Hindi News >>Home >>Odisha Trending

FREE Rudraksha: ମାଗଣାରେ ଅସଲି ରୁଦ୍ରାକ୍ଷ ବାଣ୍ଟୁଛନ୍ତି ଏହି ବ୍ୟକ୍ତି, କଲ୍ କଲେ ମିଳିବ ଆପଣଙ୍କୁ

ଅନେକ ବ୍ୟକ୍ତି ରୁଦ୍ରାକ୍ଷ ରଖିବାକୁ ପସନ୍ଦ କରନ୍ତି । କିଛି ବ୍ୟକ୍ତି ରୁଦ୍ରାକ୍ଷକୁ ପୂଜା ପାଇଁ ବ୍ୟବହାର କରୁଥିବା ସମୟରେ ଆଉ କିଛି ବ୍ୟକ୍ତି ଏହାକୁ ଧାରଣ କରିଥାନ୍ତି । ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ୱ ରହିଛି । ବେଦ ଏବଂ ଶାସ୍ତ୍ର ଅନୁଯାୟୀ ରୁଦ୍ରାକ୍ଷ ହେଉ ଭଗବାନ ଶିବଶଙ୍କରଙ୍କ ଗହଣା । ତେଣୁ ରୁଦ୍ରାକ୍ଷକୁ ପୂଜା କରିବା ସହ ଭଗବ

Advertisement
FREE Rudraksha: ମାଗଣାରେ ଅସଲି ରୁଦ୍ରାକ୍ଷ ବାଣ୍ଟୁଛନ୍ତି ଏହି ବ୍ୟକ୍ତି, କଲ୍ କଲେ ମିଳିବ ଆପଣଙ୍କୁ
Stop
Soubhagya Ranjan Mishra|Updated: Oct 22, 2023, 06:05 PM IST

FREE Rudraksha: ଅନେକ ବ୍ୟକ୍ତି ରୁଦ୍ରାକ୍ଷ ରଖିବାକୁ ପସନ୍ଦ କରନ୍ତି । କିଛି ବ୍ୟକ୍ତି ରୁଦ୍ରାକ୍ଷକୁ ପୂଜା ପାଇଁ ବ୍ୟବହାର କରୁଥିବା ସମୟରେ ଆଉ କିଛି ବ୍ୟକ୍ତି ଏହାକୁ ଧାରଣ କରିଥାନ୍ତି । ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ୱ ରହିଛି । ବେଦ ଏବଂ ଶାସ୍ତ୍ର ଅନୁଯାୟୀ ରୁଦ୍ରାକ୍ଷ ହେଉ ଭଗବାନ ଶିବଶଙ୍କରଙ୍କ ଗହଣା । ତେଣୁ ରୁଦ୍ରାକ୍ଷକୁ ପୂଜା କରିବା ସହ ଭଗବାନ ଶିବଙ୍କୁ ଅର୍ପଣ କଲେ ବିଶେଷ ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଯଦି ଆମେ ସନାତନ ଧର୍ମ ବିଷୟରେ କହିବା ତେବେ ରୁଦ୍ରାକ୍ଷ ସମ୍ପର୍କରେ ଅନେକ ତଥ୍ୟ ରହିଛି । ବିଶେଷ କରି ପଞ୍ଚମୁଖି ରୁଦ୍ରାକ୍ଷଟିଏ ପାଇବା ପାଇଁ ସମସ୍ତଙ୍କ ମନରେ ଇଚ୍ଛା ଥାଏ । ଅନେକ ବ୍ୟକ୍ତି ଧାର୍ମିକ କ୍ଷେତ୍ର ପରିଦର୍ଶନ ସମୟରେ ରୁଦ୍ରାକ୍ଷ କିଣିଥାନ୍ତି । ଅନେକ ବ୍ୟକ୍ତି ନକଲି ରୁଦ୍ରାକ୍ଷକୁ ଅସଲି କହି ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ସେଥିପାଇଁ ଅସଲି ରୁଦ୍ରାକ୍ଷଟିଏ ପାଇବାକୁ ଅନେକ ବ୍ୟକ୍ତି ପରାମର୍ଶ ନେଇଥାନ୍ତି । ଅସଲି ରୁଦ୍ରାକ୍ଷ ସହଜରେ ମିଳିନଥାଏ । ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ସୂଚନା ଦେବାକୁ ଯାଉଛୁ, ଯାହା ଜାଣିବା ପରେ ପରେ ଆପଣ କେବଳ ରୁଦ୍ରାକ୍ଷ ପାଇବେ ତାହା ନୁହେଁ ବରଂ ରୁଦ୍ରାକ୍ଷର ଚାରା ମଧ୍ୟ ପାଇପାରିବେ ବିନା ମୁଲ୍ୟରେ ।

