Hindi News >>Home >>Odisha Trending

Bakra Eid 2023: ଇଦ୍ ଅଲ୍- ଅଦାକୁ ନେଇ କ’ଣ ରହିଛି ପୌରାଣିକ କଥା, କାହିଁକି ଏହି ଦିନ ଦିଆଯାଇଥାଏ ପଶୁ ବଳି!

Eid Al Adha 2023:  ଜୁଲ-ହିଜା ମାସର ଚନ୍ଦ୍ର ୧୯ ତାରିଖରେ ଦୃଶ୍ୟମାନ ହେବା ପରେ ଜୁନ୍ ୨୯  ତାରିଖ ଅର୍ଥାତ୍ ଗୁରୁବାର ଦିନ ଇଦ୍ ଅଲ- ଅଦା ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ଫଳରେ ଆଜି ସମଗ୍ର ଦେଶ ତଥା ବିଶ୍ୱରେ ଇଦ୍ ଅଲ-ଅଦା (Eid Al Adha 2023) ପର୍ବ ପାଳନ କରାଯାଉଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 29, 2023, 08:47 AM IST

Bakra Eid 2023: ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଅଲ୍ ଅଦା । (Eid Al Adha 2023) ବା ବଡ଼ ଇଦ୍ । ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ଯ କୁହାଯାଏ । ଏହି ଦିନ (Prophet Ibrahim)  ଇସଲାମ ଧର୍ମର ଇବ୍ରାହିମଙ୍କୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । ଚଳିତ ବର୍ଷ ବକ୍ରି ଇଦ୍ କେଉଁ ଦିନ ପାଳନ ହେବ ତାହାକୁ ନେଇ ଦ୍ବନ୍ଦ ଲାଗି ରହିଥିବା ବେଳେ। ମୁସଲମାନ ଧର୍ମରେ ଇଦ୍ ଅଲ-ଅଦା (Bakra Eid 2023)ର ପର୍ବ ଇସଲାମ କ୍ୟାଲେଣ୍ଡରର ଦ୍ୱାଦଶ ମାସ ଜୁଲ-ହିଜାଙ୍କ ଦଶମ ଦିନ ପାଳନ କରାଯାଏ। ଜୁଲ-ହିଜା ମାସର ଚନ୍ଦ୍ର ୧୯ ତାରିଖରେ ଦୃଶ୍ୟମାନ ହେବା ପରେ ଜୁନ୍ ୨୯  ତାରିଖ ଅର୍ଥାତ୍ ଗୁରୁବାର ଦିନ ଇଦ୍ ଅଲ୍- ଅଦା ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ଫଳରେ ଆଜି ସମଗ୍ର ଦେଶ ତଥା ବିଶ୍ୱରେ ଇଦ୍ ଅଲ-ଅଦା (Eid Al Adha 2023) ପର୍ବ ପାଳନ କରାଯାଉଛି ।

ଇଦ୍ ଅଲ୍ ଅଦା (Eid Al Adha 2023) ଦିନ ଛେଳି ବା ପଶୁ ବଳି ଦିଆଯାଉଥିବାରୁ ଏହାକୁ ବକ୍ରି ଇଦ୍ (Bakra Eid 2023) ମଧ୍ୟ କୁହାଯାଏ । ଇଦ୍ ଅଲ୍ ଅଦା (Eid Al Adha 2023) କୁ ବଳିଦାନ ଦିନ ଭାବରେ ବିବେଚନା କରାଯାଏ । ଏହି ଦିନ ମୁସଲମାନମାନଙ୍କୁ ସେମାନଙ୍କର କିଛି ପ୍ରିୟର ବସ୍ତୁକୁ ବଳି ଦେବାକୁ ପଡ଼ିଥାଏ । ମୁସଲମାନ ଧର୍ମାମ୍ବଲମ୍ବୀମାନେ ସକାଳୁ ସମୂହ ନମାଜ ପାଠ ପାଇଁ ମସଜିଦରେ ଏକାଠି ହୋଇଥାଆନ୍ତି। ନମାଜ ପାଠ ପରେ ପରପ୍ପରକୁ ଆଲିଙ୍ଗନ କରି ମିଠା ଖୁଆଇ ଇଦ୍ ର ଶୁଭେଚ୍ଛା ଜଣାଇଥାଆନ୍ତି। ସେପଟେ ଏହି ସ୍ବତନ୍ତ୍ର ଦିନରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ଆସର ମଧ୍ୟ ଜମିଥାଏ। 

