Hindi News >>Home >>Odisha Trending

Virat Kohli: ବିରାଟଙ୍କ ପ୍ରଦର୍ଶନକୁ ନେଇ ଯେତେବେଳେ ପଚରାଯାଇଥିଲା ଏପରି ପ୍ରଶ୍ନ, ବାବର ଦେଇଥିଲେ ବଡ଼ ବୟାନ...

ନୂଆଦିଲ୍ଲୀ: ପାକିସ୍ତାନ (Pakistan) ବିପକ୍ଷରେ ଦମଦାର ଭାବେ ଖେଳିବାକୁ ଭଲ ପାଆନ୍ତି ବିରାଟ କୋହଲି। ହ୍ୱାଇଟ-ବଲ୍ ଫର୍ମାଟରେ (White Ball Format) ତାଙ୍କର କିଛି ଟପ ଇନିଂସ ପାକିସ୍ତାନ (Pakistan) ବିପକ୍ଷରେ ରହିଛି। କିନ୍ତୁ ରବିବାର ଦିନ ବାବର ଆଜାମଙ୍କ (Babar Azam) ଟିମକୁ କୋହଲିଙ୍କ (Virat Kohli) ଦମଦାର ପ୍ରଦର୍ଶନ ଘାଇଲା କରିପକାଇଛି।

Advertisement
Virat Kohli: ବିରାଟଙ୍କ ପ୍ରଦର୍ଶନକୁ ନେଇ ଯେତେବେଳେ ପଚରାଯାଇଥିଲା ଏପରି ପ୍ରଶ୍ନ, ବାବର ଦେଇଥିଲେ ବଡ଼ ବୟାନ...
Stop
Prabhudatta Moharana|Updated: Oct 24, 2022, 08:36 PM IST

Virat Kohli: ନୂଆଦିଲ୍ଲୀ: ପାକିସ୍ତାନ (Pakistan) ବିପକ୍ଷରେ ଦମଦାର ଭାବେ ଖେଳିବାକୁ ଭଲ ପାଆନ୍ତି ବିରାଟ କୋହଲି। ହ୍ୱାଇଟ-ବଲ୍ ଫର୍ମାଟରେ (White Ball Format) ତାଙ୍କର କିଛି ଟପ ଇନିଂସ ପାକିସ୍ତାନ (Pakistan) ବିପକ୍ଷରେ ରହିଛି। କିନ୍ତୁ ରବିବାର ଦିନ ବାବର ଆଜାମଙ୍କ (Babar Azam) ଟିମକୁ କୋହଲିଙ୍କ (Virat Kohli) ଦମଦାର ପ୍ରଦର୍ଶନ ଘାଇଲା କରିପକାଇଛି। ବାବର ଆଜମ (Babar Azam) ଏହାକୁ ସ୍ୱୀକାର କରିଛନ୍ତି ଏବଂ ୨୦୨୨ ଟି-୨୦ ବିଶ୍ୱକପରେ ଭାରତର (India) ବିରାଟ କୋହଲିଙ୍କ (Virat Kohli) ଅପରାଜିତ ୮୨କୁ କିପରି ଦେଖନ୍ତି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି। କୋହଲିଙ୍କ (Virat Kohli) ବିଷୟରେ ଯେତେବେଳେ ପଚରାଯାଇଥିଲା ସେତେବେଳେ ବାବରଙ୍କର ଏକ ଚମତ୍କାର ଉତ୍ତର ଥିଲା।

