Hindi News >>Home >>Odisha Trending

ଟିନା ଡାବିଙ୍କ ନାଁରେ ଆସିଲା ଗୁରୁତର ଅଭିଯୋଗ

ଏନେଇ ଯେତେବେଳେ କଲେକ୍ଟର ଟିନା ଡାବି ଜାଣିବାକୁ ପାଇଲେ ସେ ସଙ୍ଗେ ସଙ୍ଗେ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ସୂଚନା ଦେଇଥିଲେ। 

Advertisement
ଟିନା ଡାବିଙ୍କ ନାଁରେ ଆସିଲା ଗୁରୁତର ଅଭିଯୋଗ
Stop
Zee Odisha Desk|Updated: Aug 09, 2022, 05:37 PM IST

ଜୟପୁର: ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଆଇଏଏସ ଅଫିସର (IAS Officer) ଟିନା ଡାବିଙ୍କ (Tina Dabi) ନାଁରେ ଆସିଛି ଗୁରୁତର ଅଭିଯୋଗ। ରାଜସ୍ଥାନ (Rajsthan) ସୀମାବର୍ତ୍ତୀ ଜିଲ୍ଲା ବାଡ଼ମେରରେ (Barmer) ମୁଖ୍ୟମନ୍ତ୍ରୀ (Chief Minister) ଅଶୋକ ଗେହଲୋଟଙ୍କ (Ashok Gehlot) ନାମରେ ଠକେଇ ଉଦ୍ୟମ ହୋଇଥିବା ପରେ ଏବେ ଟିନା ଡାବିଙ୍କ (Tina Dabi) ନାଁରେ ଠକେଇ ଅଭିଯୋଗ। ଅଭିଯୁକ୍ତ ଜଣକ ତାଙ୍କ ହ୍ୱାଟସ୍ ଆପ (Whatsaap DP) ଡିପିରେ ଜୈସଲମେର ଜିଲ୍ଲା କଲେକ୍ଟର (District Collector) ଟିନା ଡାବିଙ୍କ (Tina Dabi) ଫଟୋ ଲଗାଇ ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଚେଷ୍ଟା କରିଥିଲେ। ତେବେ ଅଭିଯୁକ୍ତମାନେ ଏହା କରିବାରେ ସଫଳ ହୋଇପାରିନଥିଲେ।

କୁହାଯାଉଛି ଯେ ଅଭିଯୁକ୍ତମାନେ ହ୍ୱାଟସ୍ ଆପ୍ ଡିପିରେ ଜିଲ୍ଲା କଲେକ୍ଟର ଟିନା ଡାବିଙ୍କ ଫଟୋ ଲଗାଇ ନିଜେ ଜୈସଲମେରରେ ୟୁଆଇଟି ସଚିବ ସୁନୀତା ଚୌଧୂରୀଙ୍କୁ ଠକିବାକୁ ଚେଷ୍ଟା କରିଥିଲେ। ୟୁଆଇଟି ସଚିବ ସୁନୀତା ଚୌଧୁରୀ କହିଛନ୍ତି ଯେ ତାଙ୍କ ହ୍ୱାଟସ୍ ଆପରେ ଇଂରାଜୀରେ ଲେଖାଯାଇଥିବା ଏକ ବାର୍ତ୍ତା ଆସିଛି ଯେଉଁଥିରେ କଲେକ୍ଟର ମ୍ୟାଡାମଙ୍କ ଫଟୋ ଡିପିରେ ଥିଲା। କିନ୍ତୁ ଏହି ସଂଖ୍ୟା ଅନ୍ୟ କାହାର ରହିଥିଲା। ଚୌଧୁରୀ କହିଛନ୍ତି ଯେ ପ୍ରଥମେ ସେ ଅନୁଭବ କରିଥିଲେ ଯେ କିଛି କାମ ରହିଥିଲେ ହିଁ ମ୍ୟାଡାମ ମେସେଜ କରିଥାନ୍ତି। ସେ କହିଛନ୍ତି ଯେ ଆମାଜାନ କାର୍ଡ ମାଧ୍ୟମରେ କିଛି ପେମେଣ୍ଟ ମାଗିଥିଲେ। ଏହି ମେସେଜ ପାଇବା ପରେ ସେ ଟିନା ମାଡ଼ାମଙ୍କୁ ଫୋନ କରିଥିଲେ। ଏହା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଥିଲା। 

ତେବେ ଏନେଇ ଯେତେବେଳେ କଲେକ୍ଟର ଟିନା ଡାବି ଜାଣିବାକୁ ପାଇଲେ ସେ ସଙ୍ଗେ ସଙ୍ଗେ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ସୂଚନା ଦେଇଥିଲେ। ମାମଲାକୁ ଗୁରୁତର ଭାବେ ଗ୍ରହଣ କରି ଜିଲ୍ଲା ପୁଲିସ ଅଧିକ୍ଷକ ତଦନ୍ତ ଆରମ୍ଭ କରିଦେଇଥିଲେ। ସାଇବର ଟିମ ସାହାଯ୍ୟରେ ତଦନ୍ତକୁ ଜୋରଦାର କରିଥିଲେ। ମାମଲାର ତଦନ୍ତ ବେଳେ ଜୈସଲମେର ପୋଲିସର ସାଇବର ସେଲ ଡୁଙ୍ଗରପୁରରୁ ଚାଲିଥିବା ହ୍ୱାଟସ୍ ଆପ୍ ନମ୍ବର ସମ୍ପର୍କରେ ସୂଚନା ପାଇଥିଲା। ଏହା ପରେ ଜୈସଲମେର ପୋଲିସ ତୁରନ୍ତ ଡଙ୍ଗରପୁର ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲା। ଜୈସଲମେର ପୋଲିସଠାରୁ ମିଳିଥିବା ସୂଚନା ଆଧାରରେ ଡଙ୍ଗରପୁର ପୋଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି। ଶେଷ ଖବର ଅନୁଯାୟୀ ଉକ୍ତ ଯୁବକକୁ ଗିରଫ କରାଯିବା ସହିତ ଜେରା କରାଯାଉଛି। 

ତେବେ ଏଠାରେ କହି ରଖୁକି କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନାଁରେ ମଧ୍ୟ ସମାନ ଢଙ୍ଗରେ ଠକେଇ ଅଭିଯୋଗ ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ବାରମେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓମ ପ୍ରକାଶଙ୍କ ଠାରୁ ତାଙ୍କ ଫୋନ ନମ୍ବରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଫଟୋ ଲଗାଇ ଅର୍ଥ ଦାବି କରିଥିଲେ। ତେବେ ଅଧିକାରୀଙ୍କ ସତର୍କତା ହେତୁ ଅଭିଯୁକ୍ତମାନେ ପ୍ରତାରଣା କରିବାରେ ସଫଳ ହୋଇପାରିନଥିଲେ। ଅଧିକାରୀ ଏ ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଅଧିକ ପଢନ୍ତୁ: କଂଗ୍ରେସ ଛାଡ଼ିଲେ ୩୦ ନେତା, ମୋକିମଙ୍କ ଦଳ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଲା

ଅଧିକ ପଢନ୍ତୁ: ଛତିଶଗଡ଼ରେ ବିଜେପିର ବଡ଼ ଧରଣର ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ରଣନୀତି

 

{}{}