Hindi News >>Home >>Odisha Trending

ବନ୍ଦେ ଭାରତରେ ବାସି ଖାଦ୍ୟ, ଯାତ୍ରୀ ସେୟାର କଲେ ଚିତ୍ର, IRCTC ଦେଲା ଉତ୍ତର

Vande Bharat Express Food: ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରାଯାଇ ଯାହା ବର୍ତ୍ତମାନ ଭାଇରାଲ ହେଉଛି, ଆକାଶ କେଶରୀ ନାମକ ଜଣେ ବ୍ୟକ୍ତି ବନ୍ଦେ ଭାରତ ଟ୍ରେନରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣିବା ପରେ ଭାରତୀୟ ରେଳବାଇର ପ୍ରତିକ୍ରିୟା ଆସିଛି।

Advertisement
ବନ୍ଦେ ଭାରତରେ ବାସି ଖାଦ୍ୟ, ଯାତ୍ରୀ ସେୟାର କଲେ ଚିତ୍ର, IRCTC ଦେଲା ଉତ୍ତର
Stop
Soubhagya Ranjan Mishra|Updated: Jan 12, 2024, 04:53 PM IST

Vande Bharat Express Food: ଦୃତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ବାରଣାସୀ ଅଭିମୁଖେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତାଙ୍କ କହିବା ଅନୁଯାୟୀ ସେ ବନ୍ଦେ ଭାରତରେ ଯାତ୍ରା କରିବା ସମୟରେ ନିମ୍ନମାନର ଖାଦ୍ୟ ପରସାଯାଇଥିଲା । ସେହି ନିମ୍ନମାନର ଖାଦ୍ୟ କେବଳ ତାଙ୍କୁ ନୁବେଁ ବରଂ ଟ୍ରେନର ଅନ୍ୟ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଦିଆଯାଇଥିଲା । ଏ ସମ୍ପର୍କରେ ଯାତ୍ରୀ ଆକାଶ କେଶରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆକାଶ କେଶରୀଙ୍କ ଅଭିଯୋଗ ପରେ ଭାରତୀୟ ରେଳବାଇ ମଧ୍ୟ ପ୍ରତିକ୍ରିୟା ରଖିଛି ।

ଆକାଶ କରିଥିବା ପୋଷ୍ଟରେ ଦୁଇଟି ଛୋଟ କ୍ଲିପ୍ ଆଟାଚ କରିଛନ୍ତି । ସେଥିରେ ଯାତ୍ରୀମାନେ ଖାଦ୍ୟର ଟ୍ରେ ଗୁଡିକ ଫେରାଉଥିବାର ଦେଖିବାକୁ ମିଳିଥିଲା । ଏକ ଭିଡିଓରେ ଏହା ଶୁଣିବାକୁ ମିଳିଛି ଯେ, ଜଣେ ଯାତ୍ରୀ କହୁଛନ୍ତି ତରକାରୀ ବାସି ହୋଇ ଦୁର୍ଗନ୍ଧ କରୁଛି ଏବଂ ଡାଲି ମଧ୍ୟ ଖାଇବା ଯୋଗ୍ୟ ନୁହେଁ ।

Post- 

ଆକାଶ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ ଦିଲ୍ଲୀରୁ ବାରଣାସୀ ଯାଉଥିବା ସମୟରେ ବନ୍ଦେ ଭାରତ ଟ୍ରେନରେ ଖରାପ ଖାଦ୍ୟ ପରିବେଶଣ କରାଯାଇଛି । ତେଣୁ ମୋର ଟଙ୍କା ଫେରସ୍ତ ହେବା ଆବଶ୍ୟକ । ଏହି କାରଣ ପାଇଁ ବନ୍ଦେ ଭାରତ ଟ୍ରେନର ବ୍ରାଣ୍ଡ୍ ମଧ୍ୟ ଖରାପ ହେଉଛି । ଏହି ଭିଡିଓଟି ଭାଇରାଲ୍ ହେବାପରେ ତାହା ଭାରତୀୟ ରେଳବାଈକ ଅଫିସିଆଲ ପେଜକୁ ମଧ୍ୟ ଟ୍ୟାଗ୍ କରାଯାଇଛି । ପରେ IRCTC ପକ୍ଷରୁ ମଧ୍ୟ ଏହାର ଉତ୍ତର ଦେଇ କୁହାଯାଇଛି ଯେ, “ସାର୍, ଆମେ ଆପଣଙ୍କର ଅସନ୍ତୁଷ୍ଟ ଅନୁଭୂତି ପାଇଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ । ଏହି ଅଭିଯୋଗକୁ ଗୁରୁତର ସହ ନିଆଯାଇଛି । ସେବା ପ୍ରଦାନକାରୀ ଅଧିକାରୀଙ୍କ ଉପରେ ଉପଯୁକ୍ତ ଦଣ୍ଡବିଧାନ କରାଯିବ । ଭବିଷ୍ୟତରେ ଯେପରି ପୁନର୍ବାର ଏପରି ନହୁଏ ସେପ୍ରତି ଆମେ ଯତ୍ନଶୀଳ ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- ଯାଜପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Read More
{}{}