Hindi News >>Home >>Odisha Trending

ଦୃଷ୍ଟିହୀନ କ୍ରିକେଟ: ପଣ୍ଡିଚେରୀକୁ ହରାଇ ଫାଇନାଲରେ ଓଡିଶା

 ନିର୍ଧାରିତ ୨୦ ଓଭର୍ ରେ ୯ ୱିକେଟ୍ ବିନିମୟରେ ୨୧୯ ରନ୍ ସଂଗ୍ରହ କରିଥିଲା। 

Advertisement
ଦୃଷ୍ଟିହୀନ କ୍ରିକେଟ: ପଣ୍ଡିଚେରୀକୁ ହରାଇ ଫାଇନାଲରେ ଓଡିଶା
Stop
Zee Odisha Desk|Updated: Jul 28, 2022, 08:16 PM IST

କଟକ: ଆଜି ଓଡିଶା (Odisha) ତାର ୨ୟ ତଥା ଅନ୍ତିମ ଲିଗ୍ ମ୍ୟାଚରେ ଘରୋଇ ଦଳ ପଣ୍ଡିଚେରୀକୁ (Pondicherry) ୪୨ ରନ୍ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅରଭଇଲ କ୍ରିକେଟ୍ ପଡିଆରେ ଖେଳାଯାଇଥିବା ମ୍ୟାଚ୍ ରେ ଅଧିନାୟକ ନକୁଳ ବଡ଼ନାୟକ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ।ଓଡିଶା (Odisha) ନିର୍ଧାରିତ ୨୦ ଓଭର୍ ରେ ୯ ୱିକେଟ୍ ବିନିମୟରେ ୨୧୯ ରନ୍ ସଂଗ୍ରହ କରିଥିଲା। 

ଓଡିଶା ପକ୍ଷରୁ ନକୁଳ ବଡ଼ନାୟକ (Nakul Badnayak) ୧୦୫, ଜାଫର ଇକବାଲ୍ (jafer Iqbal) ୩୦ ଓ ଧନପତି ଗୌଡ଼ ୨୦ ରନ୍ ସଂଗ୍ରହ କରିଥିଲେ। ଜବାବ ରେ ଘରୋଇ ପଣ୍ଡିଚେରୀ ଦଳ ୪ ୱିକେଟ୍ ବିନିମୟରେ ୧୭୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ପଣ୍ଡିଚେରୀ ପକ୍ଷରୁ ଡି ଦିନାଗରନ  ୧୦୪ ରନ୍ ସଂଗ୍ରହ କରିଥିଲେ। ଓଡିଶା ପକ୍ଷରୁ ନକୁଳ ବଡ଼ନାୟକ  ଏବଂ ଅର୍ଜୁନ ଭତରା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନକୁଳ ବଡ଼ନାୟକଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ କରାଗଲା। 

Read More
{}{}