Hindi News >>Home >>Odisha Politics

Odisha Election 2024: ଦଳୀୟ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେଡ଼ି ନେତା ଭିକେ ପାଣ୍ଡିଆନ

BJD Leader VK Pandian: ଗୁରୁବାର କୋରାପୁଟ ସଂସଦୀୟ କ୍ଷେତ୍ରରୁ ଦଳୀୟ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡ଼ି ନେତା ଭିକେ ପାଣ୍ଡିଆନ।

Advertisement
Odisha Election 2024: ଦଳୀୟ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେଡ଼ି ନେତା ଭିକେ ପାଣ୍ଡିଆନ
Stop
Zee Odisha Desk|Updated: Apr 25, 2024, 05:05 PM IST

BJD Leader VK Pandian Election Campaign 2024: ଗୁରୁବାର (ଅପ୍ରେଲ ୨୫) କୋରାପୁଟ ଜିଲ୍ଲା ପଟାଙ୍ଗୀ ଏବଂ ଲକ୍ଷ୍ମୀପୁରର ଦଶମନ୍ତପୁର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା ଭିକେ ପାଣ୍ଡିଆନ। ଏହି ଅବସରରେ ସେ ଦଳର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ କାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଉଭୟ ସଭାରେ ଅନେକ କଂଗ୍ରେସ ନେତା କର୍ମକର୍ତ୍ତା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ବିରୋଧିଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ବିଜେଡ଼ି ନେତା ଭିକେ ପାଣ୍ଡିଆନ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଏପରିକି ମାଆଙ୍କୁ  ଆମେ ଦୁବାଇ ପଠାଉଛୁ। ତାକୁ ସେମାନେ ସହିପାରୁ ନାହାନ୍ତି। ସେ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ। ଜନତା ତାଙ୍କୁ ଉଚିତ ଜବାବ ଦେବେ। ଏଠାରେ ଅନ୍ୟ ଦଳରୁ ଜଣେ ସାଂସଦ ହୋଇଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ସେ କଣ କରିଛନ୍ତି ତାହା କେହି ଜାଣନ୍ତି ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ରୂପାନ୍ତର କାମ ଦେଖି ବିରୋଧିଙ୍କ ନିଦ ହଜିଯାଇଛି। ନିର୍ବାଚନ ସମୟରେ ବିରୋଧି ଦଳର ନେତା ବହୁତ ବଡ ବଡ କଥା କୁହନ୍ତି। ନିର୍ବାଚନ ସରିଗଲେ ଖୋଜିଲେ ମଧ୍ୟ ସେମାନେ ମିଳନ୍ତି ନାହିଁ। ଓଡିଶା ପାଇଁ ସେମାନେ ଗୋଟିଏ ହେଲେ କାମ କରିନାହାନ୍ତି। ଆପଣ ଉଭୟ ବିଧାନସଭା ଏବଂ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ବିଜେଡି଼ ନେତା ଭିକେ ପାଣ୍ଡିଆନ।

ଏହି ସଭାରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କ ପାଇଁ ସେ ଦିନରାତି କାମ କରୁଛନ୍ତି। ଜନଜାତି କଳା ଏବଂ ସଂସ୍କୃତିର ପ୍ରସାର ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣଙ୍କ ପିଲାମାନେ ଯେପରି ଭଲ ପାଠ ପଢି ଭଲ ମଣିଷ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ୫ଟି ସ୍କୁଲ ରୂପାନ୍ତର କରିଛନ୍ତି।

ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି। ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ବହୁ ଆଗରୁ ଦାବି କରିଆସିଛି। ଏନେଇ ଦଳ ପଦକ୍ଷେପ ମଧ୍ୟ ନେଇଛି। ଆମର ୨୧ ସାଂସଦ ପ୍ରାର୍ଥୀରୁ ଆମ ମୁଖ୍ୟମନ୍ତ୍ରୀ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ। 

ମହିଳା ସଶକ୍ତିକରଣ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ପାଇଁ ୪ ଲକ୍ଷ ମାଆ ଉପକାର ପାଇଛନ୍ତି। ସେହିପରି ଚାଷୀଙ୍କୁ ମଧ୍ୟ କାଳିଆ ଯୋଜନାରେ ଆର୍ଥିକ ସୁବିଧା ଦିଆଯାଉଛି। ଫସଲ ବୀମାର ପ୍ରିମିଅମ ରାଜ୍ୟ ସରକାର ଦେଉଛନ୍ତି। ସେମାନଙ୍କୁ ମଧ୍ୟ ବିନା ସୁଧରେ ଋଣ ଦିଆଯାଇ ସଶକ୍ତିକରଣ କରାଯାଉଛି। ଏହି ଅବସରରେ ସେ ଜନସାଧାରଣଙ୍କୁ ଭେଟିଥିଲେ। ସରକାରଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ବିଶ୍ବାସକୁ ମଜବୁତ କରିଛି ବୋଲି ସେ କହିଥିଲେ। ଲୋକଙ୍କ ଠାରୁ ଯାହା ପ୍ରସ୍ତାବ ପାଇଥିଲୁ, ସେଥିରୁ ୭୦-୮୦ ଭାଗ କାମ ଦୁଇ-ତିନି ମାସ ମଧ୍ୟରେ ପୂରଣ ହୋଇଛି। ଏହା ହେଉଛି ନବୀନଙ୍କ ଗ୍ୟାରେଣ୍ଟି ବୋଲି କହିଥିଲେ ବିଜେଡ଼ି ନେତା ଭିକେ ପାଣ୍ଡିଆନ।

ଏହି ସଭାରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ ଏବଂ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନିଙ୍କ ସହିତ ବିଜୁ ଜନତା ଦଳର ଅନେକ ନେତା ଅଭିଭାଷଣ ରଖିଥିଲେ।

Read More
{}{}