Hindi News >>Home >>Odisha Trending

Bhitarakanika Reopens: ପର୍ଯ୍ୟଟକଙ୍କୁ ଖୁସିଖବର ଦେଲେ ରାଜ୍ୟ ସରକାର

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରଖାଯାଇଥିଲା। 

Advertisement
Bhitarakanika Reopens: ପର୍ଯ୍ୟଟକଙ୍କୁ ଖୁସିଖବର ଦେଲେ ରାଜ୍ୟ ସରକାର
Stop
Zee Odisha Desk|Updated: Aug 01, 2022, 01:42 PM IST

Bhitarakanika Reopen: ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା (Bhitarakanika) ଜାତୀୟ ଉଦ୍ୟାନ (national Park)। ଭିତରକନିକା (Bhitarakanika) ପ୍ରବେଶ ପଥରେ ପର୍ଯ୍ୟଟକଙ୍କୁ (Tourist) ସ୍ୱାଗତ କଲା ବନବିଭାଗ (Forest Department)। ଗୁପ୍ତି, ଖୋଳା, ଡାଙ୍ଗମାଳ ପ୍ରବେଶ ପଥ ଦେଇ ଭିତରକନିକା ବୁଲିଲେ ପର୍ଯ୍ୟଟକ। ସେପଟେ ଭିତରକନିକା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବୋଟ ଓ ସ୍ଥାନୀୟ ବ୍ୟବସାୟୀ ଖୁସ୍।

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରଖାଯାଇଥିଲା। ପ୍ରଜନନ ସମୟରେ କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି। ସେଥିପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଭିତରକନିକା ବନ୍ଦ ରଖାଯାଇଥାଏ। ଦୀର୍ଘ ତିନି ମାସ ପରେ ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକମାନେ ବେଶ ଖୁସି ଅନୁଭବ କରୁଛନ୍ତି। ପର୍ଯ୍ୟଟକମାନେ ପ୍ରକୃତି ର ମନୋରମ ଦୃଶ୍ୟ ସହ ହରିଣ ଓ ନଦୀ ପଠାରେ ପଡିଥିବା କୁମ୍ଭୀର ଦେଖିବାର ମଜା ନେଉଛନ୍ତି।ଏବଂ ଭିତରକନିକା ଦୀର୍ଘ ତିନି ମାସ ପରେ ଖୋଳୁଥିବାରୁ ଭିତରକନିକା ବୁଲିବା ପାଇଁ ଆସିଥିବା ପଯ୍ୟଟକ ମାନଙ୍କୁ ବନବିଭାଗ ତରଫରୁ ଡାଙ୍ଗମାଳ ଏବଂ ଗୁପ୍ତି ପ୍ରବେଶ ପଥରେ ପଯ୍ୟଟକ ମାନଙ୍କୁ ସ୍ୱାଗତ କରାଯାଇଛି।

 ଅପରପକ୍ଷରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ଭିତରକନିକା ସଜେଇ ହୋଇଛି । ନୂଆ କରି ସେଲ୍ଫି ପଏଣ୍ଟ , ବୋଟ ଲାଇବ୍ରେରୀ, ମ୍ୟାନଗ୍ରୁଭ ନର୍ସରୀ, କନିକା କାଫେ ବା ରେଷ୍ଟୁରାଣ୍ଟ ଆଦି ଆକର୍ଷଣ ରହିଛି। ଭିତରକନିକାକୁ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଜଳପଥ ଓ ଡାଙ୍ଗମାଳ ସ୍ଥଳପଥ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକ ପ୍ରବେଶ କରିପାରିବେ। ସମ୍ପୂର୍ଣ୍ଣ ଭାବେ ଭିତରକନିକାକୁ ପଲିଥିନ ବ୍ୟାନ କରାଯାଇଥିବା ବେଳେ ପ୍ରବେଶ କରିବା ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଭିତରକନିକାର ନଦୀ ନାଳମାନଙ୍କରେ ପର୍ଯ୍ୟଟକମାନେ ଭ୍ରମଣ କରିବା ପାଇଁ ସରକାରୀ ଓ ଘରୋଇ ବୋଟର ବ୍ୟବସ୍ଥା କରାଯାଇଛି। ତେବେ ଭିତରକନିକା ଜାତୀୟ ଉଦ୍ୟାନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ଓ ବୋଟ ମାଲିକ କର୍ମଚାରୀ ମାନେ ଖୁସି ଅଛନ୍ତି।

ଭିତରକନିକାକୁ ଆକର୍ଷଣୀୟ କରାଯାଇଥିବାରୁ ଚଳିତ ବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଭିତରକନିକା ଆସିବା ନେଇ ବନବିଭାଗ ଆକଳନ କରିଛି।

Read More
{}{}