Hindi News >>Home >>Odisha Trending

Bengaluru Cab Driver News: ଯାତ୍ରା ବାତିଲ କଲେ ଗ୍ରାହକ; କ୍ୟାବ ଡ୍ରାଇଭର କରି ବସିଲେ ଏଭଳି କାମ

Bengaluru Cab Driver Case: କ୍ୟାବ୍ ରାଇଡ ବାତିଲ କରିବା ପରେ କ୍ୟାବ୍ ଡ୍ରାଇଭର ଯେଉଁ କାମ କରି ବସିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement
Bengaluru Cab Driver News: ଯାତ୍ରା ବାତିଲ କଲେ ଗ୍ରାହକ; କ୍ୟାବ ଡ୍ରାଇଭର କରି ବସିଲେ ଏଭଳି କାମ
Stop
Zee Odisha Desk|Updated: Oct 13, 2023, 05:11 PM IST

Cab Driver Send Nude Photo Video to Customer in Bengaluru: ସଦ୍ୟ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଠାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଏକ କ୍ୟାବ ରାଇଡ଼ ବାତିଲ ହୋଇଯିବା ପରେ ଜଣେ ମହିଳାଙ୍କ ମୋବାଇଲ୍ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦ୍ୱାରା ଭରି ହୋଇଯାଇଛି। ଏହି ମାମଲାରେ ଅଭିଯୋଗ ପଞ୍ଜୀକୃତ ହେବା ପରେ ପୋଲିସ ଅଭିଯୁକ୍ତ କ୍ୟାବ ଡ୍ରାଇଭର କୁ ଖୋଜିବା ଆରମ୍ଭ କରିଦେଇଛି। ଇଂରାଜୀ ଗଣମାଧ୍ୟମ "ଟାଇମ୍ସ ଅଫ୍ ଇଣ୍ଡିଆ" ରିପୋର୍ଟ ଅନୁଯାୟୀ, ଯେତେବେଳେ ଜଣେ ୩୨ ବର୍ଷୀୟ ମହିଳା କ୍ୟାବ୍ ରାଇଡ଼ ବାତିଲ କରି ଦେଇଥିଲେ, ସେତେବେଳେ ତାଙ୍କ ପାଖକୁ ତାଙ୍କ ହ୍ୱାଟସ୍ଆପ୍ ନମ୍ବର ମାଧ୍ୟମରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଆସିବା ଆରମ୍ଭ କରିଥିଲା।

ଏହି ମହିଳାଙ୍କର ଏକ ୬ ବର୍ଷର ଝିଅ ଏବଂ ନଅ ମାସର ଶିଶୁ ଅଛି। ସେ କହିଛନ୍ତି ଯେ, ମୋ ଝିଅ ଚାଲିବାକୁ ପ୍ରସ୍ତୁତ ନ ଥିବାରୁ ମୁଁ ଏକ କ୍ୟାବ ବୁକ୍ କରିଥିଲି। ବୁକିଂ କରିବାର ୩ ମିନିଟ୍ ପରେ ମୋ ଝିଅ କାନ୍ଦିବାକୁ ଲାଗିଲା। ଅଟୋ ପାଇବା ପରେ ମୁଁ କ୍ୟାବ ରାଇଡ ବାତିଲ କରି ଦେଇଥିଲି। ଯେଉଁଥିପାଇଁ ମୋତେ ୬୦ ଟଙ୍କା ଦେବାକୁ ପଡ଼ିଥିଲା।

କ୍ୟାବ ରାଇଡ ବାତିଲ ହେବା ପରେ ମଧ୍ୟ କଲ୍ କରିବା ଜାରି ରଖିଥିଲା ଡ୍ରାଇଭର  
ଏହା ପରେ ହିଁ ତାଙ୍କର ଅସୁବିଧା ଆରମ୍ଭ ହୋଇଯାଇଥିଲା। ଦୀନେଶ ନାମକ କ୍ୟାବ ଡ୍ରାଇଭର ତାଙ୍କୁ ବାରମ୍ବାର ଫୋନ କରି କ୍ୟାବ ରାଇଡ଼ ନେବାକୁ କହିଥିଲା। କାରଣ ପିକଅପ୍ ପାଇଁ ୫ କିଲୋମିଟର ଚାଲି ଆସିଥିବାର  କହିଥିଲା। ଏପରି କ୍ୟାବ୍ ଡ୍ରାଇଭର ଜଣଙ୍କ ସେହି ସ୍ଥାନ ନିକଟରେ ପହଞ୍ଚିଥିବାର କହିଥିଲା। ଯେଉଁଠାରୁ ମହିଳା ଜଣଙ୍କ ତାଙ୍କ କ୍ୟାବ୍ ରାଇଡ଼ ବୁକ୍ କରିଥିଲେ।

