Hindi News >>Home >>Odisha Trending

Bank Account: ଜଣେ ସାଧାରଣ ଲୋକଙ୍କ ପାଖରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ? ଜାଣିରଖନ୍ତୁ ସରକାରୀ ନିୟମ

Bank Accounts rules In India: ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କ ପାଖରେ ଏକ କିମ୍ବା ଏହା ଠାରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି। ହେଲେ ଏକଥା ଜାଣିରଖିବା ଆବଶ୍ୟକ ଯେ ଜଣେ ବ୍ୟକ୍ତି କେତୋଟି ବ୍ୟାଙ୍କ ଆକାଉଣ୍ଟ ରଖିପାରିବ। 

Advertisement
Bank Account: ଜଣେ ସାଧାରଣ ଲୋକଙ୍କ ପାଖରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ? ଜାଣିରଖନ୍ତୁ ସରକାରୀ ନିୟମ
Stop
Zee Odisha Desk|Updated: May 10, 2023, 12:22 PM IST

Bank Account Open: ଆଜିର ଯୁଗରେ, ଆର୍ଥିକ କାରବାର କରିବା ପାଇଁ ଲୋକଙ୍କ ପାଖରେ ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଯେଉଁଠାରେ ବ୍ୟାଙ୍କ ଆକାଉଣ୍ଟ ଆର୍ଥିକ କାରବାରକୁ ସହଜ କରିଥାଏ। ଏହା ମଧ୍ୟ ଲୋକଙ୍କ ଜମା ପୁଞ୍ଜିକୁ ସୁରକ୍ଷିତ ରଖିଥାଏ। ଲୋକଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ ଅନେକ ଲୋକ ଅଛନ୍ତି ଯାହା ପାଖରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ଅକଥା ଜାଣିରଖିବା ଅତ୍ୟନ୍ତ ଜରୁରୀ ଯେ ଜଣେ ବ୍ୟକ୍ତିଙ୍କ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିପାରିବ। 

ବ୍ୟାଙ୍କ ଖାତା
ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଅନେକ ପ୍ରକାର ବ୍ୟାଙ୍କ ଆକାଉଣ୍ଟ୍ ଲୋକଙ୍କୁ ପ୍ରଦାନ କରାଯାଇଥାଏ। ଯେଉଁଥିରେ ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ସାଲାରି ଆକାଉଣ୍ଟ ଏବଂ ଜଏଣ୍ଟ ଆକାଉଣ୍ଟ। ସେଭିଂ ଆକାଉଣ୍ଟ ହେଉଛି ଲୋକଙ୍କ ମୁଖ୍ୟ ଆକାଉଣ୍ଟ। ଯେଉଁଥିରେ ସାଧାରଣତ ଲୋକ ସଞ୍ଚୟ କରିବା ପାଇଁ ଏକ ଆକାଉଣ୍ଟ ଖୋଲିଥାନ୍ତି। ଏହି ଆକାଉଣ୍ଟ ହେଉଛି ଅଧିକାଂଶ ଲୋକଙ୍କ ପାଇଁ ପ୍ରାଥମିକ ବ୍ୟାଙ୍କ ଆକାଉଣ୍ଟ। ଏହି ଆକାଉଣ୍ଟ ମାଧ୍ୟମରେ ଏହାର ଗ୍ରାହକଙ୍କୁ ସୁଧ ପ୍ରଦାନ କରିଥାନ୍ତି ବିଭିନ୍ନ ବ୍ୟାଙ୍କ। 