ତିନି ଭାଗରେ ବିଭକ୍ତ ହୋଇଛି ବଳିଦାନ

ଏହି ଦିନ ଯେଉଁ ପଶୁମାନଙ୍କ ବଳି ଦିଆଯାଇଥାଏ ସେମାନଙ୍କର ମାଂସକୁ ତିନୋଟି ଭାଗରେ ବିଭକ୍ତ କରାଯାଇଥାଏ । ବଳିଦାନର ପ୍ରଥମ ଭାଗ ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ପ୍ରଦାନ କରାଯାଇଥାଏ । ସେହିପରି ବଳିଦାନର ଦ୍ବିତୀୟ ଭାଗ ଗରିବଙ୍କ ପାଇଁ ଓ ତୃତୀୟ ଭାଗ ପରିବାର ସଦସ୍ୟଙ୍କ ପାଇଁ ହୋଇଥାଏ ।

ବକ୍ରି ଇଦକୁ ଣ ରହିଛି ପୌରାଣିକ କଥା (Bakra Eid significance)

ଇସଲାମିକ୍ ବିଶ୍ୱାସ ଅନୁଯାୟୀ, ଭବିଷ୍ୟବକ୍ତା ଇବ୍ରାହିମଙ୍କର (Prophet Ibrahim) ଆଲ୍ଲାଙ୍କ ପ୍ରତି ଅଗାଢ ବିଶ୍ବାସ ଓ ଭଲ ପାଇବା ରହିଥିଲା । ଏହା ଦେଖି ଆଲ୍ଲା ଦିନେ ତାଙ୍କର ପରୀକ୍ଷା ନେଇଥିଲେ । ଆଲ୍ଲାଙ୍କ ତାଙ୍କୁ ତାଙ୍କର ଅତି ପ୍ରିୟର ଜିନିଷ ବଳି ଦେବାକୁ କହିଥିଲେ। ଇବ୍ରାହିମଙ୍କ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ । ଆହ୍ଲାଙ୍କ ଆଦେଶ ପାଇବା ପରେ ଇବ୍ରାହିମ ତାଙ୍କ ପୁଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ପୁଅକୁ ବଳି ଦେବାକୁ ଯିବା ମାତ୍ରେ ଆଲ୍ଲା ତାଙ୍କ ପୁଅର ଜୀବନ ଫେରାଇ ଦେଇଥିଲେ ।  ଆଲ୍ଲା ପୁଅ ବଦଳରେ ପଶୁ ବଳିଦାନ ଦେଇଥିଲେ। ଜିଲହିଜ୍ଜ ମାସର ଦଶମ ଦିନରେ ଏହି ଘଟଣା ଘଟିଥିଲା। ଏହାର ସ୍ମୃତିରେ ପ୍ରତିବର୍ଷ ଜିଲହିଜ୍ଜ ମାସର ଦଶମ ଦିନରେ ବକ୍ରି ଇଦ୍ ପର୍ବ ପାଳନ କରାଯାଇଥାଏ।

Also Read-Suna Besha 2023: ଆଜି ଶ୍ରୀଜିଉଙ୍କ ସୁନାବେଶ, ଏହି ସମୟରୁ ହେବ ଆରମ୍ଭ...

ପ୍ରକାଶ ଥାଉ କି, ଇସଲାମିକ କ୍ୟାଲେଣ୍ଡର ବା ଜିଲହିଜ୍ଜ (Zil Hajj Month) କ୍ୟାଲେଣ୍ଡର (Months in Islamic Calendar) ଅନୁସାରେ ବକ୍ରି ଇଦ୍ ପାଳନ କରାଯାଏ । ଜିଲହିଜ୍ଜ ହେଉଛି ଇସଲାମିକ କ୍ୟାଲେଣ୍ତର । ଜିଲହିଜ୍ଜା ମାସରେ ଚନ୍ଦ୍ର ଦେଖିବାର ୧୦ ଦିନ ପରେ ବକ୍ରି ଇଦ୍ ପାଳନ କରାଯାଏ।  ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ଜୁନ୍ ୧୯ ତାରିଖ ସୋମବାର ଜିଲହିଜ୍ଜ ମାସର ଚନ୍ଦ୍ର ଦେଖାଯିବା ପରେ ୨୦୨୩ ବକ୍ରି ଇଦ୍ ପାଳନ ନେଇ ସ୍ଥିର କରାଯାଇଥିଲା ।

 

 

Read More
{}{}