Hindi News >>Home >>Odisha Trending

BSNL Recharge Plan: ଜିଓ ଏବଂ ଏୟାରଟେଲକୁ ଟକ୍କର, ମାତ୍ର ୨୨ ଟଙ୍କା ରିଚାର୍ଜରେ ଟେନସନ ଫ୍ରି !

ଗତ କିଛି ବର୍ଷ ମଧ୍ୟରେ ଅନେକ ଅଗ୍ରଣୀ ଭାରତୀୟ ଟେଲିକମ୍ କମ୍ପାନୀ (telecom company) ସେମାନଙ୍କର ରିଚାର୍ଜ ଯୋଜନାକୁ ମହଙ୍ଗା କରିଦେଇଛନ୍ତି । ଯେଉଁ କାରଣରୁ ୨ଟି ସିମ୍ କାର୍ଡ (sim card) ଥିବା ଉପଭୋକ୍ତାମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର କାରଣ ହେଉଛି ଯଦି ଆପଣ ଦୀର୍ଘ ମାସ ପର୍ଯ୍ୟନ୍ତ ସିମରେ ରିଚାର୍ଜ ନକରିବେ ତେବ

Advertisement
BSNL Recharge Plan: ଜିଓ ଏବଂ ଏୟାରଟେଲକୁ ଟକ୍କର, ମାତ୍ର ୨୨ ଟଙ୍କା ରିଚାର୍ଜରେ ଟେନସନ ଫ୍ରି !
Stop
Soubhagya Ranjan Mishra|Updated: Jun 24, 2023, 07:59 AM IST

BSNL Recharge Plans: ଗତ କିଛି ବର୍ଷ ମଧ୍ୟରେ ଅନେକ ଅଗ୍ରଣୀ ଭାରତୀୟ ଟେଲିକମ୍ କମ୍ପାନୀ (telecom company) ସେମାନଙ୍କର ରିଚାର୍ଜ ଯୋଜନାକୁ ମହଙ୍ଗା କରିଦେଇଛନ୍ତି । ଯେଉଁ କାରଣରୁ ୨ଟି ସିମ୍ କାର୍ଡ (sim card) ଥିବା ଉପଭୋକ୍ତାମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର କାରଣ ହେଉଛି ଯଦି ଆପଣ ଦୀର୍ଘ ମାସ ପର୍ଯ୍ୟନ୍ତ ସିମରେ ରିଚାର୍ଜ ନକରିବେ ତେବେ, ଆପଣଙ୍କ ସିମଟି ଅପରେଟର୍ସ (sim operators) ଦ୍ୱାରା ବନ୍ଦ ହୋଇଯିବ । ଏହି ସମୟରେ, ଟେଲିକମ୍ ଉପଭୋକ୍ତାମାନେ ଶସ୍ତା ରିଚାର୍ଜ ଯୋଜନା (Cheap Recharge Plan) ବିଷୟରେ ଜାଣିବାକୁ ଚାହାଁନ୍ତି ଯେଉଁଥିରେ କମ୍ ଟଙ୍କା ଲାଗିବା ସହିତ ଅଧିକ ଦିନର ବୈଧତା ସହିତ ଆସେ । ସାଧାରଣତଃ ପ୍ରତ୍ୟେକ ଉପଭୋକ୍ତାଙ୍କର ଦୁଇଟି ସିମ୍ କାର୍ଡ ଥାଏ, ଯେଉଁଥିରେ ଉଭୟ ସିମ୍ ବ୍ୟବହାର ଉପଯୋଗୀ ହୋଇଥାଏ । କିନ୍ତୁ ପ୍ରାୟତଃ ଦେଖାଯାଏ ଯେ, ଲୋକମାନେ ଗୋଟିଏ ସିମକୁ କଲ (call) ପାଇଁ ବ୍ୟବହାର କରିଥାନ୍ତି । ଅନ୍ୟ ସିମ୍ ବ୍ୟାଙ୍କିଙ୍ଗ୍ (banking) କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଉଭୟ ସିମ୍ ସକ୍ରିୟ (active) ରଖିବାକୁ ପଡିବ । ଯଦି ଆପଣ ଉଭୟ ସିମରେ ମହଙ୍ଗା ରିଚାର୍ଜ ଯୋଜନା (Expensive recharge plan) କରିବା କଷ୍ଟକର ବୋଲି ମନେ କରୁଛନ୍ତି ତେବେ ଆମେ ଆପଣଙ୍କୁ ଏକ ସହଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ ।