ମହିଳା ଜଣକ କ୍ୟାବ୍ ଡ୍ରାଇଭର କୁ କ୍ଷମା ମାଗି କହିଥିଲେ ଯେ ପିଲାଟି କାନ୍ଦୁଛି। ସେଥିପାଇଁ ତାଙ୍କୁ ଅଟୋ ନେବାକୁ ପଡିବ। ଏହା ସତ୍ତ୍ୱେ ଡ୍ରାଇଭର କ୍ରମାଗତ ଫୋନ କରି ତାଙ୍କ ସହ କଥାବାର୍ତ୍ତା କରିବା ଜାରି ରଖିଥିଲା। ଏହା ପରେ ତାଙ୍କ ହ୍ୱାଟସ୍ଆପ୍ ନମ୍ବର ମାଧ୍ୟମରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଆସିବା ଆରମ୍ଭ କରିଥିଲା। କ୍ୟାବ୍ ଡ୍ରାଇଭର ଜଣଙ୍କ ମହିଳାଙ୍କୁ ଏତେ ହଇରାଣ କରୁଥିଲା ଯେ ସେ କାନ୍ଦୁଥିଲା। ଏହା ପରେ ପାଖ ପଡ଼ୋଶୀ ଫୋନ ନେଇ ଡ୍ରାଇଭର କୁ ଗାଳି ଦେଇଥିଲେ। ଏହା ପରେ ସେ ପଠାଇଥିବା ମେସେଜ ଡିଲିଟ କରିବା କଲ କରିବା ବନ୍ଦ କରିଦେଇଥିଲେ। ମହିଳା ଜଣକ ଅକ୍ଟୋବର ୯ ତାରିଖରେ ପୋଲିସ ନିକଟରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

କ୍ୟାବ୍ ଡ୍ରାଇଭର ପାଖରେ ପହଞ୍ଚେ ନାହିଁ ଗ୍ରାହକଙ୍କ ନମ୍ବର
ଆପଣଙ୍କୁ କହିରଖୁଛୁ ଯେ ଆପ୍ ମାଧ୍ୟମରେ ଏକ କ୍ୟାବ ବୁକିଂ କରିବା ସମୟରେ ଗ୍ରାହକଙ୍କ ନମ୍ବର ସିଧାସଳଖ ଡ୍ରାଇଭର ପାଖକୁ ଯାଏ ନାହିଁ। ଯେଉଁ କମ୍ପାନୀ ରାଇଡ ବୁକ କରାଯାଇଥାଏ ସେହି କମ୍ପାନୀ ଆପ୍ ମାଧ୍ୟମରେ କଲ୍ କରାଯାଇଥାଏ। ବେଙ୍ଗାଲୁରୁ ମାମଲାରେ କ୍ୟାବ୍ ଡ୍ରାଇଭର ଜଣଙ୍କ କିପରି କ୍ୟାବ ରାଇଡ ବାତିଲ କରାଯିବା ପରେ ମହିଳାଙ୍କ ମୋବାଇଲ ନମ୍ବର କିପରି ପାଇଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଏଗ୍ରିଗେଟର ପାଖରୁ ଡ୍ରାଇଭର ସମ୍ପର୍କରେ ବିବରଣୀ ମାଗିଛି ପୋଲିସ। ଏହି ମାମଲାରେ ଆଇପିସି ୩୫୪ଏ (ଯୌନ ଉତ୍ପୀଡ଼ନ) ଏବଂ ଆଇଟି ଆକ୍ଟ ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

 

Read More
{}{}