Hindi News >>Home >>Odisha Trending

Bihar Caste Census: ଜାତି ନୁହେଁ କୁହାଯିବ କୋଡ, ଜନଗଣନାରେ କାର୍ଯ୍ୟକାରୀ ହେବ ନୂତନ ବ୍ୟବସ୍ଥା

Bihar Cencus Code: ଜାତିଗତ ଜନଗଣନା କରାଯିବା ସମୟରେ ଜାତି ବଦଳରେ କୋଡ କୁହାଯିବ। ରାଜ୍ୟରେ ଜାତି ଭିତ୍ତିକ ଜନଗଣନା ସହଜରେ କରିବା ପାଇଁ ବିହାର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ଏହି ବ୍ୟବସ୍ଥା।

Advertisement
Bihar Caste Census: ଜାତି ନୁହେଁ କୁହାଯିବ କୋଡ, ଜନଗଣନାରେ କାର୍ଯ୍ୟକାରୀ ହେବ ନୂତନ ବ୍ୟବସ୍ଥା
Stop
Zee Odisha Desk|Updated: Apr 05, 2023, 09:23 PM IST

Bihar Caste Code: ଯଦି ଆପଣଙ୍କୁ ଜନଗଣନା ସମୟରେ ଆପଣଙ୍କ ଜାତି ପଚରାଯାଏ, ତାହେଲେ ଆପଣ ଆପଣଙ୍କର ଜାତି କଥା କହିବେ। ହେଲେ ଯେତେବେଳେ ଆପଣଙ୍କୁ ଆପଣଙ୍କ ଜାତି ନୁହେଁ, କୋଡ କହିବା ପାଇଁ କୁହାଯିବ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ହେଲେ ଏହି ବ୍ୟବସ୍ଥା ବିହାର ଭଳି ଏକ ଜନବହୁଳ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ରାଜ୍ୟର ବସବାସ କରୁଥିବା ପ୍ରତ୍ୟେକ ଜାତି ପାଇଁ ବିହାର ସରକାର ଏକ ସ୍ୱତନ୍ତ୍ର କୋଡ ସ୍ଥିର କରିଛନ୍ତି। ଜାତିଗତ ଜନଗଣନା ପାଇଁ ଏହି କୋଡ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଯାହାକୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନାରେ ଲାଗୁ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରତ୍ୟେକ ଜାତି ଲାଗି ଜାରି ହୋଇଥିବା କୋଡ ଭବିଷ୍ୟତରେ ସରକାରୀ ଦସ୍ତାବିଜରେ ପରିଚୟ ପ୍ରମାଣ ରୂପେ ବ୍ୟବହାର ହେବ। ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ ଠାରୁ ଆରମ୍ଭ କରି ସରକାରୀ ଚାକିରି କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଆବେଦନ କରିବାବେଳେ ପ୍ରାର୍ଥୀ ଫର୍ମ ପୂରଣ କରିବା ବେଳେ ନିଜର ଜାତି କହିବା ବଦଳରେ କୋଡ କହିବେ। 

୧୫ ଅପ୍ରେଲରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଜାତିଗତ ଜନଗଣନା 
ବିହାରରେ କାର୍ଯ୍ୟକାରୀ ହେଉଥିବା ଜାତିଗତ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ୧୫ ଅପ୍ରେଲରୁ ଆରମ୍ଭ ହେବ। ଫର୍ମ ବ୍ୟତୀତ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଜନଗଣନା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଜାତିଗତ ଜଣଗଣନା ପାଇଁ ରାଜ୍ୟରେ ବସବାସ କରୁଥିବା ପ୍ରତ୍ୟେକ ଜାତି ଲାଗି ଏକ ପୃଥକ କୋଡ୍ ସ୍ଥିର କରାଯାଇଛି। ଏହି କୋଡ ଆଧାରରେ ଜାତି ଚିହ୍ନଟ ହେବ। ଅର୍ଥାତ୍ ଏହା ଜଣା ପଡ଼ିବ ଯେ କେଉଁ ବ୍ୟକ୍ତି କେଉଁ ଜାତିରୁ ଆସିଛନ୍ତି। ଜନଗଣନାକୁ ସହଜରେ କରିବା ପାଇଁ ୧୭ ସ୍ତମ୍ଭ ସହିତ ୨୧୫ ଜାତି ନାମର ଏକ ତାଲିକା ପ୍ରସ୍ତୁତ କରାଯାଇଛି।