BSNL ର ଏହି ରିଚାର୍ଜ ପ୍ଲାନ ଏୟାରଟେଲ, ଜିଓ, ​​ଭୋଡା-ଆଇଡିଆକୁ ପ୍ରତିଯୋଗିତା ଦେଉଛି ।
ଯଦି ଆପଣ ମଧ୍ୟ ସିମ୍ ଆକ୍ଟିଭ୍ ପ୍ଲାନ୍ ରଖିବା ପାଇଁ ଏକ ଶସ୍ତା ରିଚାର୍ଜ ଯୋଜନା ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏହି ସ୍ୱତନ୍ତ୍ର ଯୋଜନା (special plan) ବିଷୟରେ କହିବାକୁ ଯାଉଛୁ । ସରକାରୀ ଟେଲିକମ କମ୍ପାନୀ BSNL ଅନେକ ପ୍ରକାରର ସୁଲଭ ରିଚାର୍ଜ ପ୍ଲାନ ଗ୍ରାହକଙ୍କୁ ଦେଇଥାଏ । ବର୍ତ୍ତମାନ କମ୍ପାନୀ ଦ୍ୱାରା ଏକ ଶସ୍ତା ପ୍ଲାନ ପ୍ରଦାନ କରାଯାଉଛି, ଯାହା ଟେଲିକମ୍ କମ୍ପାନୀ ଏୟାରଟେଲ (airtel), ଜିଓ (jio), ​​ଭିଆଇ (vi) ସହିତ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରିବ । କିନ୍ତୁ ଆପଣ ଏହା ବିଷୟରେ ହୁଏତ ଖୁବ୍ କମ ଜାଣିଥିବେ । ତେବେ ଆମେ ଆପଣଙ୍କୁ ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଯାଉଛୁ ।

BSNL ର ୨୨ ଟଙ୍କାର ପ୍ରିପେଡ୍ ଯୋଜନା ୩ ମାସ ତଥା ୯୦ ଦିନର ବୈଧତା (90 days validity) ସହିତ ଆସିଥାଏ । ୯୦ ଦିନର ବୈଧତାରେ ଏହା ବିଏସଏନଲର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍ । ଏହି ରିଚାର୍ଜ ପ୍ଲାନରେ, ଆପଣଙ୍କୁ ପ୍ରତି ମିନିଟରେ ୩୦ ପଇସାରେ ସ୍ଥାନୀୟ (local) ଏବଂ STD ଭଏସ୍ କଲିଂର ସୁବିଧା କମ୍ପାନୀ ପକ୍ଷରୁ ମିଳିବ । କିନ୍ତୁ ଫ୍ରି ଭଏସ କଲିଂ କିମ୍ୱା ଫ୍ରି ଇଣ୍ଟରନେଟର (free internet) ଲାଭ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନାହିଁ ।

ସିମ୍ କୁ ସକ୍ରିୟ ରଖିବା ପାଇଁ, ପ୍ରତି ମାସରେ କୌଣସି ଅଯୋତା ଅଧିକ ଟଙ୍କା ଖର୍ଚ୍ଚ ହେବ ନାହିଁ ।
ଆପଣ ବ୍ୟବହାର କରୁଥିବା ସିମ୍ କୁ ଆକ୍ଟିଭ୍ ରଖିବା ପାଇଁ ଏହା ବିଏସଏନଏଲର ସବୁଠାରୁ ଶସ୍ତା ଯୋଜନା । ସିମ୍ ସକ୍ରିୟ ରଖିବା ପାଇଁ ବିଏସଏନଏଲୌର ୨୨ ଟଙ୍କିଆ ଯୋଜନା ସାଧାରଣ ଲୋକଙ୍କ ପାଇଁ ଏକ ସୁବିଧା ଓ ସର୍ବୋତ୍ତମ ଯୋଜନା ବୋଲି ବିବେଚନା କରାଯାଏ ।  ଏହି ଯୋଜନା ଆପଣାଇବା ଦ୍ୱାରା ଆପଣଙ୍କୁ ସିମ୍ ଆକ୍ଟିଭ୍ ରଖିବା ପାଇଁ ଆଉ ବ୍ୟୟ ବହୁଳ ରିଚାର୍ଜ କରିବାକୁ ପଡିବ ନାହିଁ । ଖୁବ୍ କମ ଟଙ୍କାରେ ଆପଣ ସିମକୁ ଚାଲୁ ରଖିପାରିବେ ।

Also read- ୩୦ ବର୍ଷ ପୂର୍ବରୁ ହ୍ୱାଇଟ ହାଉସ ଦେଖିଥିଲେ ମୋଦୀ: ଏବେ ହ୍ୱାଇଟ ହାଉସ ପିଏମ ମୋଦୀଙ୍କୁ ଦେଖୁଛି

Read More
{}{}