Hindi News >>Home >>Odisha Trending

ଛତିଶଗଡ଼ରେ ବିଜେପିର ବଡ଼ ଧରଣର ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ରଣନୀତି

ମହାରାଷ୍ଟ୍ର (Maharastra) ପରେ ବିହାରରେ (Bihar) ମଧ୍ୟ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଆଜି ବିଜେପି (BJP) ଠାରୁ ମେଣ୍ଟ ଭାଙ୍ଗି ଆରଜେଡ଼ି (RJD) ସହିତ ମେଣ୍ଟ କରି ସରକାର ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar)। ତେବେ ଏହାରି ମଧ୍ୟରେ ଛତିଶଗଡ଼ରେ (Chhatishgarh) ମଧ୍ୟ ବିଜେପି (BJP) ତାର ସଂଗଠନରେ ବଡ଼ଧରଣର ପରିବର୍ତ୍ତନ କର

Advertisement
ଛତିଶଗଡ଼ରେ ବିଜେପିର ବଡ଼ ଧରଣର ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ରଣନୀତି
Stop
Zee Odisha Desk|Updated: Aug 09, 2022, 04:02 PM IST

ରାୟପୁର: ମହାରାଷ୍ଟ୍ର (Maharastra) ପରେ ବିହାରରେ (Bihar) ମଧ୍ୟ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଆଜି ବିଜେପି (BJP) ଠାରୁ ମେଣ୍ଟ ଭାଙ୍ଗି ଆରଜେଡ଼ି (RJD) ସହିତ ମେଣ୍ଟ କରି ସରକାର ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar)। ତେବେ ଏହାରି ମଧ୍ୟରେ ଛତିଶଗଡ଼ରେ (Chhatishgarh) ମଧ୍ୟ ବିଜେପି (BJP) ତାର ସଂଗଠନରେ ବଡ଼ଧରଣର ପରିବର୍ତ୍ତନ କରିଛି। ବିଜେପି (BJP) ମଙ୍ଗଳବାର ଦିନ ବିଳାସପୁର (Bilashpur) ସାଂସଦ (MP) ଅରୁଣ ସାଓଙ୍କୁ (Arun Saw) ଛତିଶଗଡର ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରିଛି। 

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କଂଗ୍ରେସ ଶାସିତ ଛତିଶଗଡରେ ଏହି ସାଂଗଠନିକ ପରିବର୍ତ୍ତନ କରିଛି। ବିଷ୍ଣୁଦେବ ସାଇଙ୍କ ସ୍ଥାନ ନେବେ ୫୩ ବର୍ଷୀୟ ଅରୁଣ ସାଓ। ୨୦୧୯ ଲୋକସଭା ନିର୍ବାଚନରେ ​​ଜିତି ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ଛାତ୍ର ଜୀବନରୁ ସାଓ ତାଙ୍କର ରାଜନୀତି ଆରମ୍ଭ କରିଥିଲେ। ସେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ଛାତ୍ର ୱିଙ୍ଗ ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ସହିତ ଜଡିତ ଥିଲେ।

ଛତିଶଗଡ ବିଜେପିରେ ଚାଲିଥିବା ପରିବର୍ତ୍ତନ ମଧ୍ୟରେ ବିଜେପି ଶେଷରେ ରାଜ୍ୟ ସଭାପତିଙ୍କୁ ବଦଳାଇ ଦେଇଛି। ବିଷ୍ଣୁଦେବଙ୍କୁ ହଟାଇ ଅରୁଣ ସାଓଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ରାଜ୍ୟରେ ଯେତେବେଳେ ବିଶ୍ୱ ଆଦିବାସୀ ଦିବସ ପାଳନ କରୁଛି ସେହି ସମୟରେ ରାଜ୍ୟରେ ବିଜେପି ତାର ରାଜ୍ୟ ସଭାପତିକୁ ପରିବର୍ତ୍ତନ କରିଛି। ଏହା ପରେ ସଂଗଠନରେ ବଡ ପରିବର୍ତ୍ତନ ପାଇଁ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଛି। କିଛି ନୂତନ ପରିବର୍ତ୍ତନ ଶୀଘ୍ର ଦେଖାଯାଇପାରେ।

ଏପଟେ ମସ୍ତୁରୀ ବିଧାୟକ ତଥା ଭାଜପାର ପୂର୍ବତନ ମନ୍ତ୍ରୀ କୃଷ୍ଣାମୂର୍ତ୍ତି ବାନ୍ଧୀ ଅରୁଣ ସାଓଙ୍କ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଛତିଶଗଡ ବିଜେପିରେ ହୋଇଥିବା ପରିବର୍ତ୍ତନ ପାଇଁ ପୂର୍ବତନ ସିଏମ୍ ଡ. ରମଣ ସିଂ ସମଗ୍ର କର୍ମୀଙ୍କ ତରଫରୁ ଅରୁଣ ସାଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ଜୀବନରୁ ସେ ବିଦ୍ୟାର୍ଥୀ ପରିଷଦ ସହିତ ଜଡିତ ଅଛନ୍ତି। ବର୍ତ୍ତମାନ ଲୋକସଭା ସାଂସଦଙ୍କ ଦାୟିତ୍ୱ ତୁଲାଉଛନ୍ତି । ସାଓଙ୍କ ନେତୃତ୍ୱରେ ଦଳ ଉନ୍ନତ କାର୍ଯ୍ୟ କରିବ। ଡକ୍ଟର ରମଣ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଧିକ ପଢନ୍ତୁ: ୧୧ ଟଙ୍କା ପର୍ଯ୍ୟନ୍ତ କମିଲା ତୈଳଦର, କ୍ଷତି ସହୁଛି ଭାରତ

ଅଧିକ ପଢନ୍ତୁ: ଠକିଦେଲେ ଉଦ୍ଧବ: କଥା ଦେଇଥିଲେ, କିନ୍ତୁ ରଖିଲେନି

ଅଧିକ ପଢନ୍ତୁ: ସଫଳ ହେଉଛି କୁମ୍ଭୀର ଚାଷ

Read More
{}{}