Hindi News >>Home >>Odisha Trending

Balasore Train Tragedy: ଷ୍ଟେସନ ମାଷ୍ଟରଙ୍କ ଘରେ ସିବିଆଇ ଚଢ଼ାଉ; ସିଗନାଲ ଜେଇ ଅମର ଖାନଙ୍କ ଭଡା ଘର ସିଲ୍!

Odisha Train Tragedy: ପ୍ରାଥମିକ ତଦନ୍ତ କରି ସିବିଆଇ ଟିମ୍‌ ଗତ ୧୬ ତାରିଖରେ ବାହାନଗା ଛାଡ଼ିଥିଲା। ହେଲେ ପୁଣି ଥରେ ଜୁନ ୧୯ ତାରିଖ ସୋମବାର ବାହନାଗା ଫେରିଥିଲା। ପୂର୍ବରୁ ସିଗ୍‌ନାଲ ଜେଇ ସିବିଆଇ ଦ୍ୱାରା ଜେରା ହୋଇ ସାରିଛନ୍ତି। ଷ୍ଟେସନ ମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। 

Advertisement
Balasore Train Tragedy: ଷ୍ଟେସନ ମାଷ୍ଟରଙ୍କ ଘରେ ସିବିଆଇ ଚଢ଼ାଉ; ସିଗନାଲ ଜେଇ ଅମର ଖାନଙ୍କ ଭଡା ଘର ସିଲ୍!
Stop
Zee Odisha Desk|Updated: Jun 20, 2023, 12:33 AM IST

Coromandel Express Accident 2023: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋର ଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍‌ କରାଯାଇଛି। ଦୁର୍ଘଟଣା ପରେ କିଛି ଦିନ ହେଲା ସିଗ୍‌ନାଲ ଜେଇ ଏବଂ ତାଙ୍କ ପରିବାର ଘରେ ଅନୁପସ୍ଥିତ ଥିଲେ। ଏବେ ଜିଆରପି ପୁଲିସ ଘରକୁ ଜଗି ବସିଛି।

ପ୍ରାଥମିକ ତଦନ୍ତ କରି ସିବିଆଇ ଟିମ୍‌ ଗତ ୧୬ ତାରିଖରେ ବାହାନଗା ଛାଡ଼ିଥିବା ବେଳେ ଜୁନ ୧୯ ତାରିଖ ସୋମବାର ପୁଣି ଥରେ ଫେରିଥିଲା। ପୂର୍ବରୁ ସିଗ୍‌ନାଲ ଜେଇଙ୍କୁ ସିବିଆଇ ପଚରାଉଚରା କରିଥିଲା। ଷ୍ଟେସନ ମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା। ହେଲେ ଘରେ ସିଗ୍‌ନାଲ ଜେଇ ନ ଥିବା ବେଳେ ସିବିଆଇ ପକ୍ଷରୁ ଦୁଇ ଜଣିଆ ଟିମ୍‌ ଜିଆରପି ପୁଲିସ ଉପସ୍ଥିତିରେ ତାଙ୍କ ଭଡ଼ା ଘରକୁ ସିଲ୍‌ କରିବା ଅଲୋଚନାର ବିଷୟ ହୋଇଛି। ସିଗ୍‌ନାଲ ଜେଇ ଏବେ କେଉଁଠି ଅଛନ୍ତି ସେନେଇ ମଧ୍ୟ ଜଣାପଡ଼ିନାହିଁ। ଏ ବାବଦରେ ରେଲୱେ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। 

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (Central Bureau of Investigation) ସିବିଆଇ (CBI) ପକ୍ଷରୁ ୧୦ ଜଣିଆ ଟିମ୍ ମଙ୍ଗଳବାର ଦିନ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରିଥିଲେ। ସେତେବେଳେ ସିବିଆଇ ପକ୍ଷରୁ ଏ ବାବଦରେ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନଥିଲା। ସୂଚନା ଅନୁସାରେ ସିବିଆଇ ଟିମ ସୋମବାର ରାତିରେ ବାଲେଶ୍ୱର ଠାରେ ପହଞ୍ଚିଥିଲା। ସୂତ୍ରରୁ ମିଳିଥିବା ପ୍ରକାଶ ଯେ ସିବିଆଇ ଏପର୍ଯ୍ୟନ୍ତ ଏ ବାବଦରେ ମାମଲା ରୁଜୁ କରିନାହିଁ ଏବଂ ସେମାନେ ବର୍ତ୍ତମାନ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛନ୍ତି।

