Hindi News >>Home >>Odisha Trending

Bank Holidays: ସେପ୍ଟେମ୍ବର ମାସରେ ୧୬ ଦିନ ବ୍ୟାଙ୍କ ଛୁଟି, ଜଲଦି କରିନିଅନ୍ତୁ ଜରୁରୀ କାମ

Bank Holidays: ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ କରିବାର ଅଛି ତେବେ ଆପଣ ଜାଣି ରଖିବା ଆବଶ୍ୟକ ଯେ, ସେପ୍ଟେମ୍ୱର ମାସରେ ବ୍ୟାଙ୍କ କେଉଁ କେଉଁ ଦିନ ଛୁଟି ଓ କେଉଁ ଦିନ ଖୋଲା ରହିଛି ।

Advertisement
Bank Holidays: ସେପ୍ଟେମ୍ବର ମାସରେ ୧୬ ଦିନ ବ୍ୟାଙ୍କ ଛୁଟି, ଜଲଦି କରିନିଅନ୍ତୁ ଜରୁରୀ କାମ
Stop
Soubhagya Ranjan Mishra|Updated: Aug 31, 2023, 08:46 PM IST

Bank Holiday: ଚଳିତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡିକ ସମୁଦାୟ ୧୬ ଦିନ ବନ୍ଦ ରହିବ । ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ କରିବାର ଅଛି ତେବେ ଆପଣ ଜାଣି ରଖିବା ଆବଶ୍ୟକ ଯେ ବ୍ୟାଙ୍କ କେଉଁ କେଉଁ ଦିନ ଛୁଟି ଓ କେଉଁ ଦିନ ଖୋଲା ରହିଛି । ଚଳିତ ଥରର ଛୁଟି ତାଲିକା ମଧ୍ୟରେ ପ୍ରତି ରବିବାର ସମେତ ୨ୟ ଓ ୪ୟ ଶନିବାର (second and fourth saturday) ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ୱର ମାସରେ ପଡୁଥିବା ପର୍ବପର୍ବାଣୀ ମଧ୍ୟରେ ରହିଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ (sri krishna janmashtami), ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ସମସ୍ତ ଛୁଟିକୁ ମିଶାଇଲେ ମାସର ଅଧାଠୁ ଅଧିକ ଦିନ ଛୁଟି ରହିଛି ବ୍ୟାଙ୍କ ।

ସେପ୍ଟେମ୍ୱର ମାସରେ ୩ ତାରିଖ, ୧୦ ତାରିଖ, ୧୭ ତାରିଖ, ୨୪ ତାରିଖ ରବିବାର ପଡୁଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ । ଏଥି ସହିତ ୬ ଏବଂ ୭ ତାରିଖ ଜନ୍ମାଷ୍ଟମୀ କାରଣରୁ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ୯ ତାରିଖ ଦ୍ୱିତୀୟ ଶନିବାର ୨୩ ତାରିଖ ଚତୁର୍ଥ ଶନିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ । ବିନାୟକ ତଥା ଗଣେଶ ଚତୁର୍ଥୀ କାରଣରୁ ୧୮ ଏବଂ ୧୯ ତାରିଖ ଦିନ ଦେଶର ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ (nuakhai) ପାଇଁ ସେପ୍ଟେମ୍ୱର ୨୦ ତାରିଖ ରାଜ୍ୟର ଅନେକ ସହରରେ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ୱର ୨୨ ତାରିଖରେ ପଡୁଛି ନାରାୟଣଗୁରୁ ସମାଧି ଦିବସ । ତେଣୁ ଏହି ଦିନ ଦେଶର ଅନେକ ସହରରେ ବ୍ୟାଙ୍କ ସେବା ବନ୍ଦ ରହିବ । ଶଙ୍କର ଦେବ ଜୟନ୍ତି କାରଣରୁ ଗୌହାଟିରେ ୨୫ ସେପ୍ଟେମ୍ୱରରେ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ୱର ୨୭ ଓ ୨୮ ରେ ମିଲାଦ ଏ ସରିଫ ପାଇଁ ବିଭିନ୍ନ ସହରରେ ବ୍ୟାଙ୍କ ସେବା ବନ୍ଦ ରହିବ । ସେହିପରି ସେପ୍ଟେମ୍ବର ୨୯ ତାରିଖରେ ଇଦ ଏ ମିଲାଦ ଉନ ନବୀ କାରଣରୁ ଜମ୍ମୁ, ଶ୍ରୀନଗର ସମେତ ଗାଙ୍ଗଟୋକରେ ମଧ୍ୟ ବ୍ୟାଙ୍କ ଛୁଟି ହେବା ନେଇ କ୍ୟାଲେଣ୍ଡରରେ ଦର୍ଶାଯାଇଛି ।

Also Read - ହରିଦାସପୁର-ବୈରୀ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ନୀରିକ୍ଷଣ କଲେ ରେଳ ନିରାପତ୍ତା ଆୟୁକ୍ତ

Also Read - ସମସ୍ତ ସରକାରୀ ନିୟମକୁ ଫୁ’କରିଛି ଟାଟା ପାଓ୍ୱାର, ଅଭିଯୋଗ କଲେ ବିଜୁଳି ଠିକାଦାର ସଂଘ

{}{}