Hindi News >>Home >>Odisha Trending

Bangladesh MP Murder: କୋଲକାତାରେ ବାଂଲାଦେଶୀ ସାଂସଦ ଅନୱାରୁଲ ଆଜିମଙ୍କୁ ହତ୍ୟା

Bangladesh MP Murder: ବାଂଲାଦେଶୀ ସାଂସଦଙ୍କୁ ହତ୍ୟା କରାଯାଇଛି ଓ ତାଙ୍କ ମୃତଦେହ କୋଲକାତାର ନ୍ୟୁଟାଉନ୍ ଅଞ୍ଚଳରେ ପକାଇ ଦିଆଯାଇଥିବା ପୋଲିସ କହିଛି। ସର୍ଚ୍ଚ ଅପରେସନ୍ ସମୟରେ ସେମାନେ ନିଉଟାଉନର ଏକ ଫ୍ଲାଟରେ ରକ୍ତ ଦାଗ ମଧ୍ୟ ମିଳିଥିଲା।  

Advertisement
Bangladesh MP Anwarul Azim Murder
Stop
Jagdish Barik|Updated: May 22, 2024, 02:55 PM IST

Bangladesh MP Anwarul Azim Murder: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା କରାଯାଇଛି। କୋଲକାତା ପୋଲିସ ଆଜିମଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ ଅବସ୍ଥାରେ ଉଦ୍ଧାର କରିଛି। ସେ ଗତ ଆଠ ଦିନ ଧରି ନିଖୋଜ ଥିଲେ। ବାଂଲାଦେଶର ଜେନାଡା-୪ ନିର୍ବାଚନମଣ୍ଡଳୀର ସାଂସଦ ଥିବା ଅନୱାରୁଲ ଆଜିମ ଚିକିତ୍ସା ପାଇଁ ପଶ୍ଚିମବଙ୍ଗକୁ ଆସିଥିଲେ।

ବାଂଲାଦେଶ ସଂସଦର ୱେବସାଇଟ୍ ଅନୁଯାୟୀ ଅଜିମ ବାଂଲାଦେଶ ଆୱାମୀ ଲିଗର ସଦସ୍ୟ ଥିଲେ। ସେ ତିନିଥର ସାଂସଦ ଥିଲେ। ଅଜିମ ଖୁଲନା ବିଭାଗର ମଧୁଗୁଞ୍ଜର ବାସିନ୍ଦା ଥିଲେ। ସାଂସଦ ହେବା ବ୍ୟତୀତ ସେ ଜଣେ ବ୍ୟବସାୟୀ ଓ କୃଷକ ଭାବରେ ମଧ୍ୟ ପରିଚିତ ହୋଇଥିଲେ। ସେ ବିଧାନସଭା-୮୪ ରୁ ସାଂସଦ ଥିଲେ।

ବାଂଲାଦେଶୀ ଖବରକାଗଜ ଦି ବିଜନେସ୍ ଷ୍ଟାଣ୍ଡାର୍ଡ ଅନୁଯାୟୀ କୋଲକାତା ପୋଲିସର ଡେପୁଟି ପୋଲିସ୍ କମିଶନର କହିଛନ୍ତି ଯେ ତାଙ୍କ ମୃତଦେହକୁ ଅନେକ ଖଣ୍ଡରେ କଟା ଯାଇଥିଲା। କୋଲକାତାର ନ୍ୟୁ ଟାଉନର ସଞ୍ଜୀବ ଗାର୍ଡେନର ଏକ ଫ୍ଲାଟରୁ ଶରୀରର କିଛି ଅଂଶ ଉଦ୍ଧାର କରାଯାଇଛି। କୋଲକାତା ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଫ୍ଲାଟ୍ ଏକ ଏକ୍ସାଇଜ୍ ଡ୍ୟୁଟି ଅଧିକାରୀଙ୍କର ଅଟେ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ବାଂଲାଦେଶ ଗୃହମନ୍ତ୍ରୀ କହିଛନ୍ତି ଯେ ବାଂଲାଦେଶ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି। ସେ କହିଛନ୍ତି, "ଏପର୍ଯ୍ୟନ୍ତ ଆମେ ଜାଣୁ ଯେ ସମ୍ପୃକ୍ତ ସମସ୍ତ ହତ୍ୟାକାରୀ ବାଂଲାଦେଶୀ। ଏହା ଏକ ଯୋଜନାବଦ୍ଧ ହତ୍ୟା।" ଏଥି ସହିତ ଯେତେବେଳେ ସାମ୍ବାଦିକ ସମ୍ମିଳନୀରେ ମୃତ ଦେହ ବ୍ୟବଚ୍ଛେଦ ବିଷୟରେ ଏକ ପ୍ରଶ୍ନ ଉତ୍ତରରେ ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଏ ବିଷୟରେ ଜାଣି ନାହାଁନ୍ତି। ସେ କହିଛନ୍ତି, "ହତ୍ୟାକାଣ୍ଡର କାରଣ ଆମେ ଶୀଘ୍ର କହିବୁ। ଭାରତୀୟ ପୋଲିସ ଆମ ସହ ସହଯୋଗରେ ଅଛି।"

ଗୃହମନ୍ତ୍ରୀ ଆସାଦୁଜାମନ ଖାନ କହିଛନ୍ତି, "ଆମ ପୋଲିସ ଜଣେ ଭାରତୀୟ ଡିଜିଙ୍କ କଥାକୁ ଉଦ୍ଧୃତ କରି କହିଛି ଯେ କୋଲକାତାରେ ଆଜିମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆମ ପାଖରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ନାହିଁ। ଆମର ଇନ୍ସପେକ୍ଟର ଜେନେରାଲ ସବିଶେଷ ତଥ୍ୟ ଉପରେ ନଜର ରଖିବେ।" ସବୁକିଛି ନିଶ୍ଚିତ ହେବା ପରେ ହିଁ ଗଣମାଧ୍ୟମକୁ ଜଣାଇବୁ। "

Read More
{}{}