Hindi News >>Home >>Odisha Trending

Mumbai Water Crisis: ମାୟାନଗରୀରେ ୧୫% ଜଳ ଯୋଗାଣ ହ୍ରାସ କଲା ବିଏମସି; ଜାଣନ୍ତୁ କାରଣ

BMC cut 15 percent water supply in Mumbai: ମାୟାନଗରୀ ମୁମ୍ବାଇରେ ୧୫% ଜଳ ଯୋଗାଣ ହ୍ରାସ କରିଛି ବିଏମସି। ମଙ୍ଗଳବାର ମୁମ୍ବାଇ ସହରରେ ୨୪ ଘଣ୍ଟରେ ଜଳ ଯୋଗାଣ ୧୫ ପ୍ରତିଶତ ହ୍ରାସ ହୋଇଥିବାର କୁହାଯାଉଛି।  

Advertisement
Mumbai Water Crisis: ମାୟାନଗରୀରେ ୧୫% ଜଳ ଯୋଗାଣ ହ୍ରାସ କଲା ବିଏମସି; ଜାଣନ୍ତୁ କାରଣ
Stop
Zee Odisha Desk|Updated: Mar 19, 2024, 07:36 PM IST

15 percent water supply being cut in Mumbai: ଦେଶର ଆଇଟି ହବ୍ ତଥା ଇଲେକ୍ଟ୍ରୋନିକ୍ସ ରାଜଧାନୀ କୁହାଯାଉଥିବା ବେଙ୍ଗାଲୁରୁ ସହର ଏକ ବୁନ୍ଦା ପାଣି ପାଇଁ ସଂଘର୍ଷ କରୁଛି। ବେଙ୍ଗାଲୁରୁ ସହରରେ ଜଳସଙ୍କଟ ଏତେ ଗଭୀର ହୋଇଉଠିଛି ଯେ ଲୋକେ ପାଣି ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି। ଏହି ସମୟରେ ମାୟାନଗରୀ ମୁମ୍ବାଇରେ ଜଳ ଯୋଗାଣକୁ ୧୫ ପ୍ରତିଶତ ହ୍ରାସ କରାଯାଇଛି। ସ୍ଥାନୀୟ  ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ (ବିଏମସି) ସୋମବାର (ମାର୍ଚ୍ଚ ୧୮) ଜଳ ଯୋଗାଣକୁ ୫ ପ୍ରତିଶତ ହ୍ରାସ କରିଛି। ଏହା ସହିତ ମଙ୍ଗଳବାର (ମାର୍ଚ୍ଚ ୧୯) ମୁମ୍ବାଇ ସହରରେ ୨୪ ଘଣ୍ଟରେ ଜଳ ଯୋଗାଣ ୧୫ ପ୍ରତିଶତ ହ୍ରାସ ହୋଇଥିବାର ଘୋଷଣା କରାଯାଇଛି। ଏକଥା ଶୁଣିବା ପରେ ଲୋକଙ୍କ ଚିନ୍ତା ବଢିଯାଇଛି। ଲୋକେ ଏକଥାକୁ ନେଇ ଭୟଭୀତ ହୋଇ ଉଠିଛନ୍ତି ଯେ କ'ଣ ମୁମ୍ବାଇ ସହରର ଅବସ୍ଥା ମଧ୍ୟ ବେଙ୍ଗାଲୁରୁ ଭଳି ହୋଇଯିବ?

କାହିଁକି ଜଳ ଯୋଗାଣ ହ୍ରାସ କରିଛି ବିଏମସି 
ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ (ବିଏମସି) ମୌସୁମୀ ପୂର୍ବର ରକ୍ଷଣାବେକ୍ଷଣ କାର୍ଯ୍ୟ କାରଣରୁ ଜଳ ଯୋଗାଣ ହ୍ରାସ କରିଛି। ଏନେଇ ବିଏମସି ପକ୍ଷରୁ କୁହାଯାଇଛି ଯେ ଠାଣେ ଜିଲ୍ଲାର ପାଇସ୍ ଡ୍ୟାମ ଠାରେ ଜଳ ଅଭାବ ହେତୁ ସହରରେ ଅତିରିକ୍ତ ଜଳ ଯୋଗାଣ ହ୍ରାସ କରାଯାଇଛି। ସୋମବାର ସନ୍ଧ୍ୟାରେ ଏକ ବିବୃତ୍ତି ଜାରି କରି ବିଏମସି କହିଛି ଯେ ମୁମ୍ବାଇ ମହାନଗର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ ପାଇସ୍ ଡ୍ୟାମ, ଭାତସା ଜଳଭଣ୍ଡାରରୁ ପାଣି ପାଇବା ପରେ ଜଳ ଯୋଗାଣକୁ ପୁନର୍ବାର ସ୍ୱାଭାବିକ କରାଯିବ।

