୍ ଉଡ଼ାଇବା ପାଇଁ ୧୫ ଦିନ ତାଲିମ ଦିଆଯିବ । ପାଇଲଟ ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିବ।ପାଇଲଟଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ସହ-ପାଇଲଟ୍ ମଧ୍ୟ ରହିବେ ଯାହାଙ୍କୁ ମାସକୁ ଦଶହଜାର ଟଙ୍କା ଦିଆଯିବ। ସେହିଭଳି ଡ୍ରୋନ୍ ମରାମତି କାର୍ଯ୍ୟ ପାଇଁ କିଛି ମହିଳାଙ୍କୁ ମଧ୍ୟ ତାଲିମ ଦିଆଯିବ, ସେମାନଙ୍କୁ ମାସକୁ ପାଞ୍ଚ ହଜାର ଟଙ୍କା ଦିଆଯିବ।

Read More
{}{}