ବ୍ୟାଙ୍କିଂ
ଅନ୍ୟ ପଟେ, ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା କରେଣ୍ଟ ଆକାଉଣ୍ଟ୍ ଖୋଲାଯାଇଥାଏ। ସେମାନଙ୍କର ଆର୍ଥିକ କାରବାର ବହୁତ ଅଧିକ ହୋଇଥାଏ। ଏହା ବ୍ୟତୀତ ସେହି ଲୋକଙ୍କ ଦ୍ୱାରା ସାଲାରି ଆକାଉଣ୍ଟ ଖୋଲାଯାଇଥାଏ, ଯାହାର ଦରମା ପ୍ରତି ମାସରେ ଆସିଥାଏ। ଏହି ଆକାଉଣ୍ଟ ଖୋଲୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଅନେକ ପ୍ରକାର ଲାଭ ମିଳିଥାଏ। ସାଲାରି ଆକାଉଣ୍ଟ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିୟମିତ ଦରମା ଆସିବା ସତ୍ତ୍ୱେ ଏପରି ବ୍ୟାଙ୍କ ଖାତାରେ ସର୍ବନିମ୍ନ ସନ୍ତୁଳନ ଅର୍ଥାତ ମିନିମମ୍ ବାଲାନ୍ସ, ରଖିବା ଆବଶ୍ୟକ ନୁହେଁ। ଏହା ମଧ୍ୟ ଏକ ଅସ୍ଥାୟୀ ଆକାଉଣ୍ଟ ହୋଇପାରେ। ଯାହାକୁ କୌଣସି ବ୍ୟକ୍ତି ନିଜର ଚାକିରି ବଦଳାଇବା ସମୟରେ ଏହାକୁ ବନ୍ଦ କରିବା ଉପରେ ବିଚାର କରିପାରିବେ।

ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ନମ୍ବର 
ସେହିପରି ଜଏଣ୍ଟ ଆକାଉଣ୍ଟ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖୋଲାଯାଇଥିବା ଏକ ମିଳିତ ବ୍ୟାଙ୍କ ଖାତା ହୋଇପାରେ। ଏଭଳି ବ୍ୟାଙ୍କ ଆକାଉଣ୍ଟ ରଖୁଥିବା ଲୋକଙ୍କୁ ଅନେକ ସୁବିଧା ମିଳିଥାଏ। ଅନ୍ୟପକ୍ଷରେ, ଭାରତରେ ଜଣେ ବ୍ୟକ୍ତି ନିଜ ପାଖରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ରଖିପାରିବେ ସେ ନେଇ କୌଣସି ସୀମା ନାହିଁ। ଲୋକେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଏକ କିମ୍ବା ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରଖିପାରିବେ।

ନେଟ୍ ବ୍ୟାଙ୍କିଂ
ଆର୍ଥିକ ବିଶେଷଜ୍ଞଙ୍କ ଅନୁଯାୟୀ, ତିନୋଟିରୁ ଅଧିକ ସଞ୍ଚୟ ଖାତା ଖୋଲିବା ପାଇଁ ପରାମର୍ଶ ଦିଆଯାଏ ନାହିଁ। କାରଣ ତିନୋଟିରୁ ତିନୋଟିରୁ ଅଧିକ ସଞ୍ଚୟ ଖାତାକୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ହୋଇପାରେ। କାରଣ ସଞ୍ଜୟ ଖାତାରେ ସବୁବେଳେ ମିନମମ୍ ବାଲାନ୍ସ ରଖିବା ଆବଶ୍ୟକ। ଅନ୍ୟପକ୍ଷରେ, ଯଦି କିଛି ସମୟ ପାଇଁ ସଞ୍ଚୟ ଖାତାରେ କୌଣସି ଆର୍ଥିକସ କାରବାର ହୋଇନଥାଏ, ତାହେଲେ ବ୍ୟାଙ୍କ ସେହି ଖାତାକୁ ମଧ୍ୟ ନିଷ୍କ୍ରିୟ କରିଦେଇ ପାରେ। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଆକାଉଣ୍ଟ ସୀମା ନିର୍ଣ୍ଣୟ କରିବା ପାଇଁ ସରକାର ପକ୍ଷରୁ କୌଣସି ଅଲଗା ନିୟମ ଧାର୍ଯ୍ୟ ହୋଇନଥିବା ବେଳେ, ବ୍ୟାଙ୍କ ଆକାଉଣ୍ଟ ସୀମାକୁ ଜଣଙ୍କର ଆବଶ୍ୟକତା ଅନୁଯାୟୀ ସ୍ଥିର କରାଯିବାର ଆବଶ୍ୟକତା ରହିଛି। 

 

Read More
{}{}