ଜାରି ହେଲା ବିଭିନ୍ନ ଜାତିର କୋଡ୍ ନମ୍ବର
ବିହାର ସରକାର ରାଜ୍ୟରେ ହେଉଥିବା ଜାତିଗତ ଗଣନା ଲାଗି ମୋଟ ୨୧୬ ଜାତି ପାଇଁ କୋଡ୍ ସିଷ୍ଟମ ଆରମ୍ଭ କରିଛନ୍ତି। ସମସ୍ତ ଜାତି ଲାଗି ଏକ ସ୍ୱତନ୍ତ୍ର କୋଡ୍ ପ୍ରଦାନ କରାଯାଇଛି। ଅଗରିଆ ଜାତି ପ୍ରଥମ ସ୍ଥାନରେ ରହିଛି। ଯାହାର କୋଡ ନମ୍ବର ହେଉଛି ୦୧। ସେହିପରି ବଣିଆ ଜାତି ପାଇଁ କୋଡ୍ ନମ୍ବର ହେଉଛି ୧୨୪। ବ୍ରାହ୍ମଣ ଜାତି ପାଇଁ କୋଡ ନମ୍ବର ହେଉଛି ୧୨୮ ଏବଂ ଭୂମିହାର ଜାତି କୋଡ ନମ୍ବର ହେଉଛି ୧୪୪। ଏପରି ଭାବରେ ସମସ୍ତ ଜାତି ପାଇଁ ଏକ ସ୍ୱତନ୍ତ୍ର କୋଡ ନମ୍ବର ଜାରି କରାଯାଇଛି। 

ଜଣେ ବ୍ୟକ୍ତି, ଗୋଟିଏ ସ୍ଥାନ ଗଣନା
ଜାତିଗତ ଜନଗଣନା ବେଳେ କୌଣସି ପ୍ରକାର ନକଲକୁ ଏଡାଇବା ପାଇଁ ମୋବାଇଲ୍ ଆପ୍ କିମ୍ବା ପୋର୍ଟାଲ ମାଧ୍ୟମରେ ଜନଗଣନା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ବ୍ୟକ୍ତି ଗୋଟିଏ ସ୍ଥାନରେ ଜାତିଗତ ଜନଗଣନାରେ ଅଂଶଗ୍ରହଣ କରିଛନ୍ତି, ତାହେଲେ ତାଙ୍କୁ ଅନ୍ୟ ସ୍ଥାନରେ ଗଣନା କରାଯିବ ନାହିଁ। ଯଦି ଦୁଇଟି ସ୍ଥାନରେ ଗଣନା କରାଯାଏ, ତାହେଲେ ଆପ୍ କିମ୍ବା ପୋର୍ଟାଲ ପାଖକୁ ତୁରନ୍ତ ଆଲର୍ଟ ଆସିଯିବ।

ଜାତିଗତ କୋଡ୍ ସିଷ୍ଟମ ଦ୍ୱାରା ମିଳିବ କେଉଁ ଲାଭ? 
ପ୍ରତ୍ୟେକ ଜାତି ଠାରୁ ବିଭିନ୍ନ ସମ୍ପ୍ରଦାୟ ପର୍ଯ୍ୟନ୍ତ ସାଧାରଣ ବର୍ଗ, ଦଳିତ, ଆଦିବାସୀ ଏବଂ ପଛୁଆ ଶ୍ରେଣୀ ପାଇଁ ସ୍ୱତନ୍ କୋଡ ସ୍ଥିର କରାଯାଇଛି। ଏହା ସହିତ ବିହାର ସରକାରଙ୍କ ପାଇଁ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତ୍ୟେକ ବିଭାଗର ସଠିକ୍ ତଥ୍ୟ ଉପଲବ୍ଧ ହେବ। ଏହା ସରକାରୀ ଯୋଜନା ପ୍ରସ୍ତୁତ କରିବାରେ ବ୍ୟବହୃତ ହେବ। ଏହା ସହିତ ସାଧାରଣ ଜନତା ମଧ୍ୟ କୌଣସି ପ୍ରକାର ଆବେଦନ କରିବା ସମୟରେ ଜାତି ପରିବର୍ତ୍ତେ କୋଡ୍ ପୂରଣ କରିବାର ସୁବିଧା ପାଇବେ। 

 

Read More
{}{}