Hindi News >>Home >>Odisha Trending

BSNL 5G Testing: ଜିଓ ଏବଂ ଏୟାରଟେଲର ଉଡିବ ହୋସ୍ ! ବିଏସଏନଏଲ ଆଣୁଛି ୫ଜି, ସେକେଣ୍ଡରେ ଡାଉନଲୋଡ ହେବ ସିନେମା

ସମସ୍ତେ ଉତ୍ସାହର ସହିତ BSNL 5G କୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଲାଗୁଛି ଯେ, ଏହି ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । କାରଣ BSNL ଶୀଘ୍ର ଏହାର 5G ସେବା ଆରମ୍ଭ କରିପାରେ ।

Advertisement
BSNL 5G Testing: ଜିଓ ଏବଂ ଏୟାରଟେଲର ଉଡିବ ହୋସ୍ ! ବିଏସଏନଏଲ ଆଣୁଛି ୫ଜି, ସେକେଣ୍ଡରେ ଡାଉନଲୋଡ ହେବ ସିନେମା
Stop
Soubhagya Ranjan Mishra|Updated: Aug 03, 2024, 10:44 PM IST

Jyotiraditya Scindia News: ଭାରତ ସଞ୍ଚାର ନିଗମ ଲିମିଟେଡ୍ ତଥା BSNL ହେଉଛି ଦେଶର ସରକାରୀ ଟେଲିକମ୍ କମ୍ପାନୀ । ବର୍ତ୍ତମାନ ପର୍ଯ୍ୟନ୍ତ ଶସ୍ତା ଏବଂ ସୁଲଭ ମୂଲ୍ୟରେ ସେବା ଯୋଗାଉଛି ଏହି ଟେଲିକମ କମ୍ପାନୀ । ଦେଶର ଘରୋଇ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ଯୋଜନା ମହଙ୍ଗା କରିଥିବା ସମୟରେ BSNLକୁ ନେଇ ଆଲୋଚନା ଆହୁରି ବଢିଛି । ଏଥିସହ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆର ନାମକୁ ନେଇ ଚର୍ଚ୍ଚା ଆଲୋଚନା ମଧ୍ୟ ଆରମ୍ଭ ହୋଇଛି ।

ବେସରକାରୀ କମ୍ପାନୀଗୁଡିକର ମହଙ୍ଗା ଶୁଳ୍କ ପ୍ଲାନ କାରଣରୁ ବର୍ତ୍ତମାନ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ନମ୍ୱରକୁ ବିଏସଏନଏଲକୁ ବଦଳାଇବା ପାଇଁ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ମାଧ୍ୟମରେ ଜଣାପଡିଛି ଯେ, ବହୁ ସଂଖ୍ୟକ ଉପଭୋକ୍ତା ମଧ୍ୟ ସେମାନଙ୍କ ନମ୍ୱରକୁ BSNL କୁ ପୋର୍ଟ କରିଛନ୍ତି । କିନ୍ତୁ, BSNLକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ସମସ୍ୟା ହେଉଛି ଯେ, ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ 5G ସେବା ପ୍ରଦାନ କରୁଥିବାବେଳେ BSNL ଏବେ ପର୍ଯ୍ୟନ୍ତ 4G ସେବା ଯୋଗାଉଛି । ଗ୍ରାହକଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ପାଇଁ 5G ସେବାର ଆବଶ୍ୟକ ରହିଛି । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ, ଏହି ଅଭାବ ଖୁବଶୀଘ୍ର ଦୂର ହେବାକୁ ଯାଉଛି।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ BSNL 5G ପରୀକ୍ଷା କରିଛନ୍ତି

ସମସ୍ତେ ଉତ୍ସାହର ସହିତ BSNL 5G କୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଲାଗୁଛି ଯେ, ଏହି ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । କାରଣ BSNL ଶୀଘ୍ର ଏହାର 5G ସେବା ଆରମ୍ଭ କରିପାରେ । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ନିଜେ ବିଏସଏନଏଲ ୫ ଜି ପରୀକ୍ଷା କରିଛନ୍ତି । କମ୍ପାନୀ ଏଥିରେ ସଫଳ ହୋଇଛି । ଜ୍ୟୋତିରାଦିତ୍ୟ ଟେଲିମାଟିକ୍ସର ବିକାଶ କେନ୍ଦ୍ର (C-DOT) ରେ ପହଞ୍ଚି 5G ଟେକ୍ନୋଲୋଜି ପରୀକ୍ଷା କରି BSNL ର 5G ଫୋନରୁ ଏକ ଭିଡିଓ କଲ କରିଥିଲେ। ଜ୍ୟୋତିରାଦିତ୍ୟ ଏହି ଭିଡିଓ କଲର ଏକ ଅଂଶ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଥିବା ଦେଖିବାକୁ ମିଳିଛି ।

 

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଭାରତକୁ 5G ସେକ୍ଟରରେ ଅଗ୍ରଣୀ କରାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ C-DOT ବୈଜ୍ଞାନିକମାନଙ୍କୁ ଭେଟିଥିଲେ । ଏହି ପରୀକ୍ଷା ପରେ, ଲାଗୁଛି ଯେ, ଲୋକମାନେ ଶୀଘ୍ର ସରକାରୀ ଟେଲିକମ୍ କମ୍ପାନୀ BSNL ପକ୍ଷରୁ 5G ନେଟୱାର୍କର ସୁବିଧା ପାଇବେ । ଏହା ଭାରତର ଟେଲିକମ୍ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ । ଏହା ବ୍ୟତୀତ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକୁ ମଧ୍ୟ ବିଏସଏନଏଲ କଡା ପ୍ରତିଯୋଗିତା ଦେବ ବୋଲି ଆଶା କରାଯାଉଛି।

Also Read- ଭୁସ୍ଖଳନ ପୀଡିତଙ୍କ ଦୁଃଖରେ ସାହା ହେଲେ ସାଉଥ ଷ୍ଟାର୍, ଓଲିଉଡ୍ ଅଭିନେତା ଚୁପ୍ !

Read More
{}{}