ଖରାପ ହୋଇଗଲା ପାଇସ୍ ଡ୍ୟାମ ରବର ବ୍ଲାଡର 
ବିଏମସି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ପାଇସ୍ ଡ୍ୟାମ ର ୩୨ ଫାଟକ ମଧ୍ୟରୁ ଗୋଟିକର ରବର ବ୍ଲାଡର କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିପାଇଁ ଡିସେମ୍ବର ୧୬ ତାରିଖରୁ ଏଥିରୁ ପାଣି ବାହାରିବା ଆରମ୍ଭ ହୋଇଥିଲା।  ରବର ବ୍ଲାଡର ମରାମତି କରିବା ପାଇଁ ପାଇସ୍ ଡ୍ୟାମ୍ ର ଜଳ ସ୍ତର ୩୧ ମିଟର ହ୍ରାସ କରିବାକୁ ପଡି଼ଥିଲା। ଏହି କାରଣରୁ ଭାତସା ଜଳଭଣ୍ଡାରରୁ ଜଳ ଯୋଗାଣ ହ୍ରାସ ପାଇଛି। ବିଏମସି ଆହୁରି ମଧ୍ୟ କହିଛି ରବର ବ୍ଲାଡର ମରାମତି କରାଯାଇଛି। କିନ୍ତୁ ପଞ୍ଜରପୋଲ ଠାରେ ରହିଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ମୁମ୍ବାଇ ସହରକୁ ପାଣି ପମ୍ପ କରିବା ପାଇଁ ଡ୍ୟାମ ସ୍ତର ପର୍ଯ୍ୟାପ୍ତ ରହିନାହିଁ। ଭାତସା ଜଳଭଣ୍ଡାରରୁ ଜଳ ନିର୍ଗତ ହୋଇଛି। ହେଲେ ପାଣି ପାଇସ୍ ଡ୍ୟାମ ଠାରୁ ୪୮ କିଲୋମିଟର ଦୂରରେ ରହିଥିବାରୁ ଜଳ ପହଞ୍ଚିବା ଏବଂ ଏହାକୁ ପର୍ଯ୍ୟାପ୍ତ ସ୍ତରକୁ ଆଣିବା ପାଇଁ ସମୟ ଲାଗିବ।

ଜଳ ଯୋଗାଣ ହ୍ରାସ ନେଇ ପୂର୍ବରୁ ଜଣାଇଥିଲା ବିଏମସି
ଗତ ସପ୍ତାହରେ ଏସିଆ ମହାଦେଶର ଅନ୍ୟତମ ବୃହତ୍ତମ ଜଳ ବିଶୋଧନ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଭାଣ୍ଡୁପ ଠାରେ ଅବସ୍ଥିତ ୱାଟର ପ୍ୟୁରିଫାୟାର ପ୍ଲାାଣ୍ଟ ସଫା କରାଯିବା କାରଣରୁ ବିଏମସି ମାର୍ଚ୍ଚ ୧୫ ତାରିଖରୁ ଅପ୍ରେଲ ୨୪ ପର୍ଯ୍ୟନ୍ତ ମୁମ୍ବାଇ ସହରରେ ୫ ପ୍ରତିଶତ ଜଳ ଯୋଗାଣ ହ୍ରାସ କରିବାକୁ ଘୋଷଣା କରିଥିଲା। ପାଇସ୍ ଡ୍ୟାମ ଠାରେ ଜଳର ମାତ୍ରା କମ ରହିଥିବାରୁ ବିଏମସି ପୂର୍ବରୁ ଜଳ ଯୋଗାଣକୁ ୧୦ ପ୍ରତିଶତ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଏହାର ସଂରକ୍ଷଣ ସ୍ଥାନରୁ ଜଳ ଅଭାବକୁ ଦୂର କରିବାକୁ ରାଜ୍ୟ ସରକାର ନିଶ୍ଚିତ କରିବା ପରେ ଏହା କାର୍ଯ୍ୟକାରୀ ହୋଇନାହିଁ।

Read More
{}{}