Hindi News >>Home >>Odisha Trending

Lok Sabha Elections 2024: ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଘୋଷଣାକୁ ନେଇ ବଡ଼ ନିଷ୍ପତ୍ତି ନେଲା ବିଜେପି

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ରହିଛି ବିଜେପି। ଏନେଇ ଦଳ ୨୦୨୪ ଲୋକସଭା ନିର୍ବାଚନରେ କିପରି ତୃତୀୟ ଥର ଲାଗି ବିଜୟ ହାସଲ କରିପାରିବ ସେ ନେଇ ଦଳୀୟ ଅଭିଯାନକୁ କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ରହିଛି। ଏହି ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ମଧ

Advertisement
Lok Sabha Elections 2024: ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଘୋଷଣାକୁ ନେଇ ବଡ଼ ନିଷ୍ପତ୍ତି ନେଲା ବିଜେପି
Stop
Zee Odisha Desk|Updated: Jan 10, 2024, 06:57 PM IST

BJP Lok Sabha Elections 2024 Strategy: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ରହିଛି ବିଜେପି। ଏନେଇ ଦଳ ୨୦୨୪ ଲୋକସଭା ନିର୍ବାଚନରେ କିପରି ତୃତୀୟ ଥର ଲାଗି ବିଜୟ ହାସଲ କରିପାରିବ ସେ ନେଇ ଦଳୀୟ ଅଭିଯାନକୁ କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ରହିଛି। ଏହି ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ମଧ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି। ଯଥା ଶୀଘ୍ର ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ମଧ୍ୟ ଅନ୍ତର୍ଭୂକ୍ତ ହେବ। 

ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ବାରାଣାସୀ ଆସନରୁ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। କାରଣ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାର୍ଥୀ କରି ବିଜେପି ଉତ୍ତର ପ୍ରଦେଶ ସହ ବିହାରରେ ଅଧିକରୁ ଅଧିକ ଜନ ସମର୍ଥନ ହାତେଇବା ଲକ୍ଷ୍ୟରେ ରହିଛି। ଉଭୟ ରାଜ୍ୟରେ ମୋଟ ୧୨୦ ଲୋକସଭା ଆସନ ରହିଛି। ଯାହା ଲୋକସଭାର ମୋଟ ଆସନର ପାଖାପାଖି ଏକ ଚତୁର୍ଥାଂଶ।

ଚଳିତ ମାସ ଶେଷ ପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି 
ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଆସନ୍ତା ୨୨ ତାରିଖରୁ ୩୧ ପର୍ଯ୍ୟନ୍ତ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହୋଇପାରେ। ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଦଳ ପ୍ରକାଶ କରିପାରେ। କୁହାଯାଉଛି ଯେ ଯଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତାହେଲେ ତାଙ୍କ ନାମ ମଧ୍ୟ ପ୍ରଥମ ପ୍ରାର୍ଥୀ ତାଲିକାରେ ଆସିପାରେ।

ମୋଦୀ ବନାମ ଅନ୍ୟ କରିବାକୁ ଚାଲିଛି ପ୍ରସ୍ତୁତି 
ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦଳର ଚାଣକ୍ୟ କୁହାଯାଉଥିହା ଅମିତ ଶାହା ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ। ସେହି ସମୟ ମଧ୍ୟରେ ଦଳ ପ୍ରଥମ ତାଲିକାରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେଉଁ ଆସନରୁ ଲଢିବେ ସେ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଧାରା ମଧ୍ୟ ଏଥର ମଧ୍ୟ ଜାରି ରହିବ। ଆଗୁଆ ପ୍ରାର୍ଥୀ ଘୋଷଣା କରିବା ଦ୍ୱାରା ବିଜେପି ସମଗ୍ର ନିର୍ବାଚନକୁ ମୋଦୀ ବନାମ ଅନ୍ୟ କରିପାରିବ। ଏହା ସହ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହାର ନିର୍ବାଚନ ରଣନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରିଦେବ।

ପୂର୍ବ ଅପେକ୍ଷା ଅଧିକ ଆସନରେ ଲଢିବ ବିଜେପି!
ଦଳୀୟ ସୂତ୍ରରୁ ପ୍ରକାଶ ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଗତ ୨୦୧୯ ଲୋକସଭା ନିର୍ବାଚନର ପଞ୍ଜାବରେ ଅକାଳୀ ଦଳ ଏବଂ ତାମିଲନାଡୁରେ ଏଆଇଏଡିଏମକେ ସହ ମେଣ୍ଟ କରିଥିଲା ବିଜେପି। ଯାହାର ଫଳସ୍ୱରୂପ ଉଭୟ ରାଜ୍ୟରେ ଦଳ କମ୍ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ହେଲେ ଏଥର ଉଭୟ ରାଜ୍ୟରେ ଏହାର ପୁରୁଣା ସହଯୋଗୀଙ୍କ ମେଣ୍ଟ ଭାଙ୍ଗଯାଇଛି। ଏଭଳି ପରିସ୍ଥିତିରେ ବିଜେପି ଉଭୟ ରାଜ୍ୟରେ ସର୍ବାଧିକ ଆସନରେ ପ୍ରାର୍ଥୀ ଦେବା ଉପରେ ଧ୍ୟାନ ଦେଉଛି। ଏହି ଦୁଇ ରାଜ୍ୟରେ ଏହାର ଆସନ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି।

Read More
{}{}