ତେବେ ଏତେ ଚାପ ସତ୍ତ୍ୱେ ଦଳକୁ ଜିତାଇ ଥିବାରୁ କୋହଲିଙ୍କୁ ପ୍ରଶଂସା କରିଥିଲେ। କୋହଲିଙ୍କର ଏହା ଏକ ସ୍ମରଣୀୟ ବୋଲି ବାବର କହିଥିଲେ। ତାଙ୍କର ଏହି ପ୍ରଦର୍ଶନ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଏ ବୋଲି ବାବର କହିଥିଲେ। ବାବର କହିଥିଲେ କି  ଭାରତ ପାକିସ୍ତାନ ମ୍ୟାଚରେ ସାଧାରଣ ଚାପ ଠାରୁ ସ୍ୱାଭାବିକ ଭାବେ ଚାପ ଅଧିକ ରହିଥାଏ। ଏହାକୁ ଯେତେ ଅଣଦେଖା କରି ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦେବ ସେତିକି ଭଲ ରହିବ। ଏତେ ଚାପ ମଧ୍ୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିଛନ୍ତି। ଏଥିପାଇଁ ସେ ଜଣେ ଶ୍ରେଷ୍ଠ ଖେଳାଳି। ଖୁବଶୀଘ୍ର ସେ ଏହି ଚାପରୁ ନିଜକୁ ବାହାର କରି ଦମଦାର ପ୍ରଦର୍ଶନ କରିପାରିଛନ୍ତି। ନିଜର ଅର୍ଦ୍ଧଶତକୀୟ ଇନିଂସ ଖେଳି ପାରିଛନ୍ତି। ଏକ ବଡ଼ ଭାଗୀଦାରି ଖେଳି ପାରିଛନ୍ତି। ମୋ ମତରେ ଖେଳର ରେଜଲ୍ଟ ସେହି କ୍ଷଣରେ ପରିବର୍ତ୍ତନ ହୋଇଥିଲା ବୋଲି ସେ କହିଥିଲେ। 

ସେହିପରି ପାକିସ୍ତାନ ବିରୋଧରେ ବିରାଟ ଅନେକ ଇନିଂସ ଖେଳିଛନ୍ତି। କିନ୍ତୁ ଏହି ଇନିଂସରେ ଆପଣଙ୍କୁ ଲାଗୁଛି କି ସେ ଉଭୟ ପକ୍ଷରେ ବେଶ ଦମଦାର ପ୍ରଦର୍ଶନ କରିଛନ୍ତି କି ପ୍ରଶ୍ନର ଉତ୍ତରରେ ବେସ ଦମଦାର ଉତ୍ତର ରଖିଥିଲେ ବାବର। ବାବର ଏହି ପ୍ରଶ୍ନର ଉତ୍ତରରେ ସାମାନ୍ୟ ସ୍ମିତ ହାସ୍ୟ ଦେଇ କହିଥିଲେ କି ସେଥିପାଇଁ ତ ସେମାନେ ମ୍ୟାଚ ଜିତି ନେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ କି ଦେଖନ୍ତୁ, ଭାରତ ମ୍ୟାଚ ଜିତିବା ପାଇଁ ସଂଘର୍ଷ କରିଥିଲେ। ନିଜର ଆତ୍ମବିଶ୍ୱାସ ଫଳରେ ଦମଦାର କମବ୍ୟାକ କରିଥିଲେ ଏବଂ ରକ୍ଷଣଶୀଳ ବ୍ୟାଟିଂ କରି ମ୍ୟାଚକୁ ଆମ ହାତରୁ ଛଡ଼ାଇ ନେଇଥିଲେ। ଏହି ମ୍ୟାଚ ବିଜୟୀ ହେବା ପରେ ସେମାନଙ୍କର (ଭାରତୀୟ ଖେଳାଳି) ଆତ୍ମବିଶ୍ୱାସ ବଢିଯାଇଥିଲା। ଯେତେବେଳେ ଉଭୟ ରାଷ୍ଟ୍ର ମଧ୍ୟରେ ଖେଳ ହୁଏ, ସେତେବେଳେ ବିଜୟୀ ଦଳର ପ୍ରତିଟି ଖେଳାଳିଙ୍କ ଆତ୍ମବିଶ୍ୱାସ ବଢିଥାଏ ବୋଲି ସେ କହିଥିଲେ। 

ଅଧିକ ପଢନ୍ତୁ: Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା

Read More
{}{}