୧୯୮୭ ମସିହାରୁ ରୁଦ୍ରାକ୍ଷ ଚାଷ କରୁଛନ୍ତି ବ୍ୟକ୍ତି

ଚମ୍ପରନ୍ ଜିଲ୍ଲାର ନରକାଟିଆଗଞ୍ଜର ବାଦନିହାର ଗାଁରେ ରୁହନ୍ତି ବିଜୟ କୁମାର ପାଣ୍ଡେ ନାମକ ବ୍ୟକ୍ତି । ବିଜୟ ଜିଲ୍ଲାର ପ୍ରଥମ ରୁଦ୍ରାକ୍ଷ ଚାଷୀ ଭାବରେ ୧୯୮୭ ମସିହାରେ ରୁଦ୍ରାକ୍ଷ ଚାଷ ଆରମ୍ଭ କରିଥିଲେ । ସେତେବେଳେ ବିଜୟ ଉତ୍ତରାଖଣ୍ଡର ପନ୍ତନଗର ଅଞ୍ଚଳରୁ ପଞ୍ଚମୁଖି ରୁଦ୍ରାକ୍ଷ ଚାରା ଆଣିଥିଲେ । ଏହାକୁ ଯତ୍ନର ସହ ଚାଷ କରି ସେ ବର୍ତ୍ତମାନ ରୁଦ୍ରାକ୍ଷ ଅମଳ କରୁଛନ୍ତି ।

ବିଜୟ ଯେତେବେଳେ ପ୍ରଥମେ ରୁଦ୍ରାକ୍ଷ ଚାଷ ଆରମ୍ଭ କରିଥିଲେ ତାହା ସ୍ଥାନୀୟ ଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା । କାରଣ ସେହି ଅଞ୍ଚଳରେ ରୁଦ୍ରାକ୍ଷ ଚାଷ ହୋଇ ପାରିବ କି ନାହିଁ ସେନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପ୍ରଥମେ ରୁଦ୍ରାକ୍ଷ ଗଛରେ ଫଳ ଆସିବା ପରେ ଲୋକମାନେ ଖୁବ ଖୁସି ହୋଇଥିଲେ ଏଥିସହ ବିଜୟଙ୍କୁ ରୁଦ୍ରାକ୍ଷ ମାଗିଥିଲେ । ବିଜୟ ମାଗଣାରେ ସ୍ଥାନୀୟ ଲୋକଙ୍କୁ ରୁଦ୍ରାକ୍ଷ ବଣ୍ଟନ କରିଥିଲେ । ବିଜୟଙ୍କ କହିବାନୁସାରେ, କେବଳ ସ୍ଥାନୀୟ ଅଞ୍ଚଳର ଲୋକେ ରୁଦ୍ରାକ୍ଷ ପାଇଁ ଆସନ୍ତି ତାହା ନୁହେଁ ବରଂ ଦୂର ଦୁରାନ୍ତରୁ ମଧ୍ୟ ଅନେକ ଲୋକ ଅସଲି ରୁଦ୍ରାକ୍ଷ ପାଇବା ଆସାରେ ବିଜୟଙ୍କ ନିକଟକୁ ଆସିଥାନ୍ତି । ବିଜୟ ମଧ୍ୟ କାହାକୁ ନିରାଶ ନକରି ରୁଦ୍ରାକ୍ଷ ପ୍ରଦାନ କରିଥାନ୍ତି । ବିଜୟଙ୍କ କ୍ଷେତରେ ପଞ୍ଚମୁଖି ରୁଦ୍ରାକ୍ଷ ସହିତ ଏକମୁଖି ରୁଦ୍ରାକ୍ଷ ମଧ୍ୟ ରହିଛି । ଋତୁ ଅନୁଯାୟୀ ରୁଦ୍ରାକ୍ଷ ଗଛରେ ଫଳ ଆସିଥାଏ ।

ବିଜୟ ଏହା କହିଛନ୍ତି ଯେ, ରୁଦ୍ରାକ୍ଷ ଗଛରେ ଫୁଲ ଫୁଟିବା ସମୟ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥାଏ । ଫୁଲ ଫୁଟିବାର ୧୫ରୁ ୨୦ ଦିନ ମଧ୍ୟରେ ଫଳ ଧରିବା ଆରମ୍ଭ ହୋଇଯାଏ । ରୁଦ୍ରାକ୍ଷ ଫୁଲର ଆକୃତି ଶଙ୍ଖ ପରି ଦେଖାଯିବା ସହିତ ଏହାର ସୁଗନ୍ଧ ପରିବେଶକୁ ମହକାଇଥାଏ । ଫୁଲ ଝଡ଼ିଯିବା ପରେ ଫଳ ଧିରେ ଧିରେ ପାକଳ ହୋଇଥାଏ । ପାକଳ ହେବା ପରେ ଫଳର ଚୋପା ଛଡାଯାଇ ରୁଦ୍ରାକ୍ଷ ବାହାର କରାଯାଏ । ଏହି ସମସ୍ତ ପ୍ରକ୍ରିୟା ମାର୍ଚ୍ଚରୁ ଆରମ୍ଭ ହୋଇ ଜୁଲାଇ ମାସରେ ଶେଷ ହୋଇଥାଏ । ବିଜୟଙ୍କ କହିବା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ତାଙ୍କଠାରୁ ରୁଦ୍ରାକ୍ଷ ପାଇବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ମୋବାଇଲ ନମ୍ୱର 9931812116 ରେ ଯୋଗାଯୋଗ କରିପାରିବେ । ବିଜୟ ବିନା କୌଣସି ଦେୟରେ ଆପଣଙ୍କୁ ରୁଦ୍ରାକ୍ଷ ପ୍ରଦାନ କରିବେ ।

Also Read- Smart LED TV: ମାତ୍ର ୧୨ ହଜାର ଟଙ୍କାରେ ଘରକୁ ବନାନ୍ତୁ ସିନେମା ହଲ୍, ଶସ୍ତାରେ କିଣନ୍ତୁ ସ୍ମାର୍ଟ ଏଲଇଡି ଟିଭି

Also Read- Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି

Read More
{}{}