Hindi News >>Home >>Odisha Trending

Balangir News: ବହି କିଣି ଦେବାକୁ କହି ଛାତ୍ରୀଙ୍କ ସହ ଏଭଳି ଘୃଣ୍ୟ କାମ କଲେ ଶିକ୍ଷକ, ଶେଷରେ...

Balangir News In Odia : ପୁଣି ଲଜ୍ଜ୍ୟା । ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ। ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ (balangir teacher jailed)। ଏପରି ଘଟଣା ଘଟିଛି ବଲାଙ୍ଗୀର (balangir )ଜିଲ୍ଲା ପାଟଣାଗଡ଼ ଯୋଗିମୁଣ୍ଡାରେ । ଯୋଗିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀକୁ ବହି କିଣିଦେବା କହି ନିଜ ସାଥିରେ ନେଇ ଦୁଷ୍କର୍ମ କରିବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 07, 2023, 07:59 PM IST

Balangir News In Odia : ପୁଣି ଲଜ୍ଜ୍ୟା । ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ। ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ (balangir teacher jailed)। ଏପରି ଘଟଣା ଘଟିଛି ବଲାଙ୍ଗୀର (balangir )ଜିଲ୍ଲା ପାଟଣାଗଡ଼ ଯୋଗିମୁଣ୍ଡାରେ । ଯୋଗିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀକୁ ବହି କିଣିଦେବା କହି ନିଜ ସାଥିରେ ନେଇ ଦୁଷ୍କର୍ମ କରିବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହାସହ ପୋଲିସ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଆଜି ଉଭୟଙ୍କ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତ ଶିକ୍ଷକକୁ ବଲାଙ୍ଗିର ପୋକ୍‌ସୋ କୋର୍ଟରେ ହାଜର କଲାପରେ ଜେଲକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଯୋଗିମୁଣ୍ଡା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସତ୍ୟନାରାୟଣ ନାଏକ (୪୬) ଗତ ୨୮ ତାରିଖରେ ସ୍କୁଲରେ ପାଠ ପଢୁଥିବା ଜଣେ ନାବାଳିକା ତଥା ନବମ ଶ୍ରେଣୀର ମେଧାବୀ ଛାତ୍ରୀକୁ ବହି କିଣି ଦେବା କହି ପାଟଣାଗଡ଼ ପଟକୁ ଆଣିଥିଲା। ପାଟଣାଗଡ଼ରେ ଥିବା ବହି ଦୋକାନକୁ ଆଣିବା ବଦଳରେ ଅନ୍ୟ କୌଣସି ରାସ୍ତାକୁ ନେଇଥିଲେ ସେଠାରେ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ।

Also Read : Jharsuguda Bypoll: ବିଜେଡି ଗଡ଼ ଜଗିବାକୁ ୧୨ ନେତାଙ୍କୁ ଦାୟିତ୍ବ

Also Read : ShahRukh Khan: କିଙ୍ଗ ଖାନଙ୍କୁ ଆଉ ଏକ ସଫଳତା, ଜିତିଲେ ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ

ଏ ସମ୍ପର୍କରେ ଛାତ୍ରୀ ଯଦି ତା’ ମା’ ବାପାଙ୍କୁ କହିଲେ ଜୀବନରେ ମାରି ଦେବା ନେଇ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ ଶିକ୍ଷକ ତେବେ ଛାତ୍ରୀ ଡରି ଯାଇ କିଛି ଦିନ ଘରେ କହି ନଥିଲେ ପରେ ଛାତ୍ରୀଟି ଏନେଇ ତାଙ୍କ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ ଛାତ୍ରଙ୍କ ପରିବାବର୍ଗ ଜାଣିବା ପରେ ଏନେଇ ପାଟଣାଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ ।  ଥାନା‌ରେ ଏ -ନେଇ ଗୁରୁବାର ଅଭିଯୋଗ କରିବା ପରେ ଶିକ୍ଷକ ସତ୍ୟନାରାୟଣ ନାଏକଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚୁରା କରୁଥିଲା । ଅପରପକ୍ଷରେ ପିଡିତା ଛାତ୍ରୀଙ୍କ ବାପାଙ୍କ ଦାବୀ ଅନୁଯାୟୀ, ସତ୍ୟନାରାୟଣଙ୍କ ଗିରଫ ଦାବୀ ସହ ଶିକ୍ଷକ ଚାକିରିରୁ ବହିଷ୍କାର ଦାବୀ କରିଥିବା ଜଣାପଡିଛି। ପାଟଣାଗଡ଼ ଥାନ‌ାରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ପୋଲିସ କେସ ନଂ ୫୪/୨୩ ଧାରା ୩୭୬/୫୧୧/୫୦୬/ଆଇପିସି/୮ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ସତ୍ୟନାରାୟଣ ନାଏକକୁ ଗିରଫ କରିଥିବା ବେଳେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।

ନିକଟରେ ଏଭଳି ଏକ ଘଟଣା ମଧ୍ୟ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଜଣେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ଭିନ୍ନକ୍ଷମ ଶିଶୁ କନ୍ୟାକୁ ଦୁଷ୍କର୍ମ ହେବା ଭଳି ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ଡେଲିନ ବାଗ (୨୬ ବର୍ଷ)କୁ ଗିରଫ କରିଛି। ପ୍ରକାଶ ଯେ, ପୀଡ଼ିତା ନିଜ ଅଜାଙ୍କ ସହିତ ପଡ଼ୋଶୀ ଗାଁକୁ ଦଣ୍ଡ ନାଚ ଦେଖିବା ପାଇଁ ଯାଇଥିଲା। ସେଠାରେ ଶିଶୁଟି ନାଚ ଦେଖୁଥିବା ବେଳେ ଅଜା ମଦ ପିଇ ନିଶାସକ୍ତ ହୋଇଯାଇଥିଲେ। ଫଳରେ ସେ ନାତୁଣୀକୁ ସାଇକଲରେ ବସାଇ ଘରକୁ ଫେରିବା ଅବସ୍ଥାରେ ନଥିଲେ। ଅନ୍ୟ ଏକ ଗାଁର ଚିହ୍ନା ଯୁବକ ଡେଲିନକୁ ଡାକି ନାତୁଣୀକୁ ଘରେ ଛାଡ଼ି ଦେବାକୁ କହିଥିଲେ। ଡେଲିନ ଶିଶୁଟିକୁ ସାଇକଲରେ ବସାଇ ଘରକୁ ନେବା ବାଟରେ ଏକ ନିଛାଟିଆ ସ୍ଥାନରେ ଦୁର୍ଷ୍କମ କରିଥିଲା। ପରେ ମୁମୂର୍ଷୁ ଅବସ୍ଥାରେ ଶିଶୁକୁ ତା’ର ଘର ସାମ୍ନାରେ ଛାଡ଼ି ଫେରାର୍‌ ହୋଇଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ପୀଡ଼ିତାକୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ର ଡାକ୍ତରୀ ମାଇନା କରାଇଛି। ଶିଶୁଟିର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।

 

Read More
{}{}