Hindi News >>Home >>Odisha Trending

Bihar: ଜବତ ହୋଇଥିବା ବୋମାକୁ ନେଇ ଅଦାଲତରେ ପହଞ୍ଚିଲା ପୋଲିସ, ହାଜର ହେବା ପୂର୍ବରୁ ହୋଇଗଲା ବିସ୍ଫୋରଣ

Court Room Blast: କଦମକୁଆଁ ଥାନା ଇନ୍ସପେକ୍ଟର ଏହି ବୋମାକୁ ଏକ ମାମଲାର ପ୍ରମାଣ ରୂପେ କୋର୍ଟ ଆଣିଥିଲେ।

Advertisement
Bihar: ଜବତ ହୋଇଥିବା ବୋମାକୁ ନେଇ ଅଦାଲତରେ ପହଞ୍ଚିଲା ପୋଲିସ, ହାଜର ହେବା ପୂର୍ବରୁ ହୋଇଗଲା ବିସ୍ଫୋରଣ
Stop
Subhramjit Ray|Updated: Jul 01, 2022, 08:47 PM IST

Court Room Blast: ଶୁକ୍ରବାର ବିହାର ରାଜଧାନୀ ପାଟନାରେ ଏପରି ଏକ ବୋମା ବିସ୍ଫୋରଣ ହୋଇଛି ଯାହା କେହି କେବେ କଳ୍ପନା କରି ନଥିଲେ। ପୋଲିସ ଉପସ୍ଥିତିରେ ଅଦାଲତ ପରିସରରେ ହୋଇଛି ଏହି ବିସ୍ଫୋରଣ। ପାଟନା ଦେୱାନୀ ଅଦାାଲତରେ ଏହି ବିସ୍ଫୋରଣ ଘଟିଛି। କୌତୁହଳର ବିଷୟ ହେଉଛି ବିସ୍ଫୋରଣ ହୋଇଥିବା ବୋମାକୁ ପୋଲିସ ଆଣିଥିଲା। କୋର୍ଟ ପରିସରରେ ହୋଇଥିବା ଏହି ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠିଛି।

ରାଜଧାନ ପାଟନାରେ ଅବସ୍ଥିତ ବିଭିନ୍ନ ହୋଟେଲରେ ଚଢାଇ ବେଳେ ବୋମା ଜବତ କରିଥିଲା ବିହାର ପୋଲିସ। ଯାହାକୁ କଦମକୁଆଁ ଥାନା ପୋଲିସ ଷ୍ଟେସନ କୋର୍ଟ ଆଣିଥିଲା। ବିସ୍ଫୋରକ ସାମଗ୍ରୀକୁ କୋର୍ଟ ପରିସରରେ ରଖାଯାଇଥିଲା। ହେଲେ କିଛି ସମୟ ପରେ କୋର୍ଟ ପରିସରରେ ରଖାଯାଇଥିବା ବିସ୍ଫୋରକ ବିସ୍ଫୋରଣ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ୪ ଜଣ ପୋଲିସ କର୍ମଚାରୀ ମଧ୍ୟ ବିସ୍ଫୋରଣର ଶିକାର ହୋଇଥିଲେ। 

ଅଧିକ ଗରମ କାରଣରୁ ଏହି ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ବୋମା କମ୍ ତୀବ୍ରତା ବିଶିଷ୍ଟ ରହିଥିବାରୁ ଏହା ଆଶ୍ୱସ୍ତିର ବିଷୟ ଥିଲା। ଗୁରୁତର ଆହତ ପୋଲିସ ଇନ୍ସପେକ୍ଟର ଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ପାଟନା ମେଡିକାଲ କଲେଜ ଠାରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତ ପୋଲିସ କର୍ମଚାରୀ ମଧ୍ୟ ସେଠାରେ ଚିକିତ୍ସିତ ହେଉଛନ୍ତି।

କଦମକୁଆଁ ଥାନା  ଇନ୍ସପେକ୍ଟର ଉମାକାନ୍ତ ରାୟ ଏହି ବୋମାକୁ ପ୍ରମାଣ ରୂପେ କୋର୍ଟ ଆଣିଥିଲେ। ଯାହା ଦ୍ୱାର ଏହାର ଯାଞ୍ଚ କରାଯାଇ ପାରିବେ। ହେଲେ ଅଦାଲତରେ ଏହାକୁ ପ୍ରମାଣ ରୂପେ ହାଜର କରିବା ପୂର୍ବରୁ ଜବତ ହୋଇଥିବା ବୋମା ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ବୋମାକୁ ସଠିକ ଭାବେ ନିଷ୍କ୍ରିୟ କରାଯାଇଛି ନା ନାହିଁ ତାହାର ଅନୁସନ୍ଧାନ କରାଯାଉଛି। ବର୍ତ୍ତମାନ ପୀରବହୋର ଥାନା ଏହି ମାମଲାର ତଦନ୍ତ କରୁଛି।

Also Read: Shocking News: ପୋଲିସ ନୁହେଁ ଥାନା ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବିଲେଇ

 

 

Read More
{}{}