Also Read: Odisha Train Accident: ଦୁର୍ଘଟଣାସ୍ଥଳରେ ସିବିଆଇର ଟିମ, ଖୋଳତାଡ଼ ଆରମ୍ଭ

ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (South East Railway) ଆଦିତ୍ୟ କୁମାର ଚୌଧୁରୀ (CPRO Aditya Kumar Chaudhary) ମଧ୍ୟ ଘଟଣାସ୍ଥଳକୁ ସିବିଆଇ ଦଳର ଆଗମନକୁ ନିଶ୍ଚିତ କରିଥିଲେ। ଏନେଇ ରେଲବାଇ ଅଧିକାରୀ ଜଣଙ୍କ କହିଥିଲେ, ଘଟଣାସ୍ଥଳରେ ଫୋରେନସିକ୍ ଏବଂ ସିବିଆଇ ଟିମ୍ ଯାଞ୍ଚ କରୁଛନ୍ତି। ସେମାନେ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ଅନୁସନ୍ଧାନ ଜାରି ରହିଛି। ରେଳବାଇ ସେମାନଙ୍କୁ ସାହାଯ୍ୟ କରୁଛି। ଯାଞ୍ଚ ବେଳେ ସିବିଆଇ ସବୁ ଦିଗରୁ ଯାଞ୍ଚ କରିବ। 

ସିପିଆରଓ ଆହୁରି କହିଛନ୍ତି ଯେ ଖଡ଼ଗପୁର ଏବଂ ବାଲେଶ୍ୱର ସମେତ ଅନେକ ସ୍ଥାନରେ ରେଳ ସୁରକ୍ଷା କମିଶନର (CRS) ଟିମ୍ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନେ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। ଷ୍ଟେସନ ମାଷ୍ଟର ଙ୍କ ନାମରେ କିଛି ମିଥ୍ୟା ଗୁଜବ ପ୍ରଚାର କରାଯାଉଛି। ଲୋକୋ ପାଇଲଟ ଙ୍କ ମୃତ୍ୟୁକୁ ନେଇ କିଛି ମିଥ୍ୟା ଖବର ପ୍ରସାରିତ ହେଉଛି। ତାଙ୍କର ଅବସ୍ଥା ସ୍ଥିର ରହିଛି ଏବଂ ସେ ଭୁବନେଶ୍ୱର ଠାରେ ଚିକିତ୍ସିତ ହେଉଛନ୍ତି।

Also Read: Coromandel Express Accident: କାହିଁକି ଘଟିଲା ଦୁର୍ଘଟଣା? ସାମ୍ନାକୁ ଆସିଲା କାରଣ, ରେଳବାଇ ନେଲା ବଡ଼ ନିଷ୍ପତ୍ତି

ରେଳବାଇ ବୋର୍ଡ ରବିବାର ରେଳ ଦୁର୍ଘଟଣାର ଦାୟିତ୍ୱ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ହାତକୁ ହସ୍ତାନ୍ତର କରିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଘଟଣାର ପଦ୍ଧତି, ପରିସ୍ଥିତି ଏବଂ ପ୍ରଶାସନିକ ସୂଚନା ଅନୁଯାୟୀ ରେଳବାଇ ସିବିଆଇ ତଦନ୍ତ ପାଇଁ ସୁପାରିଶ କରୁଛି। ସେପଟେ ଏହି ଘଟଣା ସମ୍ପର୍କରେ ବିରୋଧୀ ଦଳ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି। ବିରୋଧୀ ଅନେକ ରିପୋର୍ଟ ଏବଂ ଅଡିଟ୍ ଦର୍ଶାଇଛନ୍ତି ଯେଉଁଥିରେ ରେଳବାଇ ଭୋଗୁଥିବା ଅଭାବକୁ ଆଲୋକିତ କରାଯାଇଛି।

Read More
{}{}