Hindi News >>Home >>Odisha Trending

Bank Holidays: ନଭେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାମ

Bank Holidays in November 2023: ନଭେମ୍ବର ପହିଲାରୁ (Bank Holidays in November 2023) ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ। କିଛି ଦିନ ପରେ ଆରମ୍ଭ ହେବ ଧନତେରାସ୍, ଦୀପାବଳୀ,ଭାଇଦୁଜ ପର୍ବ, ଛଠ୍ ପରି ଅନେକ ପର୍ବ ପାଳନ କରାଯିବ। ଏହି କାରଣରୁ ଦେଶର ଥିବା ବିଭିନ୍ନ ବ୍ୟାଙ୍କ୍ ଛୁଟି ରହିବ। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Nov 02, 2023, 02:38 PM IST

Bank Holidays in November 2023: ନଭେମ୍ବର ପହିଲାରୁ (Bank Holidays in November 2023) ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ। କିଛି ଦିନ ପରେ ଆରମ୍ଭ ହେବ ଧନତେରାସ୍, ଦୀପାବଳୀ,ଭାଇଦୁଜ ପର୍ବ, ଛଠ୍ ପରି ଅନେକ ପର୍ବ ପାଳନ କରାଯିବ।  ଏହି କାରଣରୁ ଦେଶର ଥିବା ବିଭିନ୍ନ ବ୍ୟାଙ୍କ୍ ଛୁଟି ରହିବ। ଏନେଇ ଗ୍ରାହକଙ୍କ ପାଇଁ ଛୁଟି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ (RBI)। ନଭେମ୍ବର ମାସରେ ମୋଟ୍ ୧୫ ଦିନ ଛୁଟି ରହିବ ବ୍ୟାଙ୍କ୍। ଏଥିରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ସହ ରବିବାର ମଧ୍ୟ ସାମିଲ୍ ରହିଛି। ତେବେ, ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଜରୁରୀ କାମ ରହିଛି । ତା-ହେଲେ, ଆପଣ ବିଳମ୍ବ ନ କରି ଶିଘ୍ର ସାରି ନିଅନ୍ତୁ...

Also Read: Odisha News: ଦଳ ପକ୍ଷରୁ ଦମ୍ଭ ପାଇଲେ ପ୍ରତାପ ଜେନା, ମିଳିଲା କେନ୍ଦ୍ରାପଡ଼ାର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଏହି ଦିନ ଗୁଡିକରେ ଛୁଟି ରହିବ ବ୍ୟାଙ୍କ୍:
୧ ନଭେମ୍ବର ୨୦୨୩ - କନ୍ନଡ ରାଜୋତ୍ସବ , କୁଟ , କରଭାଚୌଥ୍ କାରଣରୁ ବେଙ୍ଗାଲୁରୁ, ଇମ୍ପଲ ଏବଂ ସିମଲାରେ ବ୍ୟାଙ୍କ୍ ଗୁ଼ଡିକରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। 
ନଭେମ୍ବର ୫, ୨୦୨୩- ରବିବାର ଛୁଟି ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
ନଭେମ୍ବର ୧୦, ୨୦୨୩- ଗୋବର୍ଦ୍ଧନ ପୂଜା / ଲକ୍ଷ୍ମୀ ପୂଜା / ଦୀପାବଳି  ହେତୁ ସିଲାଙ୍ଗରେ ବ୍ୟାଙ୍କ ଗୁଡିକରେ ଛୁଟି ରହିବ। 
ନଭେମ୍ବର ୧୧, ୨୦୨୩- ଦ୍ୱିତୀୟ ଶନିବାର ହେତୁ ପୂରା ଦେଶରେ ବ୍ୟାଙ୍କ ଛୁଟି ରହିବ। 
ନଭେମ୍ବର ୧୨, ୨୦୨୩- ରବିବାର ହେତୁ ଦେଶରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
ନଭେମ୍ବର ୧୩, ୨୦୨୩- ଗୋବର୍ଦ୍ଧନ ପୂଜା / ଲକ୍ଷ୍ମୀ ପୂଜା / ଦୀପାବଳି  କାରଣରୁ ଅଗରତାଲା, ଡେରାଦୁନ୍ ଗାଙ୍ଗଟକ୍, ଇମ୍ଫାଲ, ଜୟପୁର, କାନପୁର ଓ ଲକ୍ଷ୍ନୌରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ।
ନଭେମ୍ବର ୧୪, ୨୦୨୩-(Balipratipada) ବାଲିପ୍ରତିପଦ ପର୍ବ, ଦୀପାବଳି ଓ ଲକ୍ଷ୍ମୀ ପୂଜା କାରଣରୁ  ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଗାଙ୍ଗଟକ୍, ମୁମ୍ବାଇ, ନାଗପୁରରେ ବ୍ୟାଙ୍କ୍ ଗୁଡି଼କ ବନ୍ଦ ରହିବ। 
ନଭେମ୍ବର ୧୯, ୨୦୨୩- ରବିବାର ହେତୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ। 
ନଭେମ୍ବର ୨୦, ୨୦୨୩- ଛଠ୍ ପୂଜା ପାଇଁ ପାଟନା ଏବଂ ରାଞ୍ଚିରେ ବ୍ୟାଙ୍କ ଗୁଡିକ ଛୁଟି ରହିବ।
ନଭେମ୍ବର ୨୩, ୨୦୨୩- ସେଙ୍ଗ୍ କୁଟ୍ ସ୍ନେମ୍ / ଇଗାସ୍ ବାଗୱାଲ୍ କାରଣରୁ ଡେରାଡୁନ୍ ଏବଂ ସିଲୋଙ୍ଗରେ ବ୍ୟାଙ୍କ ଗୁଡି଼କ ଛୁଟି ରହିବ। 
ନଭେମ୍ବର ୨୫, ୨୦୨୩- ଚତୁର୍ଥ ଶନିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
ନଭେମ୍ବର ୨୬, ୨୦୨୩-  ରବିବାର କାରଣରୁ ଏହି ଦିନ ଦେଶର ସମସ୍ତ ବ୍ୟାଙ୍କ୍ ବନ୍ଦ ରହିବ। 
ନଭେମ୍ବର ୨୭, ୨୦୨୫- ଗୁରୁ ନାନକ ଜୟନ୍ତୀ / କାର୍ତ୍ତିକ ପୂର୍ଣ୍ଣିମା କାରଣରୁ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଗ୍ୟାଙ୍ଗଟକ୍, ଗୌହାଟୀ ହାଇଦ୍ରାବାଦ, ଇମ୍ଫାଲ, କୋଚି, ପାଟନା ଏବଂ ସିଲୋଙ୍ଗ ବ୍ୟତୀତ ସମଗ୍ର ଦେଶରେ ବ୍ୟାଙ୍କ ଗୁଡିକ ଛୁଟି ରହିବ।
ନଭେମ୍ବର ୩୦, ୨୦୨୩- କନକା ଦାସ ଜୟନ୍ତୀ କାରଣରୁ ବେଙ୍ଗାଲୁରୁରେ ଏହି ଦିନ ବ୍ୟାଙ୍କ ଛୁଟି ରହିବ।

{}{}