Hindi News >>Home >>Odisha Trending

BJP Leader Pradeep Panigrahi: 'ନିର୍ବାଚନ ଜିତିବା ପାଇଁ କ୍ଷମତାର ଅପବ୍ୟବହାର କରୁଛି ବିଜେଡ଼ି'

Pradeep Panigrahi targets BJD: ୨୦୨୪ ନିର୍ବାଚନରେ ଜିତିବା ପାଇଁ ବିଜେଡି ପୋଲିସ ଏବଂ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ୍ ହାତେଇବାର ଅପଚେଷ୍ଟା କରୁଛି।   

Advertisement
 BJP Leader Pradeep Panigrahi: 'ନିର୍ବାଚନ ଜିତିବା ପାଇଁ କ୍ଷମତାର ଅପବ୍ୟବହାର କରୁଛି ବିଜେଡ଼ି'
Stop
Zee Odisha Desk|Updated: Mar 29, 2024, 08:24 PM IST

Pradeep Panigrahi Allegation Against BJD: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି। ବିଡିଓ, ପୋଲିସ ଅଫିସର ତଥା ବଡ଼ ବଡ଼ ପୋଲିସ ଅଧିକାରୀଙ୍କୁ ବିଜେଡ଼ି ନିଜର ଦଳୀୟ କାର୍ଯ୍ୟରେ ଲଗାଉଛି। ନିର୍ବାଚନ ଆସିଲେ ପ୍ରଶାସନ ଅଧିକାରୀ ବିଜେଡି କର୍ମୀ ଭଳି କାର୍ଯ୍ୟ କରନ୍ତି। ନିର୍ବାଚନ ସରିଲେ ସେମାନଙ୍କୁ ଅନ୍ୟ ଜାଗାକୁ ବଦଳି କରାଯାଏ। ଏହି ଘଟଣା କିଛି ନୂଆ ନୁହଁ। ବରଂ ଦୀର୍ଘ ବର୍ଷ ଧରି ଶାସନରେ ଥିବା ଶାସକ ବିଜେଡି ଏଭଳି ହୀନକାର୍ଯ୍ୟ କରୁଛି। ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ ଏବଂ ନିରପେକ୍ଷ କରିବା ନିତ୍ୟାନ୍ତ ଆବଶ୍ୟକ। 

ହେଲେ ବିଜେଡ଼ି ତାହା ନକରି ପୋଲିସ ଏବଂ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ ହାତେଇବାର ଅପଚେଷ୍ଟା କରୁଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ନିର୍ବାଚନ ପାଇଁ ମଧ୍ୟ ଏଭଳି ହୀନ କୌଶଳ ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରେ ବିଜେପି ନେତା କର୍ମୀଙ୍କୁ ପୂର୍ବତନ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଧମକ ଦେବା ସହ ଭୟଭୀତ କରୁଛନ୍ତି। ଏହଭଳି ହୀନ କାର୍ଯ୍ୟକୁ ଘୋର ନିନ୍ଦା କରୁଛି। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ପଡିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବ୍ରହ୍ମପୁର ଲୋକସଭା ଆସନର ବିଜେପି ଲୋକସଭା ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

ବିଜୁ ଜନତା ଦଳର ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ପୁରୁଖା ଅଧିକାରୀଙ୍କୁ ବାରମ୍ବାର ପୋଷ୍ଟିଂ କରନ୍ତି। ନିର୍ବାଚନ ପରେ ସେମାନଙ୍କୁ “ପ୍ରାଇଜ ପୋଷ୍ଟିଂ” ଦେଇ ବଦଳି କରାଯାଏ। ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ଭୁଲିଯାଇ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ। ସାଧାରଣ ନିର୍ବାଚନ କିଭଳି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ଆୟୋଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ନେତା ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। 

 

Read More
{}{}