Hindi News >>Home >>Odisha Trending

UP Budget 2024: ବଜେଟ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଲେ ଯୋଗୀ ସରକାର

Budget 2024 UP: ଚଳିତ ଆର୍ଥିକ ବର୍ଷରେ ଇତିହାସର ସବୁଠାରୁ ବଡ଼ ବଜେଟ ଉପସ୍ଥାପନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର।   

Advertisement
UP Budget 2024: ବଜେଟ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଲେ ଯୋଗୀ ସରକାର
Stop
Zee Odisha Desk|Updated: Feb 05, 2024, 08:42 PM IST

Uttar Pradesh Budget 2024: ୨୦୨୪ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୫ ତାରିଖ ସୋମବାର ବଜେଟ ଉପସ୍ଥାପନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର। ଚଳିତ ଆର୍ଥିକ ବର୍ଷ ପାଇଁ ଯୋଗୀ ସରକାର ୭.୩୬ ଲକ୍ଷ କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରିଛନ୍ତି। ଯଦି ଚଳିତ ବର୍ଷର ବଜେଟ ଆକାର ବିଷୟରେ କୁହାଯାଏ, ତାହେଲେ ଏଥର ରାଜ୍ୟରେ ସବୁଠାରୁ ବଡ ବଜେଟ୍ ଉପସ୍ଥାପିତ ହୋଇଛି। ପୂର୍ବରୁ ରାଜ୍ୟରେ ଏତେ ବଡ଼ ଆକାରର ବଜେଟ୍ କେବେ ଉପସ୍ଥାପିତ ହୋଇନାହିଁ। ଯେଉଁଠାରେ ବଜେଟ ଆକାର ଦୃଷ୍ଟିରୁ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଏହା ସହିତ ମହାରାଷ୍ଟ୍ର ୨୦୨୩-୨୪ ଆର୍ଥିକ ବର୍ଷରେ ୫ ଲକ୍ଷ ୪୭ ହଜାର ୪୫୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲା। ବଜେଟ୍ ଆକାର ତାଲିକାରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି।

ଫେବୃଆରୀ ୫ ତାରିଖ ସୋମବାର ଉତ୍ତର ପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ୨୦୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ। ୨୦୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଇତିହାସର ସବୁଠାରୁ ବଡ ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷରେ ଉପସ୍ଥାପିତ ହୋଇଛି। ଏବେ ଆପଣଙ୍କୁ ଜଣାଉଛୁ ଯେ କେଉଁ ବର୍ଷରେ କେତେ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଉତ୍ତର ପ୍ରଦେଶ ସରକାର।

ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କାର ବଜେଟ୍ ହୋଇଛି ଉପସ୍ଥାପିତ 

  • ଆର୍ଥିକ ବର୍ଷ ୨୦୧୭-୧୮: ୩,୮୪,୬୫୬.୭୧ କୋଟି ଟଙ୍କା
  • ଆର୍ଥିକ ବର୍ଷ ୨୦୧୮-୧୯: ୪,୨୮,୩୮୪.୫୨ କୋଟି ଟଙ୍କା
  • ଆର୍ଥିକ ବର୍ଷ ୨୦୧୯-୨୦: ୪,୭୯, ୭୦୧.୧୦ କୋଟି ଟଙ୍କା
  • ଆର୍ଥିକ ବର୍ଷ ୨୦୨୦-୨୧: ୫, ୧୨, ୮୬୦.୭୨ କୋଟି ଟଙ୍କା
  • ଆର୍ଥିକ ବର୍ଷ ୨୦୨୧-୨୨: ୫,୫୦, ୨୭୮.୭୮ କୋଟି ଟଙ୍କା
  • ଆର୍ଥିକ ବର୍ଷ ୨୦୨୨-୨୩: ୬,୧୫,୫୧୮.୯୭ କୋଟି ଟଙ୍କା
  • ଆର୍ଥିକ ବର୍ଷ ୨୦୨୩-୨୪: ୬,୯୦,୨୪୨.୪୩ କୋଟି ଟଙ୍କା
  • ଆର୍ଥିକ ବର୍ଷ ୨୦୨୪-୨୫: ୭,୩୬.୪୩୪.୭୧ କୋଟି ଟଙ୍କା

ଯୋଗୀ ସରକାର ଗଠିତ ହେବା ପରେ ବଦଳିଛି ସ୍ଥିତି
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର କ୍ଷମତାକୁ ଆସିବା ପରେ ଗତ ୨୦୨୭-୧୮ ଆର୍ଥିକ ବର୍ଷର ବଜେଟ ପରିମାଣରେ ୧୦.୮୭ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଯାହା ପରେ ବଜେଟ ଆକାର ୩,୮୪,୬୫୬.୭୧ କୋଟି ଟଙ୍କା ହୋଇଥିଲା। ଏହା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ଯୋଗୀ ସରକାର ବଜେଟ ପରିମାଣକୁ ୧୧.୩୬ ପ୍ରତିଶତ ବୃଦ୍ଧି କରିଥିଲେ।

୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ ପରିମାଣରେ ହୋଇଥିଲା ସର୍ବାଧିକ ବୃଦ୍ଧି 
୨୦୨୪-୨୫ ବର୍ଷର ବଜେଟ ଉପସ୍ଥାପନ କରି ଉତ୍ତର ପ୍ରଦେଶ ସରକାର ମୁଖ୍ୟତଃ ଭିତ୍ତିଭୂମି ବିକାଶ, ମହିଳା, ଯୁବକ ଏବଂ କୃଷକଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ / ସ୍ମାର୍ଟ ଫୋନ୍ ବଣ୍ଟନ ପାଇଁ ୪ ହଜାର କୋଟି ଟଙ୍କା ଆବଣ୍ଟିତ କରିଛନ୍ତି।

କୃଷି କ୍ଷେତ୍ର ପାଇଁ କାର୍ଯ୍ୟକାରୀ ହେବ 3 ନୂଆ ଯୋଜନା 
ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନାଙ୍କ ଦ୍ୱାରା ଉପସ୍ଥାପିତ ବଜେଟ, କୃଷି ସମ୍ବନ୍ଧୀୟ ତିନୋଟି ନୂତନ ଯୋଜନା ପାଇଁ ୪୬୦ କୋଟି ଟଙ୍କା ଆବଣ୍ଟିତ କରିଛି। କୃଷି କ୍ଷେତ୍ର ପାଇଁ ୫.୧ ପ୍ରତିଶତ ଅଭିବୃଦ୍ଧି ହାର ଧାର୍ଯ୍ୟ କରାଯାଇଛି।

Read More
{}{}